
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାଇସ୍,ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ଆସନ୍ତାକାଲିଠୁ ଚାଷୀ ନେତା ଅକ୍ଷୟ କୁମାର ଆମରଣ ଅନଶନରେ ବସିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ନବନିର୍ମାଣ କୃଷକ ସମିତିର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଏହି ସୂଚନା ଦେଇଛନ୍ତି।
ଶ୍ରୀ କୁମାର ତାଙ୍କ ଚିଠିରେ ଲେଖିଛନ୍ତି ଯେ, ରାଜ୍ୟ ସରକାର ଯଦି ବାସ୍ତବରେ ଚାଷୀଙ୍କ ସମସ୍ୟାର ସମାଧାନ ଚାହୁଁଛନ୍ତି ତା’ହେଲେ ମନ୍ତ୍ରିସ୍ତରୀୟ କମିଟି ବୈଠକ ଓ ଆଲୋଚନା ପରିବର୍ତ୍ତେ ପ୍ରଥମେ ଅଧ୍ୟାଦେଶ ଆଣିବା ଆବଶ୍ୟକ। ଏହାପରେ ଆଲୋଚନା ହୋଇପାରିବ। ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରିସ୍ତରୀୟ କମିଟିକୁ ସେ ନାପସନ୍ଦ କରିବା ସହ ବିଗତ ଦିନରେ ଚାଷୀ ଆନ୍ଦୋଳନକୁ ଭଣ୍ଡୁର କିରବାକୁ ସରକାର ଯେଉଁ ନୀତି ଆପଣାଇଛନ୍ତି ତାହା ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସାଧାରଣ ନାଗରିକର କଥା କହିବାର ମୌଳିକ ଅଧିକାରକୁ ଲୁଣ୍ଠନ କରିଛି।
ଚାଷୀଙ୍କ ପାଇଁ କୌଣସି ଭତ୍ତା ଓ ପେନସନ ବ୍ୟବସ୍ଥା ନହେବା ଯୋଗୁ ଚାଷୀଟିଏ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନରୁ ବଞ୍ଚିତ ହେଉଛି। ତେଣୁ ସେ ରାଜ୍ୟର ୩୬ ଲକ୍ଷ ଚାଷୀଙ୍କ ପାଇଁ ମାସିକ ୫ହଜାର ଟଙ୍କାର ପେନସନ ହିସାବରେ ରାଜକୋଷରୁ ୨୧,୬୦୦ କୋଟି ଟଙ୍କା ଖର୍ଚ୍ଚ ପାଇଁ ତୁରନ୍ତ ପ୍ରାବଧାନ କରିବାକୁ ଦାବି କରିଛନ୍ତି। ରାଜ୍ୟରେ ଇଞ୍ଜିନିୟର,ଡାକ୍ତର,ପୁଲିସ ସମସ୍ତଙ୍କ ପାଇଁ ପେନସନ ବ୍ୟବସ୍ଥା ଥିବାବେଳେ ରାଜ୍ୟ ସରକାର ଚାଷୀଙ୍କ ପାଇଁ ଏହି ପେନସନ ଲାଗୁ ନକରିବା ଦୁର୍ଭାଗ୍ୟଜନକ। ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ସେ ଏହି ଆମରଣ ଅନଶନ କରୁଛନ୍ତି ବୋଲି ଶ୍ରୀ କୁମାର ଚିଠିରେ ଉଲ୍ଲେଖ କରିଛନ୍ତି।
from Odisha Reporter https://ift.tt/2Ea1CUD
No comments:
Post a Comment