ଭାଙ୍ଗିଲା ୧୪୧ ବର୍ଷର ପରମ୍ପରା, କଏନ୍ ବଦଳରେ ପଡ଼ିଲା ବ୍ୟାଟ୍‌ ଟସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 20, 2018

ଭାଙ୍ଗିଲା ୧୪୧ ବର୍ଷର ପରମ୍ପରା, କଏନ୍ ବଦଳରେ ପଡ଼ିଲା ବ୍ୟାଟ୍‌ ଟସ୍‌

ବ୍ରିସ୍‌ବେନ୍‌: ବ୍ରିସ୍‌ବେନ୍‌ଠାରେ ଖେଳାଯାଉଥିବା ‘ବିଗ୍‌ ବ୍ୟାଶ୍’ ଲିଗ (ବିବିଏଲ) ଟି-୨୦ରେ ଭାଙ୍ଗିଛି ୧୪୧ ବର୍ଷ ପୁରୁଣା ପରମ୍ପରା। ମ୍ୟାଚ୍‌ ପୂର୍ବରୁ କଏନ୍ ବଦଳରେ ବ୍ୟାଟ୍‌କୁ ଉପରକୁ ଫୋପାଡ଼ି ଟସ୍‌ କରାଯିବା ଆରମ୍ଭ ହେବାପରେ ୧୮୭୭ ମସିହାରୁ ଆରମ୍ଭ ହୋଇଥିବା କଏନ୍ ଟସ୍‌ ପରମ୍ପରା ଭଙ୍ଗ ହୋଇଛି।


ଅଣପାରମ୍ପରିକଭାବେ ‘ଗଲି କ୍ରିକେଟ୍‌’ ପରି କିଛି ସ୍ଥାନରେ ଯଦିଓ ନିୟମ ଭଙ୍ଗ କରାଯାଇ ଟସ୍‌କୁ ବାଦ୍‌ ଦିଆଯାଇଥାଏ ଏଭଳି ଗୁରୁତ୍ୱପୂର୍ଣ୍ଣ ସିରିଜ୍‌ରେ ଏଭଳି ପ୍ରଥମ ଥର ଘଟିଛି। ବିବିଏଲ୍‌ ଏହାର ଅଷ୍ଟମ ସଂସ୍କରଣରେ ‘ବ୍ୟାଟ୍‌ ଫ୍ଲିପ୍‌’ର ପରମ୍ପରା ଆରମ୍ଭ କରିଛି।

ଦୁଇ ବିବିଏଲ୍‌ ଦଳ ବ୍ରିସ୍‌ବେନ୍‌ ହିଟ୍‌ ଏବଂ ଆଡେଲେଡ୍‌ ଷ୍ଟ୍ରାଇକର୍ସ ପ୍ରଥମ ଥର ପାଇଁ ଏହି ଅଭିନବ ବିକଳ୍ପର ଫାଇଦା ନେଇଛନ୍ତି।ଏହି ଅବସରରେ ମାଥ୍ୟୁ ହେଡେନ୍‌ଙ୍କୁ ଫ୍ଲିପ୍‌ କରିବାର ସୁଯୋଗ ମିଳିଥିଲା। ଭ୍ରମଣକାରୀ ଦଳର କଲିନ୍‌ ଇନ୍‌ଗ୍ରାମ୍‌ ଟସ୍‌ କଲ୍‌ ଦେଇଥିଲେ।


ହେଡ୍‌ କିମ୍ବା ଟେଲ୍‌ ନୁହେଁ, ସେ ହିଲ୍ସ ଅର୍‌ ଫ୍ଲାଟ୍‌ ଡାକରା ଦେବାକୁ ପଡ଼ିଥିଲା। ଟସ ବେଳେ ଯଦି ବ୍ୟାଟଟି ତଳେ ପଡ଼ିବା ବେଳେ ସିଧା ପଟ ଉପରକୁ ରହିଲା ତାହେଲେ ଫ୍ଲାଟ ଡାକିଥିବା କ୍ୟାପଟେନ ଟସ ଜିତିଲେ ବୋଲି ଧରାଯିବ। ସେହିପରି ଯଦି ଓଲଟା ବା ପଛ ପଟ (ହିଲ୍ସ) ଉପରକୁ ରହେ ତାହେଲେ ସେ ଟସ ହାରିଗଲେ ବୋଲି କୁହାଯିବ। ‘ଫ୍ଲାଟ’ ଓ ‘ହିଲ୍ସ’ ନାମକରଣ ପଛରେ ମଧ୍ୟ ଏକ ରହସ୍ୟ ଅଛି। ଅଷ୍ଟ୍ରେଲିଆର ବ୍ୟାକ୍‌ୟାର୍ଡ କ୍ରିକେଟ୍‌ରେ ବ୍ୟାଟର ଉଭୟ ପାର୍ଶ୍ଵ ପାଇଁ ଏହି ଶବ୍ଦସବୁ ବ୍ୟବହୃତ ହୁଏ।

ଉଲ୍ଲେଖନୀୟ ଯେ, ଇନ୍‌ଗ୍ରାମ୍‌ ବ୍ରିସବେନ୍‌ ଅଧିନାୟକ କ୍ରିଶ୍‌ ଲିନ୍‌ଙ୍କଠାରୁ ଫ୍ଲିପ୍‌ ଜିତି ବୋଲିଂ ନେଇଥିଲେ।



from Odisha Reporter https://ift.tt/2R6sf2M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages