ନୂଆ ଓଡିଶା ଗଢ଼ିବା ସଂକଳ୍ପ ଅଟଳଜୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 25, 2018

ନୂଆ ଓଡିଶା ଗଢ଼ିବା ସଂକଳ୍ପ ଅଟଳଜୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି: ଧର୍ମେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ଆଜି ହେଉଛି ଜନ୍ମ ଜୟନ୍ତୀ ଯାହା ସାରା ଦେଶ ସୁଶାସନ ଦିବସ ଭାବେ ପାଳୁଛି। ସମଗ୍ର ବିଶ୍ୱରେ ତାଙ୍କର ଖ୍ୟାତି ରହିଥିଲା। ଆଧୁନିକ ଭାରତ ଗଢ଼ିବାରେ ସେ ଥିଲେ ଅନ୍ୟତମ ବିନ୍ଧାଣି। ଓଡିଶା ସହ ତାଙ୍କର ବେଶ ଘନିଷ୍ଠ ସମ୍ପର୍କ ରହିଥିଲା। ପ୍ରଳୟଙ୍କରୀ ମହାବାତ୍ୟାରେ ଓଡିଶା ଛାରଖାର ହୋଇଥିବା ବେଳେ ଓଡିଶାକୁ ନୂଆ କରି ଗଢ଼ିବା ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହି ଚର୍ଚ୍ଚାକୁ ଆସିଥିଲେ ଅଟଳଜୀ। ଆଜି ତାଙ୍କର ଜନ୍ମ ଜୟନ୍ତରୀରେ ନୂଆ ଭାରତ ସହ ନୂଆ ଓଡିଶା ଗଢିବା ପାଇଁ ସଂକଳ୍ପ ନେବା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବାଜପେୟୀଙ୍କ ସ୍ମୁତି ଚାରଣ କରିଥିଲେ। ଓଡିଶାର ବିକାଶ ରଥକୁ ଆଗକୁ ନେବାପାଇଁ ତାଙ୍କର ଢେର ପ୍ରୟାସ ଥିଲା ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ, ୯୦ ଦଶକରେ ଯେତେବଳେ କଳାହାଣ୍ଡି ଜିଲାରେ ଭୟଙ୍କର ମରୁଡ଼ି ପଡ଼ିଥିବା ସମୟରେ ସେ ଟ୍ରେନ୍ ଯୋଗେ ଓଡିଶା ଆସିଥିଲେ। ଭଦ୍ରକରେ ହୋଇଥିବା ଦଙ୍ଗା ସମୟରେ ସେ ମଧ୍ୟ ଓଡ଼ିଶାକୁ ଆସିଥିଲେ। ପୁରୀ ଆସିଲେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ସହ ସମୁଦ୍ର କୂଳରେ ବେଶ ସମୟ ବିତାଉଥିଲୋ

ପାରାଦ୍ୱୀପରେ ହୋଇଥିବା ଅଏଲ ରିଫାଇନାରୀ ହେଉ ଅବା ଏମସ ହେଉ ଓଡିଶାରେ ଏପରି ଜାତୀୟ ସ୍ତରୀୟ ଅନୁଷ୍ଠାନ ତିଆରି ହେବା ଥିଲା ଅଟଳଜୀଙ୍କ ପରିକଳ୍ପନା। ସ୍ୱାଧୀନତା ପରେ ଓଡ଼ିଶାକୁ ସବୁଠୁ ବଡ଼ ଉପହାର ତାଙ୍କ ସମୟରେ ହିଁ ମିଳିଥିଲା । ଶ୍ରୀ ପ୍ରଧାନ କହିଛନ୍ତି ଯେ, ସାନ୍ତାଳୀଭାଷାକୁ ସାମ୍ବିଧାନିକ ମାନ୍ୟତା ଦେବା, ଓଡିଶାର ରେଳବିଭାଗର ବିକାଶ ଆଦି ସବୁକ୍ଷେତ୍ରରେ ତାଙ୍କର ଯଥେଷ୍ଟ ଅବଦାନ ରହିଥିଲା।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତବର୍ଷରେ ଅନେକ ସରକାର ଆସଛନ୍ତି ହେଲେ ଅଟଳଜୀଙ୍କ ଶାସନ ହିଁ ଆଧୁନିକତାକୁ ଏକ ନୂଆ ରୂପ ଦେଇଥିଲା। ସେ ସୁବର୍ଣ୍ଣ ଚତୁର୍ଭୁଜ ରାସ୍ତା ହେଉ ଅବା ଗାଁ ଗଣ୍ଡାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ଯୋଡ଼ିବା ଥିଲା ତାଙ୍କ ପ୍ରୟାସ। ଶ୍ରୀ ପ୍ରଧାନ କହିଛନ୍ତି ଆଜି ଓଡିଶାରେ ଏଭଳି ଗାଁ ନାହିଁ ଯେ, ଯେଉଁ ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତା ଯାଇନାହିଁ। ୨୦ ବର୍ଷ ତଳେ ରାସ୍ତା ନିର୍ମାଣରେ ଯେଉଁ ବିପ୍ଳବ ହୋଇଥିଲା ସେଥିପାଇଁ ଏବେବି ଲୋକେ ତାଙ୍କୁ ମନେ ପକାଉଛନ୍ତି। ଅନୁସୂଚିତ ଜନଜାତି, ଜାତି, ପଛୁଆବର୍ଗଙ୍କୁ ନେଇ ଗୋଟିଏ ବିଭାଗ ଥିବା ବେଳେ ଆଦିବାସୀ ମାନଙ୍କ ପାଇଁ ସ୍ୱତନ୍ତ୍ର ବିଭାଗ ସେ ଖୋଲିଥିଲେ। ଯେଉଁଥିରେ ଓଡିଶାର ୨୫ ପ୍ରତିଶତ ଆଦିବାସୀଙ୍କ ସମେତ ସାରା ଦେଶର ଆଦିବାସୀ ଲାଭ ପାଇଥିଲେ।

ସେ ପୋଖରାନ୍ ପରୀକ୍ଷଣ ହେଉ ଅବା କାରଗିଲ୍ ଯୁଦ୍ଧ କିମ୍ବା ବସ୍ ଯୋଗେ ପାକିସ୍ତାନ ଯିବା, ସମସ୍ତ କଠୋର ପଦକ୍ଷେପ ନେଇ ଦେଶକୁ ଦୃଢ଼ କରିବା ପାଇଁ ସେ ସମସ୍ତ ପଦକ୍ଷେପ ନେଇଛନ୍ତି। ଦେଶରେ ବିଜୁଳି ଉତ୍ପାଦନ, ସର୍ବଶିକ୍ଷ। ଅଭିଯାନ ମାଧ୍ୟମରେ ପ୍ରାଥମିକ ଶିକ୍ଷାର ମଜଭୁତ କରିବା ଆଦି ତାଙ୍କର ପରିକଳ୍ପନା ଥିଲା। ରାସ୍ତା, ପାଠପଢ଼ା, ଆଦିବାସୀଙ୍କ ବିକାଶ, ନଦୀ ସଂଯୋଗୀକରଣ ପରି ଯୁଗାନ୍ତକାରୀ ପଦକ୍ଷେପ ତାଙ୍କ ସମୟରେ ହିଁ ହୋଇଥିଲା।

ଶ୍ରୀ ପ୍ରଧାନ କହିଛନ୍ତି ଆଜି ଆମେ ସୁଶାସନ ଦିବସ ପାଳନ କରୁଛନ୍ତି ତେବେ ଓଡ଼ିଶାରେ ବହୁ ସମସ୍ୟା ରହିଛି। ଓଡ଼ିଶାରେ ୪୫୦ କିଲୋମିଟର ଲମ୍ବ ସୁଦୀର୍ଘ ବେଳାଭୂମି ରହିଛି , ଉର୍ବର ଜମି ରହିଛି, ପରିଶ୍ରମୀ ଲୋକ ଅଛନ୍ତି ତାହା ସତ୍ତ୍ୱେ ଓଡିଶା ଦାରିଦ୍ର‌୍ୟରେ ରହିଛି। ସ୍ୱାସ୍ଥ୍ୟ, ଶିକ୍ଷା ବ୍ୟବସ୍ଥା ନାହିଁ। ଗତକାଲି ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ବହୁ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି, ଯାହା ରାଜ୍ୟର ରାଜସ୍ୱ ବିକାଶ ହେବାରେ ସହାୟକ ହେବ। ତେଣୁ ରାଜ୍ୟରେ ସ୍ୱାଭିମାନୀ ମଣିଷ ତିଆରି କରିବା ଓ ଏଠି ରୋଜଗାର ସୁବିଧା ସୃଷ୍ଟି କରିବା ପାଇଁ ଓଡ଼ିଆ ଯୁବକଙ୍କୁ ସ୍ୱାଭିମାନୀ ହେବାକୁ ପଡ଼ିବ। ତେଣୁ ନୂଆ ଭାରତ ସହ ନୂଆ ଓଡ଼ିଶାକୁ ଯୋଡ଼ିବା ପାଇଁ ଆଜି ଦିନରେ ସଂକଳ୍ପ ନେବାପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।



from Odisha Reporter http://bit.ly/2ENlqx9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages