ବିଜେଡି ପରେ ପାଣ୍ଠି ପାଇଁ ଚାନ୍ଦା ମାଗିଲା କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 25, 2018

ବିଜେଡି ପରେ ପାଣ୍ଠି ପାଇଁ ଚାନ୍ଦା ମାଗିଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ କାଉଣ୍ଟଡାଉନ୍ ଆରମ୍ଭ ହୋଇଥିବାବେଳେ ରାଜନୀତିକ ଦଳଗୁଡ଼ିକ ଏବେ ପାଣ୍ଠି ସଂଗ୍ରହ ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପାଣ୍ଠି ବୃଦ୍ଧି ନିମନ୍ତେ ପ୍ରଥମଥର ପାଇଁ ନିଜ ଦଳର ବିଧାୟକ ଓ ସାଂସଦଙ୍କୁ ଏକମାସର ଦରମା ଦେବାକୁ ଅନୁରୋଧ କରିବା ସହ ସମର୍ଥକଙ୍କଠୁ ପାଣ୍ଠି ସଂଗ୍ରହ ପାଇଁ ଆହ୍ୱାନ କରିଛନ୍ତି ।ତେବେ ନବୀନଙ୍କ ଏହି ପାଣ୍ଠି ମାଗିବାକୁ ଗତକାଲି କଟାକ୍ଷ କରିଥିବା କଂଗ୍ରେସ ଆଜି ସେହି ଫର୍ମୁଲା ଆପଣାଇଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପ୍ରତି ବୁଥରେ ଲୋକଙ୍କଠୁ ପାଣ୍ଠି ସଂଗ୍ରହ କରାଯିବ। ସଂଗୃହୀତ ପାଣ୍ଠିରେ ଦଳୀୟ ପ୍ରାର୍ଥୀମାନେ ନିର୍ବାଚନ ଲଢ଼ିବେ। ଦଳ ପାଖରେ ଅର୍ଥ ନଥିବାରୁ କଂଗ୍ରେସ ଏଭଳି ନିଷ୍ପତ୍ତି ନେଇଛି। ତେବେ ଗତକାଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ବିଜେଡିର ପାଣ୍ଠି ସଂଗ୍ରହକୁ କଟାକ୍ଷ କରି କହିଥିଲେ ଯେ, ବିଜେଡି ଆଉ କେତେ ପାଣ୍ଠି ସଂଗ୍ରହ କରିବ? ପାଣ୍ଠି ସଂଗ୍ରହ ପାଇଁ ବିଧାୟକ ଓ ସାଂସଦଙ୍କ ଦରମା ମାଗିବା କେବଳ ଲୋକଦେଖାଣିଆ। ଭଗବାନଙ୍କ ଆଶୀର୍ବାଦ ସେମାନଙ୍କ ଉପରେ ଅଛି। ନିର୍ବାଚନ ଲଢ଼ିବା ପାଇଁ ସେମାନଙ୍କ ପାଖରେ ଯଥେଷ୍ଟ ଅର୍ଥ ଅଛି।

ଅନ୍ୟପକ୍ଷରେ ବିଜେଡି ଏହି ପାଣ୍ଠି ସଂଗ୍ରହ ଆହ୍ୱାନ ମାଧ୍ୟମରେ ଲୋକଙ୍କ ସହ ଯୋଡ଼ି ହେବାକୁ ନୂଆ ରଣନୀତି ପ୍ରସ୍ତୁତ କରିଛି। ପାଣ୍ଠିର ସର୍ବନିମ୍ନ ଓ ସର୍ବାଧିକର କୌଣସି ସୀମା ସ୍ଥିର ନକରି ବିଜେଡି ପଞ୍ଚାୟତସ୍ତରରେ ପାଣ୍ଠି ସଂଗ୍ରହ ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରିଛି। ବିଜେଡି ଏବେ ୱାର୍ଡକମିଟି ମାଧ୍ୟମରେ ଏହି ପାଣ୍ଠି ସଂଗ୍ରହ ଓ ସଭ୍ୟ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।



from Odisha Reporter http://bit.ly/2V5F5NX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages