ଘରେ ପ୍ରସ୍ତୁତ କରନ୍ତୁ ‘କଡାଇ ମଟନ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ଘରେ ପ୍ରସ୍ତୁତ କରନ୍ତୁ ‘କଡାଇ ମଟନ୍‌’

Kadai_Mutton

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଡାଇ ମଟନ୍‌ର ସ୍ୱାଦ ଭାରି ବଢ଼ିଆ। ଏହାକୁ ଘରେ ସହଜରେ ଆପଣ ପ୍ରସ୍ତୁତ କରିପାରିବେ। ଅସନ୍ତୁ ଜାଣିବା କେମିତି ଏହାକୁ ପ୍ରସ୍ତୁତ କରିବେ।

ଆବଶ୍ୟକ ସାମଗ୍ରୀ: ବଏଲ୍ ମଟନ୍, ଅଦା-ରସୁଣ ବଟା, ଲଙ୍କା ଗୁଣ୍ଡ, କଟା ସିମଲା ଲଙ୍କା, ଟମାଟୋ, ଦହି, ଗୋଲମରିଚ ଗୁଣ୍ଡ, ଧନିଆ ଗୁଣ୍ଡ, ଘିଅ, କଞ୍ଚା ଲଙ୍କା, ଭଜା ଜିରା ଗୁଣ୍ଡ, କଟା ଅଦା, ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡେଇରେ ଘିଅ ଗରମ କରନ୍ତୁ। ସେଥିରେ ଟମାଟୋ ଓ ଅଦା-ରସୁଣ ବଟା ପକାନ୍ତୁ। ଏଥିରେ ଢାଙ୍କୁଣି ଦେଇ ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ଚୁଲିରେ ବସାନ୍ତୁ ।ଟମାଟୋ ନରମ ହୋଇ ଆସିଲେ ସେଥିରେ ବଏଲ୍‌ ମଟନ୍, ସ୍ୱାଦ ଅନୁସାରେ ଲୁଣ, ଗୋଲମରିଚ ଗୁଣ୍ଡ, ସିମଲା ଲଙ୍କା, ଲଙ୍କା ଗୁଣ୍ଡ, ଭଜା ଜିରା ଏବଂ ଧନିଆ ଗୁଣ୍ଡ ପକାଇ ଭଲ କରି ଘାଣ୍ଟନ୍ତୁ।

ଏବେ ଏହି ମିଶ୍ରଣରେ ଦହି ପକାଇ ଗୋଳାନ୍ତୁ ଏବଂ ଏହି ମସଲାକୁ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ସିଝିବାକୁ ଛାଡି ଦିଅନ୍ତୁ। ଶେଷରେ ଏଥିରେ କଟା ଅଦା, କଟା କଞ୍ଚା ଲଙ୍କା ପକାଇ ଭଲ ଭାବେ ଘାଣ୍ଟନ୍ତୁ। ପୁଣି ଥରେ ଏହାକୁ ୫ ମିନିଟ ପର୍ଯ୍ୟନ୍ତ ମଧ୍ୟମ ଆଞ୍ଚରେ ବସାନ୍ତୁ।

ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ପ୍ରିୟ ‘କଡାଇ ମଟନ’। ଏହାକୁ ଆପଣ କଟା ଧନିଆ ପତ୍ରରେ ସଜାଇ ଭାତ କିମ୍ବା ରୁଟିରେ ନିଜେ ଖାଆନ୍ତୁ।



from Odisha Reporter http://bit.ly/2Rrzq5w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages