ଚିଟ୍‌ଫଣ୍ଡ ଓ ପିସିର ଦାନବକୁ କିଏ ଦାନା ଦେଉଛି, ସମସ୍ତେ ଜାଣନ୍ତି: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 25, 2018

ଚିଟ୍‌ଫଣ୍ଡ ଓ ପିସିର ଦାନବକୁ କିଏ ଦାନା ଦେଉଛି, ସମସ୍ତେ ଜାଣନ୍ତି: ଧର୍ମେନ୍ଦ୍ର

dharmendra

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଖଣି, ଚିଟଫଣ୍ଡ୍ ଓ ପିସିର ଦାନବକୁ କିଏ ଦାନା ଦେଉଛି, ଏହା କାହାକୁ ଅଜଣା ନାହିଁ। ଯେଉଁମାନେ ଶାସନରେ ଅଛନ୍ତି ସେମାନେ ହିଁ ଏହାର ମୁଖ୍ୟ ନାୟକ। ଏମାନଙ୍କୁ ଏଥର ନିର୍ବାଚନରେ ଲୋକେ ହରାଇବେ, ଏକଥା ପ୍ରଧାନମନ୍ତ୍ରୀ ଆହ୍ୱାନ କରି ଯାଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦାନବ ଏଠି କିଏ, ଓଡ଼ିଶାରେ କାହାକୁ ଅଜଣା ନାହିଁ। ଚିଟଫଣ୍ଡରେ କେଉଁ ଦଳ ଲୋକ ଜେଲ୍ ଯାଇଛନ୍ତି, କାହାର ବିଧାୟକ, ସାଂସଦ ଜେଲ୍ ଯାଇଛନ୍ତି, କାହାର ମନ୍ତ୍ରୀ ମାନଙ୍କୁ ଚିଟଫଣ୍ଡ ଅଭିଯୋଗରେ ଜେରା ଆରମ୍ଭ ହୋଇଛି, ଓଡିଶାର କେଉଁ ବଡ଼ ଲୋକ ଘରେ ଚିଟଫଣ୍ଡର ଅନୁସନ୍ଧାନ ପହଞ୍ଚିଛି, ତାହା ଓଡ଼ିଶାର ଗଣମାଧ୍ୟମ ଓ ଜନସାଧାରଣଙ୍କୁ ଜଣା ଅଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, କିଏ ଓଡ଼ିଶାର ଖଣିଜ ସମ୍ପଦ ଲୁଟିବା ପାଇଁ ସୁଯୋଗ ଦେଲା, ତାହା କାହାକୁ ଅଛପା ନାହିଁ। କେଉଁମାନେ ଖଣିର ମାଫିଆ ଅଛନ୍ତି, କେଉଁମାନେ ଖଣିର ଠିକାଦାର ଅଛନ୍ତି ଏକଥା କାହାକୁ ଅଜଣା ନାହିଁ। ରାଜନୀତିକ ଶକ୍ତିଭାବେ ଆମ ପକ୍ଷରୁ ଯେଉଁ କଥା ଉଲ୍ଳେଖ କରାଗଲା, ତାହା ଓଡ଼ିଶାର ଲୋକେ ଜାଣିଛନ୍ତି। ରାଜ୍ୟରେ ନୂଆ ଜାଗରଣ ଆରମ୍ଭ ହୋଇଛି, ଏ ଚିଟଫଣ୍ଡ ପିସି କେଉଁମାନେ ନେଉଛନ୍ତି, ପିସିରେ କେଉଁମାନେ ପେସି ହେଉଛନ୍ତି ଏହା ମଧ୍ୟ କାହାକୁ ଅଜଣା ନାହିଁ।

ପ୍ରଧାନମନ୍ତ୍ରୀ ‘ଗାଳି ଦେବା’ ପ୍ରସଙ୍ଗରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦାନବ କହିବା ଗାଳି ନୁହେଁ। ଓଡ଼ିଶାରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ନହେବା, ଓଡିଶାରେ ଗରିବ ମହିଳାଙ୍କ ପାଇଖାନା ନିର୍ମାଣରେ ପଛୁଆ, ଶିକ୍ଷକ ସମସ୍ୟା ପରି ପ୍ରସଙ୍ଗ ଉପରେ ପ୍ରଜାତନ୍ତ୍ରରେ ଯେତିକି ମର୍ଯ୍ୟାଦାର ସହ କହିବା କଥା, ସବୁ କହିଛନ୍ତି। ମୁହଁରେ ବ୍ରଣ ହେଲେ ଛାଇ ହେଉଛି କହିବା ପରି, ଯେଉଁମାନଙ୍କ ମନରେ ଡର ଅଛି, ସେମାନେ ବିତଣ୍ଡା ଯୁକ୍ତି କରୁଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ନିର୍ବାଚନ ଇସ୍ତାହାରରେ କେତେ ଜମିକୁ ଜଳସେଚନ କରିବାର ପ୍ରତିଶ୍ରୁତି ଦେଇଥିଲେ ଓ କେତେ କରିଛନ୍ତି ତାହାର ତଥ୍ୟ ଅନ୍ୟ କେହି ନୁହେଁ ନିଜେ ମୁଖ୍ୟମନ୍ତ୍ରୀ ଦେବା ଦରକାର। ସେହିପରି ଲମ୍ବା ସମୟ ଧରି କଂଗ୍ରେସ ଓଡିଶାକୁ ଲୁଣ୍ଠନ କରିଛି। ତେଣୁ କଂଗ୍ରେସର କୌଣସି କଥା କହିବାର ଅଧିକାର ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।



from Odisha Reporter http://bit.ly/2V8L6t9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages