ଦେଶର ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ହେଲେ କ୍କ୍ରିଷ୍ଣମୂର୍ତ୍ତି ସୁବ୍ରମଣିଅନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 7, 2018

ଦେଶର ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ହେଲେ କ୍କ୍ରିଷ୍ଣମୂର୍ତ୍ତି ସୁବ୍ରମଣିଅନ୍‌

ନୂଆଦିଲ୍ଲୀ: ଭାରତ ସରକାର ଆଜି ହାଇଦ୍ରାବାଦରେ ଥିବା ଇଣ୍ଡିଆନ୍‌ ସ୍କୁଲ ଅଫ୍‌ ବିଜନେସ୍‌(ଆଇଏସ୍‌ବି)ର ପ୍ର. କ୍କ୍ରିଷ୍ଣମୂର୍ତ୍ତି ସୁବ୍ରମଣିଅନ୍‌ଙ୍କୁ ଦେଶର ନୂଆ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି।

ସେ ୩ ବର୍ଷ ପାଇଁ ଏହି ପଦବୀରେ କାର୍ଯ୍ୟ କରିବେ। ଗତ ଜୁଲାଇ ମାସରେ ଅରବିନ୍ଦ ସୁବ୍ରମଣିଅନ୍‌ ଅର୍ଥନୀତିକ ପରାମର୍ଶଦାତା ପଦବୀ ଛାଡ଼ିବା ପରେ ଏହା ଫାଙ୍କା ପଡ଼ିଥିଲା। ଏବେ କ୍କ୍ରିଷ୍ଣମୂର୍ତ୍ତି ଏହି ପଦବୀର ଦାୟିତ୍ୱ ସମ୍ଭାଳିବେ।

ବର୍ତ୍ତମାନ କ୍କ୍ରିଷ୍ଣମୂର୍ତ୍ତି ଆଇଏସ୍‌ବିରେ ଆସୋସିଏଟ୍‌ ପ୍ରଫେସର ଅଫ୍‌ ଫାଇନାନ୍ସ ଓ ସେଣ୍ଟର ଫର ଆନାଲିଟିକାଲ ଫାଇନାନ୍ସର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ବ୍ୟାଙ୍କିଙ୍ଗ, କର୍ପୋରେଟ୍‌ ଗର୍ଭନାନ୍ସ ଓ ଅର୍ଥନୀତିକ ପଲିସି ଉପରେ କ୍କ୍ରିଷ୍ଣମୂର୍ତ୍ତି ବେଶ ଖ୍ୟାତି ଅର୍ଜନ କରିଛନ୍ତି।

ଏକାଡେମିକ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ କ୍କ୍ରିଷ୍ଣମୂର୍ତ୍ତି ନ୍ୟୁୱର୍କରେ ଜେପି ମୋର୍ଗାନ ଚେଜଙ୍କ ସହ କନସଲଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ।



from Odisha Reporter https://ift.tt/2Ea3VWy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages