
କୋରାପୁଟ: ଦାଦନ ଖଟିବାକୁ ଯାଇ ତେଲେଙ୍ଗାନାରେ ଫସିଥିବା ୧୭ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଲକ୍ଷ୍ମୀପୁର ପୁଲିସ୍ ଓ ଶ୍ରମ ଅଧିକାରୀ ସେମାନଙ୍କୁ ଉଦ୍ଧାର କରିଛନ୍ତି।
ଉଦ୍ଧାର ଯୁବତୀମାନେ ହେଲେ କୋରାପୁଟ ଜିଲ୍ଲା ପିପଲପଦର ପଞ୍ଚାୟତର ପିକ୍ସାଡାଙ୍ଗ ଓ ଚୁଚୁକଣା ଗାଁର।
ତିନି ମାସ ତଳେ ସେମାନଙ୍କୁ ରାୟଗଡ଼ା ଜିଲ୍ଲା ବାରଲୁକନା ଗାଁର ଦୁଇ ଜଣ ଦଲାଲ ଅଧିକ ପାରିଶ୍ରମିକର ଲୋଭ ଦେଖାଇ ତେଲେଙ୍ଗାନାକୁ ନେଇ ଯାଇଥିଲେ। ହେଲେ ତିନି ମାସ ପରେ ଗାଁ ଲୋକେ ସେମାନଙ୍କୁ ଭେଟିବାକୁ ଯାଇଥିବା ବେଳେ ଭାଟି ମାଲିକ ଦଲାଲ ଆସିଲେ ଯାଇ ସମସ୍ତଙ୍କୁ ଛଡ଼ାଯିବ ବୋଲି କହିଥିଲେ।
ଫଳରେ ନିରାଶ ହୋଇ ସେମାନେ ଗାଁକୁ ଫେରି ଆସିବା ପରେ ଏହାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା। ଏହାପରେ ଲକ୍ଷ୍ମୀପୁର ପୁଲିସ୍ର ଏକ ଟିମ୍ ଓ ଶ୍ରମ ଅଧିକାରୀ ତେଲେଙ୍ଗାନାକୁ ଯାଇ ୧୭ ଜଣ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି।
from Odisha Reporter http://bit.ly/2VaxoGd
No comments:
Post a Comment