ଟେଷ୍ଟ ସିରିଜ୍‌ ପୂର୍ବରୁ ଟିମ ଇଣ୍ଡିଆକୁ ଗୁରୁମନ୍ତ୍ର ଦେଲେ ସଚିନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 3, 2018

ଟେଷ୍ଟ ସିରିଜ୍‌ ପୂର୍ବରୁ ଟିମ ଇଣ୍ଡିଆକୁ ଗୁରୁମନ୍ତ୍ର ଦେଲେ ସଚିନ୍‌

ଏଡିଲେଡ୍‌: ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ଏବଂ ଅନ୍ୟ ଖେଳାଳିମାନଙ୍କୁ ମାଷ୍ଟରବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ଗୁରୁ ମନ୍ତ୍ରଣା ଦେଇଛନ୍ତି। ଅଷ୍ଟ୍ରେଲିଆ ମାଟିରେ କେମିତି ବ୍ୟାଟିଂ କରିବାକୁ ହେବ, ସେନେଇ ସଚିନ୍‌ ବ୍ୟାଟସ୍‌ମ୍ୟାନଙ୍କୁ ପରାମର୍ଶ ଦେଇଛନ୍ତି। ବିଶେଷ କରି ଟପ୍‌ ୩ ଜଣ ବ୍ୟାଟସ୍‌ମ୍ୟାନଙ୍କ ବ୍ୟାଟିଂ ଉପରେ ପୂରା ଟିମ୍‌ର ଭାଗ୍ୟ ନିର୍ଭର କରିବ ବୋଲି ସଚିନ୍‌ ସ୍ପଷ୍ଟ କରିଛନ୍ତି।

ସଚିନ୍‌ କହିଛନ୍ତି, “ ଆମେ ଯେତେବେଳେ ଅଷ୍ଟ୍ରେଲିଆ ଗସ୍ତ କରୁ ଓପନିଂ ବ୍ୟାଟସ୍‌ମ୍ୟାନ୍‌ଙ୍କ ଭୂମିକା ସେଠାରେ ବେଶ ଗୁରୁତ୍ୱ ବହନ କରେ। ବିଶେଷ କରି ୧, ୨ ଓ ୩ ଏବଂ ବେଳେ ବେଳେ ୪ ନଂ ସ୍ଥାନରେ ବ୍ୟାଟିଂ କରୁଥିବା ଖେଳାଳିଙ୍କ ବ୍ୟାଟିଂ ଉପରେ ସବୁ କିଛି ନିର୍ଭର କରେ। ପ୍ରଥମ ୩ ଜଣ ବ୍ୟାଟସ୍‌ମ୍ୟାନ୍‌ ଅତିକମ୍‌ରେ ୩୦ ଓଭର୍‌ ବ୍ୟାଟିଂ କରିବା ଦରକାର। ଏକଥା ମୁଁ ଇଂଲଣ୍ଡ ଗସ୍ତ ପୂର୍ବରୁ ମଧ୍ୟ କହିଥିଲି। ଇଂଲଣ୍ଡ ମାଟିରେ ପ୍ରଥମ ୪୦ ଓଭର୍‌ ମହତ୍ତ୍ୱପୂର୍ଣ୍ଣ। ଅଷ୍ଟ୍ରେଲିଆରେ ପ୍ରଥମ ୩୦ରୁ ୩୫ ଓଭର୍‌ ବଲ୍‌ ନୂଆ ଥିବା ବେଳେ ବ୍ୟାଟସ୍‌ମ୍ୟାନଙ୍କୁ ଅଡ଼ୁଆରେ ପକାଇବ। ତେଣୁ ଏହି ସମୟରେ ଭାରତର ପ୍ରଥମ ୩ ଜଣ ଖେଳାଳି ବ୍ୟାଟିଂ କରିବା ଦରକାର।”

ଷ୍ଟିଭ୍‌ ସ୍ମିଥ ଓ ଡେଭିଡ୍‌ ୱାର୍ଣ୍ଣରଙ୍କ ଅନୁପସ୍ଥିତି ସମ୍ପର୍କରେ ମତଦେଇ ମାଷ୍ଟରବ୍ଲାଷ୍ଟର କହିଛନ୍ତି, ବର୍ତ୍ତମାନ ଟିମ୍‌ ଅଷ୍ଟ୍ରେଲିଆ ଦୁର୍ବଳ। ଏକଥା ମୁଁ କହିବା ଦରକାର ନାହିଁ। କାରଣ ସମସ୍ତେ ଏ ବିଷୟରେ ଜାଣିଛନ୍ତି। ୱାର୍ଣ୍ଣର ଓ ସ୍ମିଥ୍‌ଙ୍କ ଉପରେ ଦଳର ବ୍ୟାଟିଂ ଭାର ରହୁଥିଲା। କିନ୍ତୁ ଏବେ ବି ଅଷ୍ଟ୍ରେଲିଆର ବୋଲିଂ ବାହିନୀ ଶକ୍ତିଶାଳୀ ରହିଛି। ଭାରତ ପାଖରେ ମ୍ୟାଚ୍‌ ଜିତିବା ପାଇଁ ଏଥର ସୁବର୍ଣ୍ଣ ସୁଯୋଗ ରହିଛି ବୋଲି ସଚିନ୍‌ କହିଛନ୍ତି।



from Odisha Reporter https://ift.tt/2FYnofA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages