ହାତକୁ ଦି’ ହାତ ହେଲେ ହକି ଖେଳାଳି ସୁନୀତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ହାତକୁ ଦି’ ହାତ ହେଲେ ହକି ଖେଳାଳି ସୁନୀତା

ରାଉରକେଲା(ଓଡ଼ିଶା ରିପୋର୍ଟର): ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ସୁନୀତା ଲାକ୍ରା ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଟିମ୍ ଇଣ୍ଡିଆର ଏହି ଡିଫେଣ୍ଡର ଓଡ଼ିଶା ପୁଲିସରେ କାମ କରୁଥିବା ଦୀପକ ଲାକ୍ରାଙ୍କୁ ବିବାହ କରିଛନ୍ତି। ଦୀପକଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ସବ୍‌ଡେଗାର କିରାଲଗା ଗାଁରେ। ସୁନୀତାଙ୍କ ନିଜ ଗାଁ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ କେଶରମାଲ ସ୍ଥିତ ଚର୍ଚ୍ଚରେ ଆଜି ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି।

୨୭ ବର୍ଷୀୟା ସୁନୀତା ଗତ କିଛି ବର୍ଷ ହେବ ଭାରତୀୟ ମହିଳା ହକି ଦଳର ନିୟମିତ ସଦସ୍ୟ ରହି ଆସିଛନ୍ତି। ଚଳିତ ବର୍ଷ ଖେଳାଯାଇଥିବା ଏସିଆନ୍ ଚାମ୍ପିୟନସିପ୍ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ସୁନୀତା ଭାରତୀୟ ମହିଳା ଦଳର ଅଧିନାୟକ ଭାବେ ନିଯୁକ୍ତ ହୋଇଥିଲେ।



from Odisha Reporter http://bit.ly/2EPtaOy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages