ରୋହିତ ଶର୍ମାଙ୍କ ପାଇଁ ବିରାଟ୍‌ଙ୍କ ଉପରେ ରାଗିଲେ ଫ୍ୟାନ୍‌, ଜାଣନ୍ତୁ କାରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ରୋହିତ ଶର୍ମାଙ୍କ ପାଇଁ ବିରାଟ୍‌ଙ୍କ ଉପରେ ରାଗିଲେ ଫ୍ୟାନ୍‌, ଜାଣନ୍ତୁ କାରଣ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ମେଲବର୍ଣ୍ଣ ଟେଷ୍ଟ ଏବେ ଏକ ପ୍ରକାରର ଭାରତ ନିୟନ୍ତ୍ରଣକୁ ଚାଲି ଆସିଛି। ଅଷ୍ଟ୍ରେଲିଆକୁ ୩୯୯ ରନ୍‌ର ଟାର୍ଗେଟ ମିଳିଥିବା ବେଳେ କଙ୍ଗାରୁ ଟିମ୍‌ ଶେଷ ଖବର ସୁଦ୍ଧା ୫ ୱିକେଟ୍‌ ହରାଇ ୧୩୫ ରନ୍‌ କରିଛି। ଶେଷ ୱିକେଟ୍‌ ଭାବେ ମିଚେଲ ମାର୍ଶ ୧୦ ରନ୍‌ ରବୀନ୍ଦ୍ର ଜାଡେଜାଙ୍କ ବଲ୍‌ରେ ଆଉଟ୍‌ ହୋଇଛନ୍ତି। କିନ୍ତୁ ଟ୍ରାଭିସ୍‌ ହେଡ ଏବେ ବି ୨୬ ରନ୍‌ କରି ଅପରାଜିତ ରହିଛନ୍ତି। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ଓ ଜାଡେଜା୨ଟି ୱିକେଟ୍‌ ନେଇଥିବା ବେଳେ ମହମ୍ମଦ ଶାମି ଗୋଟିଏ  ୱିକେଟ ପାଇଛନ୍ତି।

ତେବେ ଏହି ଟେଷ୍ଟ୍‌ ମ୍ୟାଚ୍‌ରେ ଏମିତି ଏକ ଘଟଣା ଘଟିଛି, ଯାହା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଟିମ୍‌ ଇଣ୍ଡିଆର ବ୍ୟାଟସ୍‌ମ୍ୟାନ୍‌ ରୋହିତ ଶର୍ମାଙ୍କ ପାଇଁ କ୍ରିକେଟ୍‌ ପ୍ରେମୀମାନେ ଅଧିନାୟକ ବିରାଟ୍‌ କୋହଲିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ଘଟଣାଟି ଭାରତର ପ୍ରଥମ ଇନିଂସ୍‌ରେ ଘଟିଥିଲା। ଭାରତ ତା’ର ପ୍ରଥମ ଇନିଂସ୍‌ରେ ୭ ୱିକେଟ୍‌ ହରାଇ ୪୪୩ ରନ୍‌ କରିବା ପରେ ପାଳି ଘୋଷଣା କରିଥିଲା। ଏହି ସମୟରେ କ୍ରିଜ୍‌ରେ ରୋହିତ ଶର୍ମା ୬୩ ରନ୍‌ କରି ଅପରାଜିତ ରହିଥିଲେ। ରୋହିତ ଅତ୍ୟନ୍ତ ସୁନ୍ଦର ଭାବେ ବ୍ୟାଟିଂ କରୁଥିବା ବେଳେ ଶତକ ଆଡ଼କୁ ଯାଉଥିଲେ। କିନ୍ତୁ ବିରାଟ୍‌ କୋହଲି ହଠାତ୍‌ ମ୍ୟାଚ୍‌ର ଦ୍ୱିତୀୟ ଦିନରେ କ’ଣ ପାଇଁ ପାଳି ଘୋଷଣା କଲେ, ତାକୁ ନେଇ ଫ୍ୟାନ୍‌ମାନେ ନାନା କଥା କହିଛନ୍ତି।

ଫ୍ୟାନ୍‌ମାନେ କହିଛନ୍ତି, ରୋହିତଙ୍କୁ ଶତକ ହାସଲ କରିବା ପାଇଁ ବିରାଟ୍‌ ସୁଯୋଗ ଦେବାର ଥିଲା। କିନ୍ତୁ ବିରାଟ୍‌ ସ୍ୱାର୍ଥପର ଭାବେ ପାଳି ଘୋଷଣା କରିଦେଲେ। ରୋହିତ କାଳେ ତାଙ୍କୁ ଟପିଯିବେ, ସେଥିପାଇଁ ବିରାଟ ଏଭଳି କରିଛନ୍ତି ବୋଲି କିଛି ଫ୍ୟାନ୍‌ମାନେ ମତ ଦେଇଛନ୍ତି।
ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ମାଟିରେ ରୋହିତ ପ୍ରଥମଥର ପାଇଁ ସର୍ବାଧିକ ୬୩ ରନ୍‌ ହାସଲ କରିବାକୁ ସକ୍ଷମ ହୋଇଛନ୍ତି।



from Odisha Reporter http://bit.ly/2EYbNfc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages