ରାଜସ୍ଥାନରେ କଂଗ୍ରେସ ଆଗରେ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଡ଼ା ଟକ୍କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 10, 2018

ରାଜସ୍ଥାନରେ କଂଗ୍ରେସ ଆଗରେ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଡ଼ା ଟକ୍କର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଲିଛି ୫ ରାଜ୍ୟର ଭୋଟ ଗଣତି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ସେମିଫାଇନାଲ୍‌ ବୋଲି ଧରାଯାଇପାରେ। ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲଙ୍ଗାନା, ଛତିଶଗଡ ଓ ମିଜୋରାମ୍‌ରେ ପରିବର୍ତ୍ତନର ଆଭାସ ଦେଖିବାକୁ ମିଳୁଛି। ଏକ୍‌ଜିଟ୍‌ ପୋଲ୍‌କୁ ଆଧାର କରି ଏହି ନିର୍ବାଚନ ଫଳାଫଳ ଆଗକୁ ବଢ଼ୁଥିବା ବେଳେ କଂଗ୍ରେସର ସ୍ଥିତି ସୁଦୃ‍ଢ଼ ହେଉଥିବା ଦେଖିବାକୁ ମିଳୁଛି। ଅଦ୍ୟାବଧି ନିର୍ବାଚନ ପରିଣାମ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଶେଷ ଖବର ସୁଦ୍ଧା କଂଗ୍ରେସ ଫାଇଦାରେ ରହିବ ବୋଲି ଆଶା ।

ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା ଓ ମିଜୋରମ୍‌ ଭଳି ରାଜ୍ୟରେ ଭୋଟ ଗଣତି ଆରମ୍ଭ ହୋଇଯାଇଥିବା ବେଳେ ଶେଷ ଖବର ସୁଦ୍ଧା ରାଜସ୍ଥାନରେ କଂଗ୍ରେସ ଆଗରେ ରହିଛି। ସେହିପରି ମଧ୍ୟପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି।

ମଧ୍ୟପ୍ରଦେଶରେ ୨୩୦ ଆସନ ପାଇଁ ନିର୍ବାଚନ ହେଉଥିବା ବେଳେ ଶେଷ ଖବର ସୁଦ୍ଧା କଂଗ୍ରେସ ୪୦ ଆସନରେ ଆଗୁଆ ରହିଛି। ରାଜସ୍ଥାନରେ ୬୩ ଓ ଛତିଶଗଡରେ ୧୧ଟି ଆସନରେ ଦଳ ଆଗୁଆ ରହିଥିବା ସୂଚନା ମିଳିଛି।



from Odisha Reporter https://ift.tt/2Lb3vkd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages