ମୂଷା ପିଇଦେଲେ ହଜାରେ ଲିଟର ମଦ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ମୂଷା ପିଇଦେଲେ ହଜାରେ ଲିଟର ମଦ!

ବରେଲୀ: ବିହାର ପରେ ଉତ୍ତର ପ୍ରଦେଶରେ ମଧ୍ୟ ମଦ ପିଉଥିବା ମୂଷାଙ୍କ କାରନାମା ସାମ୍ନାକୁ ଆସିଛି। ବରେଲୀଠାରେ ଥିବା ଏକ ମାଲଖାନା(ବେଆଇନ୍‌ ମଦ ଜବତ କରି ରଖାଯାଉଥିବା ସ୍ଥାନ)ରେ ରଖାଯାଇଥିବା ପାଖାପାଖି ୧ ହଜାର ଲିଟର ମଦକୁ ମୂଷାମାନେ ପିଇଦେଇଥିବା ଅଭିଯୋଗ ହୋଇଛି।

ମାଲଖାନାର କବାଟ ଖୋଲାଯିବା ପରେ ଏଭଳି ଘଟଣା ସାମ୍ନାକୁ ଆସିଛି। ମଦ ରହିଥିବା କିଛି ବୋତଲ ଖାଲି ଥିବା ବେଳେ ଆଉ କିଛି ଘର ମଧ୍ୟରୁ ଗାଏବ ହୋଇଯାଇଛି। ଖାଲି ପଡ଼ିଥିବା ବୋତଲ ଗୁଡ଼ିକରେ କଣା ଥିବାରୁ ଏହାକୁ ମୂଷାମାନେ ହିଁ ନଷ୍ଟ କରିଦେଇଥିବା କୁହାଯାଉଛି। ତେବେ ସ୍ଥାନୀୟ ଏସ୍‌ପି ଅଭିନନ୍ଦନ ସିଂହ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି।

ଏହି ମାଲଖାନାଟି କ୍ୟାଣ୍ଟନେମଣ୍ଟ ପୁଲିସ୍‌ ଷ୍ଟେସନ ଅଧୀନରେ ରହିଛି। ବୁଧବାର ଏହି ଘର ମଧ୍ୟରେ ଏକ କୁକୁର ମରିଯାଇଥିବାରୁ ପ୍ରବଳ ଦୁର୍ଗନ୍ଧ ବାହାରିଥିଲା। ଏହାପରେ ଏହାର ଦାୟିତ୍ୱରେ ଥିବା କର୍ମଚାରୀ ଜଣଙ୍କ ଘରର କବାଟ ଖୋଲିଥିଲେ। ଏହି ସମୟରେ ମଦ ରଖାଯାଇଥିବା ବୋତଲ ଗୁଡ଼ିକ ଏଣେତେଣେ ପଡ଼ିଥିବା ବେଳେ ଆଉ କିଛି ବୋତଲ ନଥିବା ଜାଣିବାକୁ ପାଇଥିଲେ। ଏଥିସହ ଘର ମଧ୍ୟରେ ମୂଷାମାନଙ୍କ ସଂଖ୍ୟା ଅଧିକ ଥିବା ମଧ୍ୟ ସେ ଜାଣିବାକୁ ପାଇଥିଲେ। ତେଣୁ ମଦ ଗାଏବ ହେବା ପଛରେ ମୂଷାଙ୍କ ହାତ ରହିଥିବା କୁହାଯାଉଛି।

କର୍ମଚାରୀ ଜଣଙ୍କ କହିଛନ୍ତି, “ ବେଆଇନ୍‌ ଭାବେ ଜବତ ହେଉଥିବା ମଦ ଗୁଡ଼ିକର ନମୂନା ରଖି ଏଗୁଡ଼ିକୁ ନଷ୍ଟ କରିଦିଆଯାଏ। କିନ୍ତୁ ଏହି ମାଲଖାନାରେ ଦୀର୍ଘ ବର୍ଷ ହେଲାଣି ମଦ ଗୁଡ଼ିକ ଜବତ ହୋଇ ରହିଥିଲେ ହେଁ ଏଗୁଡ଼ିକୁ ନଷ୍ଟ କରାଯାଇ ନଥିଲା। ମୁଁ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଚିଠି ଲେଖି ଜଣାଇଥିଲେ ହେଁ ସେମାନେ ଏହାକୁ ଦୃଷ୍ଟି ଦେଇ ନଥିଲେ। ଫଳରେ ଏଭଳି ଏକ ସମସ୍ୟା ସୃଷ୍ଟି ହୋଇଛି।”



from Odisha Reporter http://bit.ly/2RmgMfs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages