ଛାଡ଼ନ୍ତୁ ଏ ସବୁ ବଦ୍‌ ଅଭ୍ୟାସ୍, ନହେଲେ କିଡ୍‌ନୀ ଫେଲ୍ ହୋଇଯିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

ଛାଡ଼ନ୍ତୁ ଏ ସବୁ ବଦ୍‌ ଅଭ୍ୟାସ୍, ନହେଲେ କିଡ୍‌ନୀ ଫେଲ୍ ହୋଇଯିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): କର୍ମବ୍ୟସ୍ତତା ଯୋଗୁ ଅଧିକାଂଶ ଲୋକ ନିଜ ସ୍ୱାସ୍ଥ୍ୟର ଯତ୍ନ ଠିକ୍‌ରେ ନେଇ ପାରି ନ ଥା’ନ୍ତି। ଆଉ କିଛି ଲୋକ ଅଛନ୍ତି, ଯେଉଁମାନେ ଜାଣିଶୁଣି ନିଜ ସ୍ୱାସ୍ଥ୍ୟକୁ ହାନି ପହଞ୍ଚାଇଥା’ନ୍ତି। ଆମ ନିତିଦିନିଆ ଖାଦ୍ୟପେୟ ଓ ଅଭ୍ୟାସ ଆମ ଶରୀର ଉପରେ ପ୍ରଭାବ ପକାଇଥାଏ। ଏହା ଜାଣି ମଧ୍ୟ ଆମେ ଏମିତି କିଛି ଅଭ୍ୟାସ କରିଥାଏ, ଯାହା ଆମ ପାଇଁ କ୍ଷତିକାରକ ହୋଇଥାଏ। କିଡ୍‌ନୀ ହେଉଛି ଆମ ଶରୀରର ଏକ ମହତ୍ୱପୂର୍ଣ୍ଣ ଅଂଶ। ତେବେ କିଛି ବଦ୍‌ ଅଭ୍ୟାସ ଯୋଗୁ କିଡ୍‌ନୀ କ୍ଷତିଗ୍ରସ୍ତ ହୋଇଥାଏ। ଆସନ୍ତୁ ଜାଣିବା ସେହି ବଦ୍‌ ଅଭ୍ୟାସ ଗୁଡ଼ିକ କ’ଣ?

୧, କିଡ୍‌ନୀକୁ ‍କ୍ଷତି ପହଞ୍ଚାଉଥିବା ପ୍ରଥମ ବଦ୍‌ ଅଭ୍ୟାସ ହେଉଛି, ପାଣି କମ୍‌ ପିଇବା। ଅନାବଶ୍ୟକ ବା ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ ଶରୀରରେ ଯଥେଷ୍ଟ ପରିମାଣର ପାଣି ରହିବା ଆବଶ୍ୟକ। କମ୍‌ ପାଣି ପିଇବା ହେତୁ ଶରୀରରେ ଜଳୀୟ ଅଂଶ କମିଯାଏ। ଫଳରେ ଶରୀର ହାଇଡ୍ରେଟ୍‌ ରୁହେ ନାହିଁ। ଅର୍ଥାତ୍‌ କିଡନୀ ତା’ର କାମ କରିବାରେ ବିଫଳ ହୁଏ ଏବଂ ଏହା ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିପାରେ ନାହିଁ।

୨. ଖାଦ୍ୟରେ ଅଧିକ ମାତ୍ରାରେ ଲୁଣ ଖାଇବା ଅଭ୍ୟାସ ମଧ୍ୟ କିଡ୍‌ନୀ ପାଇଁ କ୍ଷତିକାରକ। ଏହା ଦ୍ୱାରା ଉଚ୍ଚ ରକ୍ତଚାପ ସମସ୍ୟା ହୋଇଥାଏ, ଯାହାର ପ୍ରଭାବ ସିଧାସଳଖ କିଡନୀ ଉପରେ ପଡ଼େ।

୩. ଅଧିକ ଚିନି ଖାଇବା ମଧ୍ୟ କିଡ୍‌ନୀ ପାଇଁ ଖରାପ। ଏହା ରକ୍ତରେ ଶର୍କରା ପରିମାଣ ବଢ଼ାଇଦିଏ ଯାହା ଅତିରିକ୍ତ ହୋଇଗଲେ କିଡ୍‌ନୀ ଖରାପ ହୋଇଯାଏ।

୪. ଅତ୍ୟଧିକ କଫି ସେବନ ମଧ୍ୟ କିଡ୍‌ନୀ ପାଇଁ ହାନିକାରକ। ବିଶେଷ କରି ମହିଳାମାନଙ୍କ ପାଇଁ ଏହା ଅଧିକ କ୍ଷତିକାରକ। ଏଥିରେ ଥିବା କେଫିନ୍‌ ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ।

୫. ମଦ୍ୟପାନ ଓ ଧୂମପାନ ହେଉଛି ସବୁଠୁ ବଡ଼ ଖରାପ ଅଭ୍ୟାସ। ଏହା କେବଳ ହାର୍ଟ ନୁହେଁ କିଡ୍‌ନୀ ଓ ଲିଭରକୁ ମଧ୍ୟ ନଷ୍ଟ କରିଦିଏ।

୬. ବିଳମ୍ବ ରାତି ଯାଏ ଚେଇଁ ରହିବା ଓ ସକାଳେ ଶୀଘ୍ର ଉଠି କାମକୁ ଯିବା ଭଳି ଖରାପ ଅଭ୍ୟାସ ମଧ୍ୟ କିଡ୍‌ନୀ ପାଇଁ ବିପଦ। ଅଳ୍ପ ନିଦ୍ରା କିଡ୍‌ନୀ ଉପରେ ଖରାପ ପ୍ରଭାବ ପକାଇଥାଏ।

୭. ଅଧିକ ସମୟ ଯାଏ ପରିଶ୍ରାକୁ ରୋକିବା ମଧ୍ୟ ଏକ ବଦ୍‌ ଅଭ୍ୟାସ। ଏହା ଫଳରେ କିଡ୍‌ନୀ ଫେଲ ହେବାର ଆଶଙ୍କା ରହିଥାଏ।



from Odisha Reporter http://bit.ly/2CBmn9y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages