ଅଶୁଭ ସଙ୍କେତ ଦେଇଥାଏ ନଖର ଚନ୍ଦ୍ର ଚିହ୍ନ, କିପରି ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 14, 2018

ଅଶୁଭ ସଙ୍କେତ ଦେଇଥାଏ ନଖର ଚନ୍ଦ୍ର ଚିହ୍ନ, କିପରି ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ଆପଣ ଦେଖିଥିବେ ଅନେକ ଲୋକଙ୍କ ହାତ ଓ ଗୋଡ଼ ନଖରେ ଅଧା ଚନ୍ଦ୍ରର ଚିହ୍ନ ରହିଥାଏ। ସମୁଦ୍ର ଶାସ୍ତ୍ର ଅନୁସାରେ, ଶରୀରରେ ଥିବା ଚିହ୍ନ କିମ୍ୱା ଲକ୍ଷଣ  ଆପଣଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ। କିଛି ଲୋକ ନଖରେ ପଡ଼ିଥିବା ଚନ୍ଦ୍ର ଚିହ୍ନକୁ ଶୁଭ ବୋଲି କହିଥାନ୍ତି। କିନ୍ତୁ ଏହା ଶୁଭ ନୁହେଁ, ଅନ୍ୟ କିଛି କଥାର ସଙ୍କେତ ଦେଇଥାଏ। ଆସନ୍ତୁ ଜାଣିବା, ହାତ ଓ ପାଦରେ ଥିବା ଚନ୍ଦ୍ର ଚିହ୍ନର ଅର୍ଥ କ’ଣ?

  •  ଯଦି ଆପଣଙ୍କ ତର୍ଜନୀ ଆଙ୍ଗୁଳିର ନଖରେ ଚନ୍ଦ୍ର ଚିହ୍ନ ରହିଛି, ତେବେ ଏହା ଆପଣଙ୍କ ପାଇଁ ଏହା ବହୁତ ଶୁଭ । ଏପରି ଥିଲେ ଆପଣଙ୍କ ଚାକିରି କିମ୍ୱା ବ୍ୟବସାୟରେ ଶୀଘ୍ର ଉନ୍ନତି ହେବ।
  • ଯଦି ଆପଣଙ୍କ ନଖ ଲମ୍ୱା ଓ ଏହା ଉପରେ ଅଧା ଚନ୍ଦ୍ରର ଚିହ୍ନ ରହିଛି, ତେବେ ଏହା ଆପଣଙ୍କ ପାଇଁ ଅଶୁଭ। ବଡ଼ ନଖରେ ଅଧା ଚନ୍ଦ୍ରର ଅର୍ଥ ଆପଣଙ୍କ ମୁଣ୍ଡ, ଗଳା ଓ ଛାତିରେ ଯନ୍ତ୍ରଣା ହେବାର ସମ୍ଭାବନା ରହିଛି।
  • ଯଦି ଆପଣଙ୍କ ନଖ ଛୋଟ ଏବଂ ଏଥିରେ ଚନ୍ଦ୍ରର ଚିହ୍ନ ରହିଛି, ତେବେ ଆପଣଙ୍କ ଅଣ୍ଟା ହାଡ଼ କିମ୍ୱା ଗୋଡ଼ରେ ଯନ୍ତ୍ରଣା ହେବାର ସମ୍ଭାବନା ରହିଛି।
  • ଯଦି ଆପଣଙ୍କ ଗୋଡ଼ ଆଙ୍ଗୁଠିରେ ଚନ୍ଦ୍ର ଚିହ୍ନ ରହିଛି, ତେବେ ଭବିଷ୍ୟତରେ ଆପଣଙ୍କୁ ନୂଆ ବନ୍ଧୁ ମିଳିବା ସହିତ ଉପହାର ମିଳିବ।
  • ଯଦି ଆପଣଙ୍କ ହାତର ମଝି ଆଙ୍ଗୁଳିରେ ଚନ୍ଦ୍ର ଚିହ୍ନ ରହିଛି, ତେବେ ଆପଣଙ୍କର କେହି ଜଣେ ଶତ୍ରୁ ରହିଛି ଏବଂ ସେ ଆପଣଙ୍କର କ୍ଷତି କରିବାକୁ ଚାହୁଁଛି। ଏପରି ସମୟରେ ବୁଝି ସୁଝି କଥାବାର୍ତ୍ତା କରନ୍ତୁ।
  • ଯଦି ଆପଣଙ୍କ ଅନାମିକା ଆଙ୍ଗୁଳି ବା ରିଙ୍ଗ୍‌ ଫିଙ୍ଗର୍‌ରେ ଅଧା ଚନ୍ଦ୍ର ରହିଛି,ତେବେ ଜାଣିବେ ଆପଣଙ୍କ ଯଶ ଓ ସମ୍ମାନ ବଢ଼ିବାକୁ ଯାଉଛି।
  • କିନ୍ତୁ ଯଦି ଆପଣଙ୍କ ହାତର କାଣି ଆଙ୍ଗୁଳି ବା ଛୋଟ ଆଙ୍ଗୁଳିରେ ଅଧା ଚନ୍ଦ୍ର ରହିଛି, ତେବେ ଆପଣଙ୍କ ବ୍ୟବସାୟରେ ଲାଭ ହେବା ସହିତ ଧନ ଲାଭର ଯୋଗ ରହିଛି ବୋଲି ଜାଣି ନିଅନ୍ତୁ।


from Odisha Reporter https://ift.tt/2QYZsNC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages