୬ରେ କଂଗ୍ରେସର ପଞ୍ଚାୟତ ପ୍ରତିନିଧି ସମ୍ମିଳନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 1, 2018

୬ରେ କଂଗ୍ରେସର ପଞ୍ଚାୟତ ପ୍ରତିନିଧି ସମ୍ମିଳନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତିରାଜ ବ୍ୟବସ୍ଥା ଓ ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତାକୁ ରାଜ୍ୟ ସରକାର ସଙ୍କୁଚିତ ଓ ଦୁର୍ବଳ କରିଥିବା ପ୍ରତିବାଦରେ ଚଳିତମାସ ୬ତାରିଖରେ କଂଗ୍ରେସ ପକ୍ଷରୁ ପଞ୍ଚାୟତ ପ୍ରତିନିଧି ସମ୍ମିଳନୀର ଆୟୋଜନ ହେବ। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କଂଗ୍ରେସ ଦଳର ବା କଂଗ୍ରେସ ସମର୍ଥିତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷମାନେ ସାମିଲ ହେବେ।

ପଞ୍ଚାୟତ ପ୍ରତିନିଧି ସମ୍ମିଳନୀର ଆବାହକ ସୁଦର୍ଶନ ଦାସ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟ ସରକାର ‘ଆମ ଗାଁ-ଆମ ବିକାଶ’ ଯୋଜନା ମାଧ୍ୟମରେ ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତାକୁ ହଡ଼ପ କରିବା ସହ ସେମାନଙ୍କ ଭୂମିକାକୁ ଅବମାନନା କରିଛନ୍ତି। ବିଭିନ୍ନ ପ୍ରକଳ୍ପଗୁଡିକୁ ମଧ୍ୟ ପଞ୍ଚାୟତ ଜରିଆରେ କାର୍ଯ୍ୟକାରୀ ନକରି ବିଭିନ୍ନ ବିଭାଗ ଦ୍ୱାରା ଏବଂ ବିଜେଡିର କର୍ମୀମାନଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଛି।

ଏହାର ପ୍ରତିବାଦରେ ଏବଂ ପଞ୍ଚାୟତ ବ୍ୟବସ୍ଥାକୁ ସୁଦୃଢ଼ କରିବାର ଉଦ୍ଦେଶ୍ୟ ନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଚଳିତମାସ ୬ ତାରିଖ ପୂର୍ବାହ୍ନ ସାଢ଼େ ୧୦ଟାରେ କଂଗ୍ରେସ ଭବନ ପରିସରରେ ଓଡ଼ିଶା ପଞ୍ଚାୟତ ପ୍ରତିନିଧି ସମ୍ମିଳନୀ ଆୟୋଜନ କରାଯାଉଛି। ଦେଶରେ ପଞ୍ଚାୟତ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ କ୍ଷମତାର ବିକେନ୍ଦ୍ରୀକରଣକୁ ସୁରକ୍ଷିତ ରଖିବା ଓ ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପର ପ୍ରତିବାଦ କରିବା ପାଇଁ ଏହି ସମ୍ମିଳନୀ ହେବ ବୋଲି ପିସିସି ପକ୍ଷରୁ କୁହାଯାଇଛି।



from Odisha Reporter https://ift.tt/2KM7SSW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages