ଶୀତଦିନିଆ ପାର୍ଟିକୁ ନେଇ ଚିନ୍ତିତ କି ? ପିନ୍ଧନ୍ତୁ କେପ୍‌ ଶାଢ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ଶୀତଦିନିଆ ପାର୍ଟିକୁ ନେଇ ଚିନ୍ତିତ କି ? ପିନ୍ଧନ୍ତୁ କେପ୍‌ ଶାଢ଼ି

katrina

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶୀତଦିନରେ ଆପଣ ବାହାରକୁ ଯିବା ପାଇଁ ସହଜ ମନେ କରିନଥାନ୍ତି। ଏହି ଦିନରେ ଯଦି କୌଣସି ବାହାଘର, ବ୍ରତଘର କିମ୍ୱା କାର୍ଯ୍ୟକ୍ରମରେ ଯୋଗ ଦାବାକୁ ଥାଏ, ତେବେ ଆପଣ ଚିନ୍ତାରେ ପଡ଼ି ଯାଇଥାନ୍ତି। ମ୍ୟାଚିଙ୍ଗ୍‌ ଶାଢ଼ି, ଇୟର୍‌ ରିଙ୍ଗସ୍‌, ଜୋତା ଓ ମେକଅପ୍‌ ନେବା ପରେ ମଧ୍ୟ ଆପଣଙ୍କ ପରିଶ୍ରମ ବୃଥା ପଡ଼ିଥାଏ।

ଏହାର ଗୋଟିଏ କାରଣ ହେଉଛି ଶୀତ। ମହିଳାମାନେ ପରିଶ୍ରମ କରି ନିଜକୁ ସଜାଇ ସାରିବା ପରେ ସ୍ୱେଟର୍‌ କିମ୍ୱା ଚଦର ଘୋଡେଇ ହେବାକୁ ପଡ଼ିଥାଏ। ଯଦି ଘୋଡେଇ ହେବେ, ତେବେ ଏତେ ସଜ ହୋଇ ଲାଭ କ’ଣ ? ଯଦି ଆପଣ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ।
ବର୍ତ୍ତମାନ ଏପରି ଶାଢ଼ି ମିଳୁଛି ଯାହାକୁ ଆପଣ ପାର୍ଟିକୁ ଯିବା ବେଳେ ଆରାମରେ ପିନ୍ଧି ପାରିବେ। ଏହାକୁ ପିନ୍ଧିବା ପରେ ଆପଣ ଅନେକାଂଶରେ ଶୀତରୁ ରକ୍ଷା ପାଇପାରିବେ। ଏହି ଶାଢ଼ିର ନାମ ହେଉଛି ‘କେପ୍ ଶାଢ଼ି’।

sonamକିଛିଦିନ ତଳେ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନ୍‌ସ ବଲିଉଡ୍‌ ସେଲିବ୍ରିଟିଙ୍କ ପାଇଁ ମୁମ୍ବାଇରେ ଏକ ରିସେପ୍‌ସନ ପାର୍ଟି ରଖିଥିଲେ। ଏହି ଅବସରରେ କ୍ୟାଟ୍ରିନା କୈଫ୍‌ଙ୍କ ଶାଢ଼ି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେଠାକୁ ସେ ଏହି ଶାଢ଼ି ପିନ୍ଧି ଯାଇଥିଲେ। କ୍ୟାଟ୍ରିନା ନ୍ୟୁଡ୍‌ ବେଜ୍‌ ରଙ୍ଗର ଏହି ଜର୍ଜେଟ ଶାଢ଼ିର ଡିଜାଇନ୍‌ ଲୋକପ୍ରିୟ ଫ୍ୟାଶନ୍‌ ଡିଜାଇନର ଅବୁ ଜାନି ଓ ସନ୍ଦୀପ ଖୋସଲା ଡିଜାଇନ୍‌ କରିଥିଲେ।

ଏହି ଜର୍ଜେଟ୍‌ ଶାଢ଼ିକୁ ମ୍ୟାଚ୍‌ କରି କ୍ୟାଟ୍ରିନା ଏମ୍ବେଲିଶଡ୍‌ ବ୍ଲାଉଜ୍‌ ଓ ଅରଗାଞ୍ଜା ବଟରଫ୍ଲାଇ କେପ୍‌ ସହିତ ଟିମ୍‌ଅପ୍‌ କରି ପିନ୍ଧିଥିଲେ। ଏହି କେପ୍‌ରେ ଗୋଲ୍‌ଡ ଏବଂ ସିଲ୍‌ଭର ଏମ୍ବ୍ରୋଡୋରୀ କରାଯାଇଥିଲା। ୩ ଥାକିଆ ସୁନ୍ଦର ଇୟର ରିଂ ସହିତ ଖୋଲା କେଶରେ କ୍ୟାଟ୍ରିନା ଏଥିରେ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ।

କ୍ୟାଟ୍ରିନାଙ୍କ ପୂର୍ବରୁ ବଲିଉଡ୍‌ ଫ୍ୟାଶିନିଷ୍ଟା ନାମରେ ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ ସୋନମ କପୁର ମଧ୍ୟ କେପ୍‌ ଶାଢ଼ି ପିନ୍ଧି ସାରିଛନ୍ତି। ନିଜ ଫିଲ୍ମ ସଞ୍ଜୁର ଟ୍ରେଲର ଲଞ୍ଚ ଅବସରରେ ସୋନମ ଏପରି ଶାଢ଼ିରେ ନଜର ଆସିଥିଲେ।

ଗୌରବ ଗୁପ୍ତାଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଥିବା ପର୍ପଲ ରଙ୍ଗର ପ୍ଲେନ୍‌ ଶାଢ଼ିକୁ ମ୍ୟାଚ୍‌ କରି ସୋନମ୍‌  କେପ୍‌ ପିନ୍ଧିଥିଲେ। ଏହି କେପ୍‌ର ସାମ୍ନାପଟୁ ବେକ ପାଖରେ ଫୁଲ ଭଳି ଡିଜାଇନ୍‌ କରି ବନ୍ଦ କରାଯାଇଥିଲା। ଏହି ଲୁକ୍‌ରେ ସୋନନଙ୍କ ଲୁକ୍‌ ଅଧିକ ସୁନ୍ଦର ଦେଖାଯାଉଥିଲା।



from Odisha Reporter http://bit.ly/2EXnPo6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages