ଚିଟ୍‌ଫଣ୍ଡ ଏବଂ ବ୍ଲାକରୋଜ ତଦନ୍ତ ଶୀଘ୍ର ସାରିବାକୁ ସିବିଆଇକୁ ସ୍ମାରକପତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ଚିଟ୍‌ଫଣ୍ଡ ଏବଂ ବ୍ଲାକରୋଜ ତଦନ୍ତ ଶୀଘ୍ର ସାରିବାକୁ ସିବିଆଇକୁ ସ୍ମାରକପତ୍ର

ନୂଆଦିଲ୍ଲୀ: ଚିଟ୍‌ଫଣ୍ଡ ନାଁରେ ଓଡ଼ିଶାବାସୀଙ୍କ କଷ୍ଟ ଉପାର୍ଜିତ ଧନକୁ ଲୁଟି ଥିବା ଚିଟଫଣ୍ଡ କେଳେଙ୍କାରୀର ତଦନ୍ତ ସିବିଆଇ କରୁଥିଲେ ହେଁ ଏବେ ଏହା ଶୀଥିଳ ହୋଇପଡ଼ିଛି। ସେହିପରି ପାରାଦୀପ ପୋର୍ଟରେ ବ୍ଲାକ୍‌ରୋଜ ବୁଡ଼ିର ତଦନ୍ତ ସିବିଆଇ ନିଜ ହାତକୁ ନେଇଥିଲେ ହେଁ ଏ ଦିଗରେ ଏଯାଏ କୌଣସି ଆଖିଦୃଶିଆ କାର୍ଯ୍ୟ କରିନାହିଁ। ତେଣୁ ଏହି ଦୁଇ ଘଟଣାର ତଦନ୍ତ ତୁରନ୍ତ ସାରିବାକୁ ଆଜି ସିଭିଲ୍‌ ସୋସାଇଟି ଗ୍ରୁପ୍‌ର ସଦସ୍ୟ ଏବଂ ସାମାଜିକ କର୍ମୀଙ୍କ ପକ୍ଷରୁ ଦାବି କରାଯାଇଛି। ଏଥିସହ ସେମାନେ ଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟାଳୟ ଠାରେ ସଂସ୍ଥାର ନିର୍ଦ୍ଦେଶକଙ୍କୁ ଏକ ସ୍ମାରକପତ୍ର ମଧ୍ୟ ଦେଇଛନ୍ତି।

ସ୍ମାରକପତ୍ର ଦେବା ଆଗରୁ ସିଭିଲ୍‌ ସୋସାଇଟି ଗ୍ରୁପ୍‌ର ସଦସ୍ୟ ଏବଂ ସାମାଜିକ କର୍ମୀଙ୍କ ପକ୍ଷରୁ ଆଜି ଦିଲ୍ଲୀ ସିବିଆଇ ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାପରେ ସିବିଆଇର ଏକ ଟିମ୍‌ ବିକ୍ଷୋଭ ସ୍ଥଳକୁ ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ସ୍ମାରକପତ୍ର ଗ୍ରହଣ କରିଥିଲା।

ଓଡ଼ିଶାରେ ଆରଟିଆଇ କର୍ମୀଙ୍କ ପକ୍ଷରୁ ଚାଲିଥିବା ଦୁର୍ନୀତି ବିରୋଧୀ ଆନ୍ଦୋଳନର ଏକ ଅଂଶବିଶେଷ ଭାବେ ଦିଲ୍ଲୀରେ ଏହି ବିକ୍ଷୋଭ କରାଯାଇଥିଲା। ଏହା ପୂର୍ବରୁ ଭୁବନେଶ୍ୱର ସ୍ଥିତ ସିବିଆଇ ଅଫିସ ସମ୍ମୁଖରେ ବିକ୍ଷୋଭ କରିବା ସହ ସିବିଆଇ ଏସ୍‌ପିଙ୍କୁ ସ୍ମାରକପତ୍ର ଦିଆଯାଇଥିଲା। ଆଜି ସିବିଆଇ ତଦନ୍ତକୁ ତ୍ୱରାନ୍ୱିତ କରିବାକୁ ଦିଲ୍ଲୀରେ ବିକ୍ଷୋଭ କରାଯାଇଥିଲା।

ସ୍ମାରକପତ୍ରରେ କୁହାଯାଇଛି, ୨୦୧୪ରେ ସୁପ୍ରିମକୋର୍ଟ ବହୁ କୋଟିର ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ଆରମ୍ଭରୁ ସିବିଆଇ ଠିକ୍‌ ଭାବେ ତଦନ୍ତ କରି ରାଜ୍ୟର ବହୁ ଖ୍ୟାତି ସମ୍ପନ୍ନ ନେତା ଓ ବ୍ୟବସାୟୀଙ୍କୁ ଗିରଫ କରିଥିଲା। ସି’ଶୋର, ଅର୍ଥତତ୍ତ୍ୱ ସଂସ୍ଥାର ଏମ୍‌ଡିଙ୍କ ସମେତ ଶାସକ ବିଜୁ ଜନତା ଦଳର ବିଧାୟକ ଏବଂ ସାଂସଦଙ୍କୁ ମଧ୍ୟ ସିବିଆଇ ଗିରଫ କରିଥିଲା। ଏଥିସହ କିଛି ଆଇଏଏସ୍‌ ଏବଂ ଆଇପିଏସ୍‌ ଅଫିସରଙ୍କୁ ଜେରା ମଧ୍ୟ କରିଥିଲା। କିନ୍ତୁ ହଠାତ୍‌ ସିବିଆଇ ତଦନ୍ତ ଶୀଥିଳ ପଡ଼ିଗଲା। ୨୦୧୫ରୁ ୨୦୧୭ ଯାଏ ସିବିଆଇ ଓଡ଼ିଶା ଲୋକଙ୍କୁ ନ୍ୟାୟ ଦେଉ ବୋଲି ସିଭିଲ୍‌ ସୋସାଇଟି ପକ୍ଷରୁ ବାରମ୍ବାର ଦାବି କରାଯାଇଥିଲା।

ବର୍ତ୍ତମାନ ସିବିଆଇର ନଂ ୧ ଆଲୋକ ବର୍ମା ଏବଂ ନଂ ୨ ରାକେଶ ଆସ୍ଥାନାଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ସଂସ୍ଥାର ବିଶ୍ୱସନୀୟତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଓଡ଼ିଶା ଚିଟ୍‌ଫଣ୍ଡ ତଦନ୍ତ ଦାୟିତ୍ୱରେ ଥିବା ରାକେଶ ଆସ୍ଥାନାଙ୍କ ବିରୋଧରେ ଲାଞ୍ଚ ନେବା ଭଳି ସାଂଘାତିକ ଅଭିଯୋଗ ଆସିଛି। ଏପରି ସ୍ଥିତିରେ ଗତ ୨ରୁ ୩ ବର୍ଷ ହେବ ସିବିଆଇ ତଦନ୍ତରେ ଶୀଥିଳତା ପଡ଼ି ଯାଇଥିବାରୁ ଶାସକ ବିଜେଡିର କିଛି ଦୁର୍ନୀତିଗ୍ରସ୍ତ ନେତା ଏବଂ ପ୍ରଶାସନିକ ଅଧିକାରୀ ଓ ଆସ୍ଥାନାଙ୍କ ମଧ୍ୟରେ ବୁଝାମଣା ହୋଇଥିବା ଏକ ବାର୍ତ୍ତା ଓଡ଼ିଶାବାସୀଙ୍କ ପାଖରେ ପହଞ୍ଚିଛି।

ଏପରି କି ଶାସକ ବିଜେଡିର ପୂର୍ବତନ ନେତା ତଥା ମନ୍ତ୍ରୀ ଡ. ଦାମୋଦର ରାଉତ ମଧ୍ୟ ସିବିଆଇ ଓ ଶାସକ ଦଳ ମଧ୍ୟରେ ୧୦୦ କୋଟିର ଡିଲ୍‌ ହୋଇଛି ବୋଲି ଅଭିଯୋଗ କରିଛନ୍ତି। ଏଥିସହ ଶ୍ରୀ ଆସ୍ଥାନା କିଛି ଆଇପିଏସ୍‌ ଅଫିସରଙ୍କୁ ମିଡିଆ ଦୃଷ୍ଟିରୁ ରକ୍ଷା କରିବାକୁ ରାତି ଅଧରେ ଆଞ୍ଚଳିକ ଅଫିସରେ ଜେରା କରିଥିବା କୁହାଯାଉଛି। କେବଳ ଆସ୍ଥାନା ନୁହନ୍ତି, ବର୍ତ୍ତମାନର ଅନ୍ତରୀଣ ସିବିଆଇ ମୁଖ୍ୟ ଏମ ନାଗେଶ୍ୱର ରାଓ ମଧ୍ୟ ଶାସକ ବିଜେଡିର ଗେହ୍ଲା ପୁଅ ଭାବେ ପରିଚିତ ବୋଲି ଅଭିଯୋଗ ହୋଇଛି। ଅନେକ ଦୁର୍ନୀତିରେ ମଧ୍ୟ ତାଙ୍କର ସଂପୃକ୍ତି ରହିଥିବା ଅଭିଯୋଗ ହୋଇଥିଲା ବୋଲି ସମ୍ପୃକ୍ତ ସାମାଜିକ କର୍ମୀ ଏକ ପ୍ରେସ ବିବୃତିରେ କହିଛନ୍ତି।

ଅନ୍ୟପକ୍ଷରେ କିଛି ମାସ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ଲାକରୋଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ କରିବ ବୋଲି କହିଥିଲେ। ହେଲେ ଏଯାଏ ସିବିଆଇ ତଦନ୍ତ ଆରମ୍ଭ ହୋଇନାହିଁ। ଓଡ଼ିଶାର ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଏହି ତଦନ୍ତ ଶୀଥିଳ ପଡ଼ିଛି ବୋଲି ଉକ୍ତ ପ୍ରେସ ରିଳିଜରେ କୁହାଯାଇଛି।

ଆଜିର ଦିଲ୍ଲୀ ବିକ୍ଷୋଭରେ ପ୍ରଦୀପ ପ୍ରଧାନ, ଜିତେନ୍ଦ୍ର ସାହୁ,ରଞ୍ଜୁଲତା ମହାପାତ୍ର, ନବ କିଶୋର ଦାସ, ପ୍ରକାଶ ଜେନା ଓ ନଗେନ୍ଦ୍ର ଜେନା ପ୍ରମୁଖ ନେତୃତ୍ୱ ନେଇଥିଲେ।



from Odisha Reporter https://ift.tt/2RZPpVw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages