
ନୂଆଦିଲ୍ଲୀ: ଆରମ୍ଭ ହୋଇଛି ୫ ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି। ତେଲେଙ୍ଗାନା, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ମିଜୋରାମରେ କିଏ ବାଜିମାତ କରୁଛି, ତା’ ଉପରେ ସମସ୍ତଙ୍କ ନଜର। ପ୍ରାଥମିକ ଗଣତି ଅନୁଯାୟୀ, ରାଜସ୍ଥାନରେ କଂଗ୍ରେସ ଆଗରେ ଥିବା ବେଳେ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିକୁ କଡ଼ା ଟକ୍କର ଦେଉଛି।
ପ୍ରାରମ୍ଭିକ ଟ୍ରେଣ୍ଡିଂ ଅନୁଯାୟୀ,
ସକାଳ ୯.୩୦ ସୁଦ୍ଧା ମଧ୍ୟପ୍ରଦେଶରେ କଂଗ୍ରେସ ୨୯, ବିଜେପି ୩୩, ବିଏସ୍ପି ୩ ଓ ଅନ୍ୟାନ୍ୟ ଦଳ ୧ଟି ଆସନରେ ଆଗୁଆ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨୩୦ଟି ବିଧାନସଭା ଆସନରୁ ୬୭ଟି ଆସନର ଫଳାଫଳ ସାମ୍ନାକୁ ଆସିଛି।
ରାଜସ୍ଥାନରେ କଂଗ୍ରେସ ୫୦ଟି, ବିଜେପି ୩୭, ଅନ୍ୟାନ୍ୟ ୧୨ ଓ ବିଏସ୍ପି ୩ଟି ଆସନରେ ଆଗୁଆ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧୯୯ଟି ବିଧାନସଭା ଆସନରୁ ୧୦୨ଟିର ଫଳାଫଳ ସାମ୍ନାକୁ ଆସିଛି।
ତେଲେଙ୍ଗାନାର ୧୧୯ଟି ବିଧାନସଭା ଆସନରୁ ୭୯ଟି ଫଳାଫଳ ସାମ୍ନାକୁ ଆସିଛି। ଏଥିରେ କେ ଚନ୍ଦ୍ରଶେଖର ରାଓଙ୍କ ଟିଆର୍ଏସ୍ ୬୦, କଂଗ୍ରେସ ମହାମେଣ୍ଟ ୧୨, ବିଜେପି ୩, ଅନ୍ୟାନ୍ୟ ୨ ଓ ଏଆଇଏମ୍ଆଇଏମ୍ ୨ଟି ଆସନରେ ଆଗୁଆ ରହିଛନ୍ତି।
ଛତିଶଗଡ଼ରେ କଂଗ୍ରେସ ୩୦, ବିଜେପି ୧୨, ବିଏସ୍ପି ଓ ଅଜିତ ଯୋଗୀ ମେଣ୍ଟ ୪ ଓ ଅନ୍ୟାନ୍ୟ ଦଳ ୧ଟି ଆସନରେ ଆଗୁଆ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୯୦ଟି ବିଧାନସଭା ଆସନରୁ ୪୭ଟି ଆସନର ଫଳାଫଳ ସାମ୍ନାକୁ ଆସିଛି।
ମିଜୋରାମର ୪୦ଟି ବିଧାନସଭା ଆସନରୁ ୩୨ଟିର ଫଳାଫଳ ସାମ୍ନାକୁ ଆସିଛି। ଏଥି ମଧ୍ୟରୁ ଏମ୍ଏନ୍ଏଫ୍ ୨୨, କଂଗ୍ରେସ ୬, ବିଜେପି ୧ ଓ ଅନ୍ୟାନ୍ୟ ଦଳ ୩ଟି ଆସନରେ ଆଗୁଆ ରହିଛି।
from Odisha Reporter https://ift.tt/2PusSOD
No comments:
Post a Comment