
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜ ବିରୋଧରେ ଥିବା ମାମଲା ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଅନୁରୋଧ କରିଥିଲେ ଅଭିଜିତ୍ ଆୟର ମିତ୍ର। ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ଜରିଆରେ ସେ ଚିଠି ଲେଖିଥିଲେ। ତେବେ ଗତ ମାସ ୨୦ ତାରିଖରେ ଆୟର ଏହି ଚିଠି ଲେଖିଥିଲେ ମଧ୍ୟ ଜେଲ୍ ଡିଆଇଜି ଆଜି ଏହାକୁ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଇଛନ୍ତି। ତେବେ ଡିଆଇଜି କାହିଁକି ଚିଠିଟିକୁ ନିଜ ପାଖରେ ରଖିଲେ? ଏଥିପାଇଁ ତାଙ୍କୁ କେହି ନିର୍ଦ୍ଦେଶ ଦେଇଥିଲା କି? ଏଭଳି କେତୋଟି ପ୍ରଶ୍ନ ଉଠିବାରେ ଲାଗିଛି।
ଚିଠିରେ ଅଭିଜିତ ଲେଖିଛନ୍ତି-“ନିଜ ମନ୍ତବ୍ୟ ଲାଗି କ୍ଷମା ମାଗିଛି। ଗତ ମାସ ୧୬ ତାରିଖରୁ ଓଡ଼ିଶା ବିଧାନସଭା ମୋତେ କ୍ଷମା ଦେଇସାରିଛନ୍ତି। କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଏଭଳି ମନ୍ତବ୍ୟ ଦେଇନଥିବାରୁ ଓଡ଼ିଶା ସରକାର ମୋ ବିରୋଧରେ ଥିବା ଦୁଇଟି ମାମଲାକୁ ପ୍ରତ୍ୟାହାର କିମ୍ବା ଖାରଜ କରିଦିଅନ୍ତୁ।”
ଅଭିଜିତ ୧୩ ଦିନ ତଳୁ ଏହି ପିଟିସନ ଦେଇଥିଲେ ମଧ୍ୟ ଜେଲ୍ ବିଭାଗ କାହିଁକି ଏତେ ବିଳମ୍ବରେ ସରକାରଙ୍କ ନିକଟକୁ ପଠାଇଲେ ତାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଆୟରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡ଼ୁଥିବା ଦେଖି ଡିଆଇଜି ବାଧ୍ୟ ହୋଇ ଏହି ଚିଠି ପଠାଇଥିବା ଆଲୋଚନା ହେଉଛି।
ସେପଟେ ପେଟରେ ଯନ୍ତ୍ରଣା କାରଣରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଭିଜିତଙ୍କ ଚିକିତ୍ସା ଜାରି ରହିଛି। ତେବେ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଅନୁମତି ଦେବାକୁ ତାଙ୍କ ଓକିଲଙ୍କ ପକ୍ଷରୁ ଏସ୍ଡିଜେଏମ୍ଙ୍କ କୋର୍ଟରେ ଆବେଦନ କରିଛନ୍ତି।
from Odisha Reporter https://ift.tt/2rk4K7y
No comments:
Post a Comment