
ଅନୁଗୋଳ(ବିରଜା ଦାଶ): ଅନୁଗୋଳ ଜିଲ୍ଲା ତାଳଚେରରେ ମାଟି ଦବିବା ଘଟଣାକୁ ନେଇ ସହରବାସୀ ପ୍ରତିବାଦ କରିଛନ୍ତି। ଏମ୍ସିଏଏଲ୍ର କୋଇଲା ଖଣି ପରିଚାଳନାରେ ତ୍ରୁଟି ଥିବା ଦର୍ଶାଇ ସହରବାସୀ ଆଜି ତାଳଚେର ବନ୍ଦ ପାଳନ କରୁଛନ୍ତି।
ଗତକାଲି ତାଳଚେର ଥାନା ସମୁଖରେ ରହୁଥିବା ଶାନ୍ତିଲତା ନାମକ ଜଣେ ମହିଳାଙ୍କ ଘରେ ମାଟି ଦବି ଗର୍ତ୍ତ ସୃଷ୍ଟି ହୋଇଥିଲା। ଏହାକୁ ନେଇ ସହରରେ ଭୟର ବତାବରଣ ଦେଖାଦେଇଥିଲା। ତେବେ କେଉଁ କାରଣରୁ ଘରେ ଗର୍ତ୍ତ ସୃଷ୍ଟି ହୋଇଛି, ତାହାର କାରଣ ଜଣାପଡ଼ିନାହିଁ।
ଭୂତଳ କୋଇଲା ଖଣି ଉତ୍ତୋଳନ ପରିଚାଳନାରେ ତ୍ରୁଟି ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ତାଳଚେର ସହରବାସୀ ଅଭିଯୋଗ କରିଛନ୍ତି। କୋଇଲା ଖନନ ପରେ ଅବ୍ୟବହୃତ ଖଣିରେ ବାଲି ଭର୍ତ୍ତି କରିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି।
ପୂର୍ବରୁ ମଧ୍ୟ ତାଳଚେରରେ ଅନେକ ଥର ଏଭଳି ଗର୍ତ୍ତ ସୃଷ୍ଟି ହୋଇଛି। ସାଇମନ୍ଦିର, ହାଟତୋଟା, ନବମିଶ୍ର କଲୋନୀ ଓ ହାଣ୍ଡିଧୂଆଁ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏଭଳି ଗର୍ତ୍ତ ସୃଷ୍ଟି ହୋଇଥିଲା।
from Odisha Reporter https://ift.tt/2SzXQHf
No comments:
Post a Comment