
ଲକ୍ଷ୍ନୌ: ଉତ୍ତର ପ୍ରଦେଶରର ବୁଲନ୍ଦଶହରରେ ଗୋହତ୍ୟାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଦଙ୍ଗା ଘଟଣାରେ ଏବେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଦଙ୍ଗାରେ ପ୍ରାଣ ହରାଇଥିବା ଇନ୍ସପେକ୍ଟର ସୁବୋଧ କୁମାର ସିଂହଙ୍କୁ ଗୁଳି କରାଯିବା ପୂର୍ବରୁ ଲୋକମାନେ ତାଙ୍କୁ କିଭଳି ନିର୍ଯାତନା ଦେଇଥିଲେ, ତା’ର ତଥ୍ୟ ସାମ୍ନାକୁ ଆସିଛି। ସୁବୋଧଙ୍କୁ ପ୍ରଥମେ ଲୋକମାନେ ପଥର ଏବଂ କାଠ ଫାଳିଆରେ ମାଡ଼ ମାରିଥିଲେ। ଏହାପରେ ତାଙ୍କୁ ଧାରୁଆ ଅସ୍ତ୍ରରେ ବାରମ୍ବାର ହାଣି ପକାଇଥିଲେ। ଶେଷରେ ସୁବୋଧଙ୍କୁ ତାଙ୍କରି ସର୍ଭିସ ରିଭଲଭରରେ ଗୁଳି କରି ହତ୍ୟା କରିଥିଲେ। ପୁଲିସ୍ ଦଙ୍ଗା ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।
ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ନାଥ ୬ ମାସ ତଳେ ଦିଲ୍ଲୀରେ ଓଲା କ୍ୟାବ୍ ଚଳାଇବା ଆରମ୍ଭ କରିଥିଲା। ଗତକାଲି ପୁଲିସ୍ ତାକୁ ଗ୍ରେଟର ନୋଏଡାରୁ ଗିରଫ କରିଥିଲା। ସେ ହିଁ ସୁବୋଧ କୁମାରଙ୍କ ଉପରକୁ ଗୁଳି କରିଥିଲା।
ଡିସେମ୍ବର ୩ରେ ୨୫ଟି ଗାଈଙ୍କ ମୃତଦେହ ମିଳିବା ପରେ ବୁଲନ୍ଦଶହରରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍ ପହଞ୍ଚିବା କ୍ଷଣି ୪୦୦ରୁ ଅଧିକ ଲୋକ ସେମାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ସୁବୋଧ କୁମାର ଏବଂ ଅନ୍ୟ ଜଣେ ଯୁବକ ପ୍ରାଣ ହରାଇଥିଲେ।
from Odisha Reporter http://bit.ly/2EVr28K
No comments:
Post a Comment