ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ନେଇ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଅସତ୍ୟ: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ନେଇ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଅସତ୍ୟ: ଧର୍ମେନ୍ଦ୍ର

ନୂଆଦିଲୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ବିଫଳ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଅସତ୍ୟ ଓ ତଥ୍ୟ ଉପରେ ଆଧାରିତ ନଥିବା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ଲେଖିଛନ୍ତି-“ଜନସମସ୍ୟାକୁ ସମାଧାନ କରିବାରେ ବିଫଳତାକୁ ଘୋଡ଼ାଇ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ ଏପରି ପ୍ରସଙ୍ଗ ଉଠାଇଛନ୍ତି। ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀମାନେ ମୋଟ୍‌ ୧.୨ କୋଟି ରିଫିଲ୍‌ ନେଇଛନ୍ତି। ଯାହା ହିତାଧିକାରୀ ପିଛା ୩.୭ ହାରରେ ଗ୍ୟାସ ସିଲିଣ୍ଡର ବ୍ୟବହାର ହୋଇଛି। ଏହା ରାଷ୍ଟ୍ରୀୟ ସ୍ତରରେ ଉଜ୍ଜ୍ୱଳା ଯୋଜନାର ବ୍ୟବହାର ହାର ସହ ସମାନ ରହିଛି। ରାଜ୍ୟରେ ୪.୨ ଲକ୍ଷ ଉଜ୍ଜ୍ୱଳା ପରିବାର ୪ ବା ତଦୁର୍ଦ୍ଦ ରିଫିଲ‌ ନେଇଛନ୍ତି।”

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି-“୨୦୧୪ ମେ ସୁଦ୍ଧା ଓଡ଼ିଶାରେ ୧୯ ଲକ୍ଷ ଏଲ୍‌ପିଜି କନେକସନ ମୋଟ ପରିବାରର ୨୨ ପ୍ରତିଶତ ଘରେ ପହଞ୍ଚିଥିଲା। ମାତ୍ର ଆଜିର ଦିନରେ ଏହି ସଂଖ୍ୟା ୬୯ ପ୍ରତିଶତରେ ପହଞ୍ଚିଛି। ଉଜ୍ଜ୍ୱଳା ଯୋଜନାରେ ଏଲ୍‌ପିଜି ଯୋଗାଇ ଦେବା ପାଇଁ ନିୟମ କୋହଳ ହେବା କାରଣରୁ ରାଜ୍ୟର ୯୦ ପ୍ରତିଶତ ଘରେ ଖୁବଶୀଘ୍ର ଏଲ୍‌ପିଜି ଯୋଗାଣ ଲକ୍ଷ୍ୟ ପୂରଣ ହେବ। ଏଲ୍‌ପିଜିର ବଜାର ଦର ବଢ଼ିବାରୁ ସୁରକ୍ଷା ଦେବା ପାଇଁ ଆଜି ଦିନରେ କେନ୍ଦ୍ର ସରକାର ରାଜ୍ୟରେ ୩୨୬ ଟଙ୍କା ୨୨ ପଇସା ସବ୍‌ସିଡି ଯୋଗାଉଛନ୍ତି। ଏହି ସମସ୍ତ ତଥ୍ୟ ମୁଖ୍ୟମନ୍ତ୍ରୀଙ୍କ ଆଶଙ୍କାକୁ ଦୂର କରିବା ସହ ରାଜ୍ୟରେ ଗ୍ୟାସ ଭିତ୍ତିଭୂମିକୁ ସୁଦୃଢ କରିବାରେ ସହାୟକ ହେବ।”



from Odisha Reporter http://bit.ly/2CEX8mL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages