ଶ୍ରୀମନ୍ଦିରର ମହାନ ପରମ୍ପରାରେ କଳଙ୍କ ନ ଲାଗୁ: ଗଜପତି ମହାରାଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ଶ୍ରୀମନ୍ଦିରର ମହାନ ପରମ୍ପରାରେ କଳଙ୍କ ନ ଲାଗୁ: ଗଜପତି ମହାରାଜ

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ବିଶୃଙ୍ଖଳା ଚରମ ଅବସ୍ଥାରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ଖୋଲିନାହିଁ ଶ୍ରୀମନ୍ଦିର ବଡ଼ ଦେଉଳର ଦ୍ୱାର। ଶ୍ରୀଜିଉଙ୍କ ମଙ୍ଗଳଆଳତୀ କିମ୍ବା କୌଣସି ନୀତିକାନ୍ତି ଆରମ୍ଭ ହୋଇନି। ଏଥିଯୋଗୁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି। ସମଗ୍ର ପ୍ରସଙ୍ଗକୁ ନେଇ ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି-“ମହାପ୍ରଭୁଙ୍କ ସେବାପୂଜାଠାରୁ ଆଉ କୌଣସି ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆଲୋଚନା କରାଯାଇ ଯେ କୌଣସି ବିବାଦର ସମାଧାନ ସମ୍ଭବ। କିନ୍ତୁ ତା’ ପାଇଁ ଠାକୁରଙ୍କୁ ଅପୂଜା ଓ ଉପାସ ରଖିବା କୌଣସି ଦୃଷ୍ଟିରୁ ଗ୍ରହଣୀୟ ନୁହେଁ। ତେଣୁ ମୁଁ ସବୁ ପକ୍ଷଙ୍କୁ ଅନୁରୋଧ କରିବି, ମହାପ୍ରଭୁଙ୍କ ନୀତିକାନ୍ତି ତୁରନ୍ତ ଆରମ୍ଭ କରନ୍ତୁ। ଶ୍ରୀମନ୍ଦିରର ମହାନ ପରମ୍ପରାରେ କଳଙ୍କ ନ ଲାଗୁ। ଅଗଣିତ ଭକ୍ତଙ୍କୁ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ କରା ନ ଯାଉ। ଆବଶ୍ୟକ ପଡ଼ିଲେ ଶୀର୍ଷ ସ୍ତରରେ ସରକାର ଏହି ବ୍ୟତିକ୍ରମରେ ହସ୍ତକ୍ଷେପ କରନ୍ତୁ।”

ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି-“ଏମିତି ହେବା କଥା ନୁହେଁ। ଯାହା ହୋଇଛି ଦୁଃଖର କଥା। ସବୁ ଜଗନ୍ନାଥଙ୍କ ଇଚ୍ଛାରେ ହେଉଛି। ଯାହା ହେଉଛି ସବୁ ଜଗନ୍ନାଥ କରୁଛନ୍ତି। ସେବାୟତଙ୍କ ମଧ୍ୟରେ ଥିବା ପୁଞ୍ଜିଭୂତ ଅସନ୍ତୋଷର ଏ ଫଳ। ସ୍ଥାନୀୟ ବିଧାୟକ ଚାହିଁଲେ ବିବାଦର ସମାଧାନ ହୋଇଯିବ।”

ଅଭିଯୋଗ ଅନୁସାରେ, ପୁରୀ ସିଂହଦ୍ୱାର ନିକଟରେ ଜଣେ ସେବାୟତଙ୍କୁ ଜଣେ ପୁଲିସ୍ କର୍ମଚାରୀ ଦୁର୍ବ୍ୟବହାର କରିଥିଲେ। ଦୁଇ ଜଣ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡ଼ିବାକୁ ନେଇ ସେବାୟତ ଓ ପୁଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏହା ସହ କିଛି ପୁଲିସ୍ କର୍ମଚାରୀ ମିଶି ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।

ତେବେ ସେବାୟତଙ୍କ ଉପରେ ହୋଇଥିବା ଆକ୍ରମଣ ଅଭିଯୋଗକୁ ପୁଲିସ କର୍ମଚାରୀ ଅସ୍ୱୀକାର କରିଛନ୍ତି। ସିସିଟିଭି ଫୁଟେଜ ଦେଖି ଘଟଣାର ତଦନ୍ତ କରାଯିବ ବୋଲି ସିଂହଦ୍ୱାର ଥାନା ଆଇଆଇସି କହିଛନ୍ତି। କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦିଆଯିବା ସତ୍ତ୍ୱେ ସେବାୟତ ଜିଦ୍‌ରେ ଅଟଳ ଅଛନ୍ତି। ଯାହାଫଳରେ ଆଜି ଏପରି ଅଚଳାବସ୍ଥା ଲାଗି ରହିଛି। ବଡ଼ଦେଉଳ ଖୋଲୁ ନଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ବଢ଼ି ଯାଉଛି।



from Odisha Reporter http://bit.ly/2GHhnnK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages