
ମିରଟ୍: ଉତ୍ତରପ୍ରଦେଶର ମିରଟ୍ରେ ଗଣଦୁଷ୍କର୍ମ ଅଭିଯୋଗ ଆଣିଥିବା ଜଣେ ମହିଳା ଏସ୍ଏସ୍ପିଙ୍କ କାର୍ଯ୍ୟାଳୟ ସାମ୍ନାରେ ଆତ୍ମାହୂତି ଦେବାକୁ ଉଦ୍ୟମ କରିଥିବା ଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଛି।
ସେ ଅଭିଯୋଗ ଆଣିଥିଲେ ମଧ୍ୟ ଏହାକୁ ନେଇ ପୁଲିସ୍ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ସେ ଏପରି କରିଥିବା କହିଛନ୍ତି। କାର୍ଯ୍ୟାଳୟରେ ଥିବା ମହିଳା ପୁଲିସ୍ ତାଙ୍କୁ କାବୁ କରି ଆତ୍ମାହୂତି ଦେବାରୁ ଅଟକାଇ ପାରିଛନ୍ତି।
ମହିଳା ଜଣକ ବିଭିନ୍ନ ସ୍ତରରେ ଅଭିଯୋଗ ଆଣିଥିଲେ ମଧ୍ୟ କେହି ଶୁଣିନଥିଲେ ବୋଲି ସେ କହିଛନ୍ତି। କିନ୍ତୁ ପୁଲିସ୍ ଭିନ୍ନ ମତ ରଖିଛି। ପୁଲିସ୍ ତାଙ୍କ ଅଭିଯୋଗକୁ ଅଗ୍ରାହ୍ୟ କରିବା ସହିତ କହିଛି ତାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ।
ମିରଟ୍ ଗ୍ରାମାଞ୍ଚଳ ଏସ୍ପି ରାଜେଶ କୁମାର କହିଛନ୍ତି, ସେ ନିଜ ଉପରେ କିରୋସିନ୍ ଢାଳି ଆମ ଅଫିସ୍କୁ ପଶିଆସିଥିଲେ। ସେ ଅଭିଯୋଗ କରୁଥିଲେ ଯେ, ସେ ୩ ଜଣଙ୍କ ନାମରେ ଗଣଦୁଷ୍କର୍ମ ଅଭିଯୋଗ ଆଣିଥିଲେ ମଧ୍ୟ ଏଯାଏ କାର୍ଯ୍ୟାନୁଷ୍ଠାନ ହୋଇନି। ମୁଁ ଦାୟିତ୍ୱରେ ଥିବା ତଦନ୍ତ ଅଧିକାରୀଙ୍କ ସହିତ କଥା ହୋଇଛି ଏବଂ ଜାଣିବାକୁ ପାଇଛି ଅଭିଯୋଗ ସପକ୍ଷରେ ସେପରି କିଛି ଦୃଢ଼ ପ୍ରମାଣ ନାହିଁ।
from Odisha Reporter http://bit.ly/2EL8pU2
No comments:
Post a Comment