
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଶୀତ ଦିନେ ଘରେ ଚା’ ସହ ଗରମା ଗରମ୍ ଖାଇବା ପାଇଁ ଆମେ ଆଜି ଏକ ଚଟ୍ପଟା ଖାଦ୍ୟ ‘ବୁଟ ଡାଲି ଆଳୁ ବରା’ର ପ୍ରସ୍ତୁତି ସମ୍ପର୍କରେ ଆପଣଙ୍କୁ ଟିପ୍ସ୍ ଦେବୁ।
ଆବଶ୍ୟକ ସାମଗ୍ରୀ: ବୁଟ ଡାଲି, ସିଝା ଆଳୁ, ବ୍ରେଡ୍, ଲେମ୍ବୁ ରସ, ଧନିଆ ପତ୍ର, କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ଗରମ ମସଲା, ଭଜା ଜିରା ଗୁଣ୍ଡ, ଭଜା ଧନିଆ ଗୁଣ୍ଡ, ତେଲ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବୁଟ ଡାଲିକୁ ୨ ଘଣ୍ଟା ପାଇଁ ପାଣିରେ ବତୁରାଇ ଦିଅନ୍ତୁ। ପରେ ଏହାକୁ ସିଝାଇ ପାଣିରୁ ଛାଣି ଦିଅନ୍ତୁ। ଏବେ ଏକ ପାତ୍ରରେ ସିଝା ଆଳୁକୁ ଚକଟି ସେଥିରେ ସିଝା ଡାଲି, ବ୍ରେଡ୍, କଟା ଧନିଆ ପତ୍ର, ଲେମ୍ବୁ ରସ ଏବଂ କଟା ଲଙ୍କା ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଏବେ ଏଥିରେ ଲୁଣ, ଲଙ୍କା ଗୁଣ୍ଡ, ଗରମ ମସଲା, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ଏବଂ କିଛି ବୁନ୍ଦା ତେଲ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ଏକ କଡ଼େଇରେ ଅଳ୍ପ ତେଲ ଗରମ କରି ଏହାକୁ ଛୋଟ ଛୋଟ ବରା ଆକାର କରି ଗୋଲ୍ଡେନ୍ ବ୍ରାଉନ୍ ହେବା ଯାଏ ଛାଣନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ‘ବୁଟ ଡାଲି ଆଳୁ ବରା’। ଏବେ ଏହାକୁ ଚା’ ଖାଇବା ପୂର୍ବରୁ ନିଜ ପସନ୍ଦର ଚଟଣୀ କିମ୍ବା ସସ୍ ସହ ଗରମା ଗରମ ପରଷନ୍ତୁ।
from Odisha Reporter https://ift.tt/2zCqj84
No comments:
Post a Comment