ବ୍ରେକ୍‌ଫାଷ୍ଟ୍‌ରେ ପିଲାଙ୍କୁ ପରଷନ୍ତୁ ‘ଗ୍ରୀନ୍‌ ମଟର ପରଟା’  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

ବ୍ରେକ୍‌ଫାଷ୍ଟ୍‌ରେ ପିଲାଙ୍କୁ ପରଷନ୍ତୁ ‘ଗ୍ରୀନ୍‌ ମଟର ପରଟା’ 

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଛୋଟ ପିଲାଙ୍କ ପାଇଁ ବ୍ରେକ୍‌ଫାଷ୍ଟ୍‌ ପ୍ରସ୍ତୁତ କରିବା ବେଳେବେଳେ ଚିନ୍ତାର କାରଣ ହୋଇଥାଏ। କାରଣ ପିଲାମାନେ ବ୍ରେକ୍‌ଫାଷ୍ଟ୍‌ରେ ପ୍ରାୟ ନୂଆ ସ୍ୱାଦର ଖାଦ୍ୟ ଖୋଜିଥା’ନ୍ତି। ଏଣୁ ପିଲାଙ୍କ ପାଇଁ ବ୍ରେକ୍‌ଫାଷ୍ଟ୍‌ରେ ‘ଗ୍ରୀନ୍‌ ମଟର୍‌ ପରଟା’ ଭଳି ସହଜରେ ପ୍ରସ୍ତୁତ ହେଉଥିବା ଏକ ଖାଦ୍ୟ ସାମଗ୍ରୀ ସମ୍ପର୍କରେ ଆଜି ଆମେ ଆପଣଙ୍କୁ ଟିପ୍‌ସ୍‌ ଦେବୁ।

ଆବଶ୍ୟକ ସାମଗ୍ରୀ: ଅଟା, ସିଝା ଗ୍ରୀନ୍‌ ମଟର, ବଟା ଅଦା, କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, କଟା ଧନିଆ ପତ୍ର, ଗରମ ମସଲା, ଲୁଣ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଅଟାକୁ ଆବଶ୍ୟକ ଅନୁସାରେ ଲୁଣ ଓ ଅଳ୍ପ ତେଲ ଦେଇ ଗୋଳାନ୍ତୁ। ଏଥିରେ ଅଳ୍ପ ପାଣି ଦେଇ ଏହାକୁ ନରମ ଭାବେ ଚକଟନ୍ତୁ। ଏବେ ସିଝା ହୋଇଥିବା ଗ୍ରୀନ୍‌ ମଟରରେ କଞ୍ଚା ଲଙ୍କା ଏବଂ ଅଦା ପକାଇ ଗ୍ରାଇଣ୍ଡିଂ କରନ୍ତୁ। ଆପଣ ଚାହିଁଲେ, ଏଥିରେ ମଟର ଛୁଇଁ ଦାନା ମଧ୍ୟ ବ୍ୟବହାର କରିପାରିବେ। ଗ୍ରାଇଣ୍ଡିଂ ପରେ ଏହାକୁ ଏକ ପାତ୍ରକୁ କାଢ଼ି ଏଥିରେ ଲୁଣ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା ଓ କଟା ଧନିଆ ପତ୍ର ମିଶାଇ ଦିଅନ୍ତୁ।

ଏବେ ଚକଟା ହୋଇ ରହିଥିବା ଅଟାରୁ ପରଟା ପାଇଁ ଗୋଳା ପ୍ରସ୍ତୁତ କରନ୍ତୁ। ପ୍ରତିଟି ଅଟା ଗୋଳା’କୁ ଅଳ୍ପ ବେଲି ସେଥିରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ମଟର ପୂର ଦେଇ ଗୋଲ ଗୋଲ କରିବା ପରେ ପୁଣି ବେଲନ୍ତୁ।

ଏବେ ତାୱା ଗରମ କରି ବେଲା ହୋଇଥିବା ପରଟାକୁ ସେକନ୍ତୁ। ପରଟାର ଦୁଇ ପଟ ଭଲ ଭାବେ ସେକି ହୋଇଯିବା ପରେ ଏହା ଉପରେ ତେଲ କିମ୍ବା ଘିଅ ଦେଇ ଆହୁରି ସେକନ୍ତୁ। ଦୁଇପଟ ଗୋଲ୍ଡେନ୍‌ ବ୍ରାଉନ୍‌ ରଙ୍ଗର ହୋଇଗଲେ, ପରଟା କାଢ଼ି ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଗ୍ରୀନ୍‌ ମଟର ପରଟା। ଏହାକୁ ଆଚାର, ସସ୍‌ କିମ୍ବା ଦହି ସହ ବ୍ରେକ୍‌ଫାଷ୍ଟ୍‌ରେ ପିଲାଙ୍କୁ ପରଷନ୍ତୁ।



from Odisha Reporter https://ift.tt/2QAoKRJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages