ପ୍ରାକୃତିକ ଉପାୟରେ ଦୂର ହେବ ବେକର କଳାଦାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 14, 2018

ପ୍ରାକୃତିକ ଉପାୟରେ ଦୂର ହେବ ବେକର କଳାଦାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଳେ ବେଳେ ଆପଣଙ୍କୁ ଏମିତି ଲାଗୁଥିବ ଯେମିତି ଆପଣଙ୍କ ମୁହଁର ରଙ୍ଗ ଗୋଟିଏ ଆଉ ଦେହର ଆଉ ଗୋଟିଏ। କିନ୍ତୁ ଭାବିଲେ ଦେଖି ଏହା କେମିତି ସମ୍ଭବ? ବାସ୍ତବରେ ବିଭିନ୍ନ ପ୍ରକାର ପ୍ରସାଧାନ ସାମଗ୍ରୀ ଏବଂ ପ୍ରଦୂଷଣ ପାଇଁ ତ୍ୱଚାର ଏମିତି ସ୍ଥିତି ହୋଇଥାଏ। ତେବେ ଘରୋଇ ଉପଚାର ମାଧ୍ୟମରେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ। ଆସନ୍ତୁ ଜାଣିବା କେମିତି ।

ଆଲୋବେରା ଜେଲ୍:
ଏଲୋବେରା ଜେଲ୍ ବା ଘିକୁଅଁରୀ ରସ ଲଗାଇବା ଦ୍ୱାରା ବେକର କଳା ଦାଗ ଧିରେ ଧିରେ ଲିଭିଯାଏ। ଆଲୋବେରାରେ ମିନେରାଲ୍ସ୍ ଓ ଭିଟାମିନ୍ ପର୍ଯ୍ୟାପ୍ତ ମାତ୍ରାରେ ଥିବା ଯୋଗୁଁ ଏହା ତ୍ୱଚାରେ ମେଲାନିନ୍‌କୁ ନିୟନ୍ତ୍ରିତ କରି ତ୍ୱଚାକୁ ସୁରକ୍ଷା ଦେଇଥାଏ।

ଆପଲ୍ ସାଇଡର୍ ଭିନେଗାର୍:
ଆପଲ୍ ସାଇଡର୍ ଭିନେଗାର୍ ଚର୍ମର ପିଏଚ୍‌ସ୍ତରକୁ ସନ୍ତୁଳିତ ରଖେ। ଏହା ତ୍ୱଚାରେ ରହିଯାଉଥିବା ଡେଡ୍ ସେଳ୍ସକୁ ମଧ୍ୟ ବାହାର କରିଥାଏ। ଦୁଇ ଚାମଚ ଆପଲ୍ ସାଇଡର୍ ଭିନେଗାର୍ ଟିକିଏ ପାଣି ସହ ମିଶାଇ ତୁଳାରେ ଆପଣଙ୍କ କଳା ପଡିଥିବା ଜାଗାରେ ଲଗାନ୍ତୁ। କିଛି ସମୟ ପରେ ଏହାକୁ ସାଦା ପାଣିରେ ଧୁଅନ୍ତୁ। ନିୟମିତ ଏମିତି କଲେ କଳାଦାଗ ଲିଭିଯିବ।

ଆଲ୍‌ମଣ୍ଡ(ବାଦାମ) ତେଲ:

ବାଦାମ ତେଲରେ ଭିଟାମିନ୍ ‘ଇ’ ଓ ବ୍ଲିଚିଂ ଥାଏ, ଯାହା ରଙ୍ଗକୁ ସୁଧାରିବାରେ ସାହାଯ୍ୟ କରିଥାଏ। କିଛି ବୁନ୍ଦା ତେଲ ନେଇ ବେକରେ ମାଲିସ କରି ଛାଡ଼ି ଦିଅନ୍ତୁ। ସୁଫଳ ପାଇବେ।

ଦହି:
ଦହିରେ ପ୍ରାକୃତିକ ଏନ୍‌ଜାଇମ୍‌ ରହିଥାଏ। ଯାହା ତ୍ୱଚାକୁ ସଫା କରିବାରେ ସାହାଯ୍ୟ କରିଥାଏ। ଦୁଇ ଚାମଚ ଦହି ନେଇ ବେକରେ ଲଗାନ୍ତୁ ଓ ୧୫ ମିନିଟ୍ ପାଇଁ ରଖିବା ପରେ ଧୋଇ ଦିଅନ୍ତୁ। ଦେଖିବେ କଳାଦାଗ ଗାଏବ୍‌ ହୋଇଯିବ।

ଆଳୁ:
ଆଳୁରେ ବ୍ଲିଚିଂ ଉପାଦାନ ରହିଛି। ଯାହା ତ୍ୱଚାକୁ ସଫା କରିଥାଏ। ଗୋଟିଏ ଆଳୁ ନେଇ ତା’କୁ କାଟି ଜୁସ୍ ତିଆରି କରନ୍ତୁ ଓ ବେକରେ ଏହି ଜୁସ୍‌ ଲଗାଇ ୧୫ ମିନିଟ୍ ପାଇଁ ରଖି ଦିଅନ୍ତୁ। ପରେ ଏହାକୁ ସାଦା ପାଣିରେ ଧୂଅନ୍ତୁ। ଦେଖିବେ ତ୍ୱଚା ଚମକି ଉଠିବ।



from Odisha Reporter https://ift.tt/2SRip1W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages