୧୯୪୬ ଲଭ୍‌ ଷ୍ଟୋରୀ: ୭୨ବର୍ଷ ପରେ ପ୍ରଥମ ପତ୍ନୀଙ୍କୁ ଭେଟିଲେ ୯୦ ବର୍ଷର ବୃଦ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

୧୯୪୬ ଲଭ୍‌ ଷ୍ଟୋରୀ: ୭୨ବର୍ଷ ପରେ ପ୍ରଥମ ପତ୍ନୀଙ୍କୁ ଭେଟିଲେ ୯୦ ବର୍ଷର ବୃଦ୍ଧ

ଥିରୁଭନନ୍ତପୁରମ୍‌: ୧୯୪୬ ମସିହାର ପ୍ରେମ କାହାଣୀରେ ଆସିଛି ନୂଆ ମୋଡ଼। ଦୀର୍ଘ ୭୨ ବର୍ଷ ତଳେ ହୋଇଥିବା ବିଚ୍ଛେଦର ଅନ୍ତ ଘଟାଇ ୯୦ ବର୍ଷର ନାୟକ ଇକେ ନାରାୟନ୍ ନାମ୍ବିଆର ଭେଟିଛନ୍ତି ତାଙ୍କ ପ୍ରଥମ ପ୍ରେମ ବା ପ୍ରଥମ ପତ୍ନୀଙ୍କୁ।

ଆଉ ଏହି ମିଳନର ମୂହୁର୍ତ୍ତରେ ନାୟିକା ସାରଦା ଫିଲ୍ମ ଷ୍ଟାଇଲ୍‌ରେ ଲାଜେଇଯାଇଥିଲେ ଏବଂ ଚୁପ୍‌ହୋଇ ବସିଥିଲେ ଠିକ୍‌ ଯେମିତି ୧୩ ବର୍ଷ ବୟସରେ ପ୍ରଥମ ଦେଖାରେ ଲାଜେଇଥିଲେ। ସେତେବେଳକୁ ନାରାୟନ୍‌ଙ୍କୁ ୧୮ ବର୍ଷ।

୧୯୪୬ରେ ବାହାଘର ପରେ ଗୋଟିଏ ବର୍ଷ ବି ଦୁହେଁ ଏକାଠି ରହିପାରିନଥିଲେ। ଭାଗ୍ୟ ଏବଂ ରାଜନୀତି ତାହା କରାଇ ଦେଇନଥିଲା ଏବଂ ଅଲଗା ହେବାପରେ ଦୁହେଁ ନିଜ ନିଜର ଘର ସଂସାର କରି ରହିଥିଲେ।

ନାରାୟନ୍‌ଙ୍କ ପୁତୁରା ମଧୁକର କହିବା ଅନୁଯାୟୀ, ‘ଆମ କାହାଣୀର ହିରୋ’ ନାରାୟନ୍‌ ନାମ୍ବିଆର ଏବଂ ତାଙ୍କ ବାପା ରାମନ୍‌ ନାମ୍ବିଆର କୃଷକ ସଂଗ୍ରାମରେ ଯୋଗଦେଇଥିଲେ, ଯାହାକି ସାମନ୍ତବାଦୀ ନେତାଙ୍କଠାରୁ ନିଜ ଜମି ଛଡ଼ାଇବା ଉଦ୍ଦିଷ୍ଟ ଥିଲା। ଏହିଭଳି ଜଣେ ସାମନ୍ତବାଦୀ ବା ଜମିଦାର କାରାକାଟ୍ଟିଡାମ୍‌ ନାୟନର୍‌ଙ୍କ ଉପରେ ଆକ୍ରମଣ କରିବା ପାଇଁ ପ୍ରାୟ ୫୦୦ ସଂଗ୍ରାମୀ ଅସ୍ତ୍ର ସହିତ ବାହାରିଥିଲେ। କିନ୍ତୁ ବ୍ରିଟିଶ୍‌ ନିଯୁକ୍ତ ମାଲବାର ସ୍ୱତନ୍ତ୍ର ଫୋର୍ସ ଏହାକୁ ପଣ୍ଡ କରିଥିଲା। ମେସିନ୍‌ ଗନ୍‌ ଆକ୍ରମଣରେ ୫ ଜଣ ସେଠାରେ ଟଳିପଡ଼ିଥିଲେ ଏବଂ ନାମ୍ବିଅର ପିତାପୁତ୍ର ଅଣ୍ଡରଗ୍ରାଉଣ୍ଡ ହୋଇ ପରେ ଗିରଫ ମଧ୍ୟ ହୋଇଥିଲେ।

ଏହାପରେ ଡିସେମ୍ବର ୩୧ ୧୯୪୬ରେ ଏମ୍‌ଏସ୍‌ପିର ୬୦ ସଦସ୍ୟ ନାରାୟନ୍‌ଙ୍କ ଘରେ ପହଞ୍ଚି ନାରାୟନ୍‌ଙ୍କ ପତ୍ନୀ ସାରଦା ଏବଂ ନାରାୟନ୍‌ଙ୍କ ମା’ଙ୍କ ଉପସ୍ଥିତିରେ ସବୁକିଛି ଧ୍ୱଂସ କରିବା ଆରମ୍ଭ କରିଥିଲେ। ଏପରି ବାରମ୍ବାର ଆସି ହଇରାଣ କରିବାରୁ ବାଧ୍ୟ ହୋଇ ନାରୟନ୍‌ଙ୍କ ମା’ ସାରଦାଙ୍କୁ ତାଙ୍କ ଘରକୁ ପଠାଇଦେଇଥିଲେ ଏବଂ ସେଠାରେ ତାଙ୍କ ବାହାଘର ହୋଇଯାଇଥିଲା।

ଏହାର ୮ ବର୍ଷ ପରେ ଜେଲ୍‌ରୁ ବାହାରି ନାରାୟନ୍‌ ଜଶରିବାକୁ ପାଆନ୍ତି ତାଙ୍କ ସ୍ତ୍ରୀଙ୍କର ପୁର୍ନବିବାହ ହୋଇସାରିଛି। ଏହା ପରେ ସେ ମଧ୍ୟ ବିବାହ କରି ତାଙ୍କର ଏବେ ୭ ଛୁଆ। ପରେ ନାରାୟନ୍‌ଙ୍କ ଝିଆରୀ ସାନ୍ଥା ଏହି କାହାଣୀକୁ ନେଇ ’୩୦ ଡିସେମ୍ବର’ ନାମରେ ଏକ ଉପନ୍ୟାସ ଲେଖିଛନ୍ତି।

ନାରାୟନ୍‌ ସାରଦାଙ୍କଠାରୁ ବିଦାୟ ନେବାର ମୁହୂର୍ତ୍ତ ମଧ୍ୟ ଫିଲ୍ମି। ସେ ତାଙ୍କ ମୁଣ୍ଡରେ ହାତ ରଖି କହୁଛନ୍ତି, “ଆଛା ମୁଁ ଆସୁଛି।” ତାଙ୍କର ଆଧୁନିକ ନାତିନାତୁଣୀଙ୍କର ହୁଏତ ମନେପଡ଼ିଥିବ ବଲିଉଡ୍‌ର ଗୀତ ‘ଆଛା ଚଲ୍‌ତା ହୁଁ ଦୁଆଓଁ ମେଁ ୟାଦ୍‌ ରଖ୍‌ନା’।



from Odisha Reporter http://bit.ly/2Aj61Re

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages