ଉତ୍ତରାଖଣ୍ଡରେ ‘କେଦାରନାଥ’ ଫିଲ୍ମ ବ୍ୟାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 7, 2018

ଉତ୍ତରାଖଣ୍ଡରେ ‘କେଦାରନାଥ’ ଫିଲ୍ମ ବ୍ୟାନ୍‌

ଡେରାଡୁନ୍‌: ବଲିଉଡ୍‌ ସିନେମା ‘କେଦାରନାଥ’କୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ଫିଲ୍ମରେ ସାଧାରଣ ଲୋକଙ୍କ ଭାବାବେଗକୁ ଆଘାତ ଦିଆଯାଉଥିବାରୁ ଏହାକୁ ଉତ୍ତରାଖଣ୍ଡରେ ରିଲିଜ୍‌ କରାଇ ଦିଆଯିବ ନାହିଁ ବୋଲି ଆଜି ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ସୁଶାନ୍ତ ସିଂହ ଓ ସାରା ଅଲୀ ଖାନ୍‌ଙ୍କୁ ନେଇ ନିର୍ମାଣ ହୋଇଥିବା ଏହି ଫିଲ୍ମଟି ଆଜି ସମଗ୍ର ଭାରତରେ ରିଲିଜ୍‌ ହୋଇଛି। କିନ୍ତୁ ଉତ୍ତରାଖଣ୍ଡରେ ପ୍ରବଳ ବିରୋଧ ଯୋଗୁ ଫିଲ୍ମଟି ସେଠାରେ ମୁକ୍ତିଲାଭ କରିପାରିନାହିଁ।

ଫିଲ୍ମକୁ ନେଇ ବିବାଦ ସୃଷ୍ଟି ହେବାରୁ ଉତ୍ତରାଖଣ୍ଡ ସରକାର ପର୍ଯ୍ୟଟନ ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ୪ ଜଣିଆ କମିଟି ଗଠନ କରିଥିଲେ। ଏହି କମିଟି ଫିଲ୍ମଟିର ସମୀକ୍ଷା କରିଥିଲା। ଗତକାଲି କମିଟି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କୁ ଭେଟିବା ପରେ ଫିଲ୍ମ ସମ୍ପର୍କରେ ନିଷ୍ପତ୍ତି ସରକାର ନୁହେଁ, ବରଂ ଜିଲ୍ଲା ମ୍ୟାଜିଷ୍ଟ୍ରେଟ ନେବେ ବୋଲି ଅବଗତ କରାଇଥିଲା।

ଏହି ଫିଲ୍ମାରେ ‘କେଦାରନାଥ’ ଶବ୍ଦର ବ୍ୟବହାର ହୋଇଛି। କେଦାରନାଥଜୀଙ୍କୁ ସମସ୍ତେ ପୂଜା କରୁଛନ୍ତି। କିନ୍ତୁ ଏହି ଫିଲ୍ମରେ ଦୁଇଟି ଭିନ୍ନ ସଂପ୍ରଦାୟର ଲୋକଙ୍କ ଭିତରେ ପ୍ରେମ ସମ୍ପର୍କକୁ ଚିତ୍ରଣ କରାଯାଇଛି। ଲୋକମାନେ ମୋକ୍ଷ ପାଇବାକୁ କେଦାରନାଥ ଆସୁଛନ୍ତି। କିନ୍ତୁ ତାଙ୍କ ନାଁକୁ ଭୁଲ କାମ ପାଇଁ ବ୍ୟବହାର କରିବା ଆଦୌ ଗ୍ରହଣୀୟ ବୋଲି ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜ କହିଛନ୍ତି।



from Odisha Reporter https://ift.tt/2BVlurU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages