ଘାଇଲା କଲେ ବୁମ୍ରା; ଅଷ୍ଟ୍ରେଲିଆ ୧୫୧ରେ ଆଣ୍ଠେଇଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

ଘାଇଲା କଲେ ବୁମ୍ରା; ଅଷ୍ଟ୍ରେଲିଆ ୧୫୧ରେ ଆଣ୍ଠେଇଲା

bumra

ମେଲବର୍ଣ୍ଣ: ତୃତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ଭାରତୀୟ ବୋଲିଂ ଆଗରେ ହାର୍‌ ମାନିଛି ଅଷ୍ଟ୍ରେଲିଆ। ଦଳ ପ୍ରଥମ ଇନିଂସ୍‌ରେ ମାତ୍ର ୧୫୧ରନ୍ କରି ଅଲ୍ ଆଉଟ୍‌ ହୋଇଯାଇଛି। ଫଳରେ ଭାରତ ୨୯୨ ରନ୍‌ର ଅଗ୍ରଣୀ ଲାଭ କରିଛି। ଯଶପ୍ରୀତ୍‌ ବୁମ୍ରା ୬ଟି ୱିକେଟ୍ ନେଇଛନ୍ତି।

ଭାରତ ଗତକାଲି ୭ ୱିକେଟ୍‌ ହରାଇ ୪୪୩ ରନ୍ କରିବା ପରେ ଇନିଂସ୍ ଘୋଷଣା କରିଥିଲା। ଏହା ପରେ ଅଷ୍ଟ୍ରେଲିଆ ବ୍ୟାଟିଂ କରିଥିଲା। ତେବେ ଗତକାଲି ଷ୍ଟମ୍ପ୍ ଅପସାରଣ ବେଳକୁ ଘରୋଇ ଦଳ କୌଣସି ୱିକେଟ୍ ନ ହରାଇ ମାତ୍ର ୮ ରନ୍ କରିଥିଲା। ଆଜି ଦଳ ପୁଣି ପାଳି ଆରମ୍ଭ କରିଥିଲା। ତେବେ ଦଳକୁ ୧୦.୩ ଓଭରରେ ପ୍ରଥମ ଝଟକା ଲାଗିଥିଲା। ଦଳୀୟ ସ୍କୋର ୨୪ରେ ପହଞ୍ଚିଥିବା ବେଳେ ଆରୋନ୍ ଫିଞ୍ଚ୍ ଆଉଟ୍ ହୋଇଥିଲେ। ସେ ମାତ୍ର ୮ ରନ୍ କରିଥିବା ବେଳେ ଈଶାନ୍ତ ଶର୍ମାଙ୍କ ଏକ ବଲ୍‌ରେ ମୟଙ୍କ ଅଗ୍ରୱାଲ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ଅନ୍ୟତମ ଓପ୍‌ନର ମାର୍‌କସ୍ ହ୍ୟାରିସ୍‌ ମଧ୍ୟ ଅଧିକ ସମୟ ତିଷ୍ଠି ନଥିଲେ। ୧୩.୩ ଓଭରରେ ସେ ଯଶପ୍ରୀତ୍ ବୁମ୍ରାଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ଈଶାନ୍ତ ଶର୍ମା ତାଙ୍କ କ୍ୟାଚ୍ ଧରିଥିଲେ। ମାତ୍ର ୨୨ ରନ୍ କରି ସେ ଆଉଟ୍ ହୋଇଯାଇଥିଲେ।

ଏହା ପରେ ୧୯.୫ ଓଭରରେ ରବୀନ୍ଦ୍ର ଜାଡେଜାଙ୍କ ଶିକାର ହୋଇଥିଲେ ଉସ୍‌ମାନ୍ ଖାୱାଜା। ସେ ମାତ୍ର ୨୧ ରନ୍ କରି ମୟଙ୍କ ଅଗ୍ରୱାଲ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଶନ୍ ମାର୍ଶ ବି ଫେଲ୍ ମାରିଥିଲେ। ସେ ଯଶପ୍ରୀତ ବୁମ୍ରାଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ।

ଟ୍ରାଭିସ୍ ହେଡ୍‌ ଇନିଂସ୍ ସମ୍ଭାଳିବେ ବୋଲି ଆଶା କରାଯାଉଥିଲା। ତେବେ ସେ ବି ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇପାରି ନଥିଲେ। ୪୮ ବଲ୍‌ରେ ୨୦ ରନ୍ କରିଥିବା ଟ୍ରାଭିସ୍‌ଙ୍କୁ ଯଶପ୍ରୀତ୍ ବୋଲ୍ଡ କରି ଦେଇଥିଲେ। ଫଳରେ ୯୨ ରନ୍‌ରେ ଦଳ ୫ଟି ୱିକେଟ୍ ହରାଇ ଦେଇଥିଲା।

ମିଚେଲ ମାର୍ଶ ମାତ୍ର ୯ ରନ୍ କରି ରବୀନ୍ଦ୍ର ଜାଡେଜାଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ଅଧିନାୟକ ଟିମ୍ ପେନ୍ ଓ ପ୍ୟାଟ୍ କମିନ୍‌ସ ମଧ୍ୟ କ୍ରିଜ୍‌ରେ ଅଧିକ ସମୟ ତିଷ୍ଠି ପାରି ନଥିଲେ। ଟିମ୍ ୨୨ ରନ୍ କରିଥିବା ବେଳେ ପ୍ୟାଟ୍ କମିନ୍‌ସ ୧୭ ରନ୍ କରିଥିଲେ। ମିଚେଲ୍ ଷ୍ଟାର୍କ ୭ ରନ୍ କରି ଅପରାଜିତ ଥିବା ବେଳେ ନେଥେନ୍ ଲିଅନ ଓ ଜୋଶ୍ ହେଜେଲ୍‌ଉଡ୍ ଖାତା ଖୋଲି ପାରି ନଥିଲେ।

ଦଳର ଜଣେ ହେଲେ ବି ଖେଳାଳି ୨୫ ରନ୍ କରି ପାରି ନଥିଲେ। ଟିମ୍‌ ପେନ୍ ଓ ହ୍ୟାରିସ୍ ସର୍ବାଧିକ ୨୨ ରନ୍ କରିଥିଲେ।

ଭାରତ ପକ୍ଷରୁ ବୁମ୍ରା ସର୍ବାଧିକ ୬ଟି ୱିକେଟ୍ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ୨ଟି, ଈଶାନ୍ତ ଶର୍ମା ଓ ମହମ୍ମଦ ଶାମି ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ଭାରତ ତା’ର ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଛି।

ମୟଙ୍କ ଅଗ୍ରୱାଲଙ୍କ ୭୬ ରନ୍‌, ଚେତେଶ୍ୱର ପୂଜାରାଙ୍କ ୧୦୬ ରନ୍, ବିରାଟ କୋହଲିଙ୍କ ୮୨ ଓ ରୋହିତ ଶର୍ମାଙ୍କ ୬୩ ରନ୍ ବଳରେ ଭାରତ ପ୍ରଥମ ଇନିଂସ୍‌ରେ ୪୪୩ ରନ୍ କରିଥିଲା।



from Odisha Reporter http://bit.ly/2VcDBRY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages