
ଦୁବାଇ: ଦୀର୍ଘ ୧୪୧ ବର୍ଷ ହେଲା ଟେଷ୍ଟ କ୍ରିକେଟ୍ ଖେଳା ଯାଉଥିଲେ ହେଁ କେବେ ଘଟି ନଥିବା ଘଟଣା ଏବେ ଘଟିଛି। ଗୋଟିଏ ଟେଷ୍ଟ ମ୍ୟାଚ୍ର ଉଭୟ ଇନିଂସ୍ରେ ଦୁଇ ପ୍ରତିପକ୍ଷ ଦଳର ଅଧିନାୟକ ଶୂନରେ ଆଉଟ୍ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି। ଦକ୍ଷିଣ ଆଫ୍ରିକାର ଅଧିନାୟକ ଫାଫ୍ ଡୁପ୍ଲେସିସ୍ ଏବଂ ତାଙ୍କ ପାକିସ୍ତାନ ପ୍ରତିପକ୍ଷ ସର୍ଫରାଜ ଅହମ୍ମଦ ଏହି ବିରଳ ରେକର୍ଡରେ ନିଜ ନାଁକୁ ସାମିଲ କରିଛନ୍ତି।
ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଏଭଳି ଘଟଣା ଘଟିଛି। ଏହି ଟେଷ୍ଟକୁ ଦକ୍ଷିଣ ଆଫ୍ରିକା ୬ ୱିକେଟ୍ରେ ଜିତି ନେଇଛି। ତେବେ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍ ଡୁପ୍ଲେସିସ୍ ଓ ତାଙ୍କ ପାକିସ୍ତାନ ପ୍ରତିପକ୍ଷ ସର୍ଫରାଜ ଏକ ଏହି ବିରଳ ଶୂନ ରେକର୍ଡର ଅଧିକାରୀ ହୋଇଛନ୍ତି।
ପ୍ରଥମ ଇନିଂସ୍ରେ ସର୍ଫରାଜ ୪ଟି ବଲ୍ରେ ଶୂନ କରିଥିବା ବେଳେ ଫାପ୍ ମାତ୍ର ଗୋଟିଏ ବଲ୍ରେ ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଥିଲେ। ଦ୍ୱିତୀୟ ଇନିଂସ୍ରେ ସର୍ଫରାଜ ୨ଟି ବଲ୍ ଖେଳିଥିବା ବେଳେ ଫାପ୍ ୬ଟି ବଲ୍ ଖେଳି ଶୂନ କରି ଆଉଟ୍ ହୋଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଉଭୟ ଇନିଂସ୍ରେ ପାକିସ୍ତାନର ଦ୍ରୁତ ବୋଲର ଶାହିନ ଆଫ୍ରିଦି ହିଁ ଫାଫ୍ଙ୍କୁ ଆଉଟ୍ କରିଥିଲେ।
from Odisha Reporter http://bit.ly/2ETFGww
No comments:
Post a Comment