
ମୁମ୍ୱାଇ:ବଲିଉଡ୍ ଫିଲ୍ମକୁ ସମସ୍ତେ ପସନ୍ଦ କରିଥାନ୍ତି। ଏହା ବ୍ୟତୀତ ଭାରତର ଅନ୍ୟ ଆଞ୍ଚଳିକ ଭାଷାର ଫିଲ୍ମକୁ ଲୋକ ପସନ୍ଦ କରିବା ସହିତ ଏହାର ନକଲ କରି ମଜାକ୍ ଉଡ଼ାଇଥାନ୍ତି। ବିଶେଷତଃ ତେଲୁଗୁ ଫିଲ୍ମର ସିନ୍ ଗୁଡ଼ିକ ଅତି ଚର୍ଚ୍ଚିତ ହୋଇଥିବାରୁ ଏହାକୁ ଏଡିଟ୍ କରି ନକଲ କରାଯାଉଛି। ଯାହା ସୋଶାଲ ମିଡିଆରେ ଭାଇରାଲ୍ ହୋଇଥାଏ। ନିକଟରେ ‘ନେଟ୍ଫ୍ଲିକ୍ସ ଇଣ୍ଡୋନେସିଆ’ ତେଲଗୁ ଫିଲ୍ମର ଏକ କ୍ଲିପ୍କୁ ନେଇ ହୋଇଥିବା ନକଲ ଫାଇଟିଂ ସିନ୍ ଖୁବ୍ ଅଜବ ହୋଇଛି। କାରଣ କୌଣସି ମାରଣାସ୍ତ୍ର ନୁହେଁ ବରୀ କଦଳୀରେ ମର୍ଡ଼ର କରାଯାଉଛି।
Senjata dan action scene TNCFU masih kalah brutal, jauh. pic.twitter.com/iZGKkaVyna
— Kampus Film (@kampusfilmID) December 25, 2018
ଏହି ଫିଲ୍ମର ଦୃଶ୍ୟରେ ଜଣେ ପୁଲିସ୍ ଅଫିସର୍ଙ୍କୁ ଦେଖିବାକୁ ମିଳିଛି। ଯିଏ କି ଏକୁଟିଆ ୧୦ରୁ ୧୨ ଜଣ ଲୋକଙ୍କ ସହିତ ଫାଇଟିଙ୍ଗ୍ କରୁଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ପୁଲିସ୍ ଜଣକ ଗୋଟିଏ କଦଳୀରୁ ଚୋପା ଛଡ଼ାଇ ସେହି କଦଳୀ ମାଧ୍ୟମରେ ଗୋଟିକ ପରେ ଜଣକ ପରେ ଜଣେ ଲୋକଙ୍କୁ ମାରିଦେଉଛନ୍ତି। ଏହି ସିନ୍ ଏବେ ଭାଇରାଲ୍ ହେବାରେ ଲାଗିଛି।
don’t mess with #sampuneshbabu pic.twitter.com/svl0ooYs2t
— brugu (@wwwbrugu) December 28, 2018
କେବଳ ଏତିକି ନୁହେଁ, ଅନ୍ୟ ଏକ ତେଲଗୁ ଫିଲ୍ମରେ ରେଲୱେ ଟ୍ରାକ୍ରେ ଜଣେ ଲୋକଙ୍କୁ ହାତ ଥୋଇ ଆତ୍ମହତ୍ୟା କରିବାକୁ ଯାଉଛନ୍ତି। ଠିକ୍ ଏହି ସମୟରେ ଲୋକଟିର ହାତରେ ଟ୍ରେନ୍ ଚଢ଼ିଯାଉଛି। କିନ୍ତୁ ଲୋକଟିର ହାତ କେବଳ ଖଣ୍ଡିଆ ହୋଇଯାଉଛି। ପରେ ସେହି ଖଣ୍ଡିଆ ହାତରେ ସେ ଖାଦ୍ୟ ଖାଉଥିବାର ଅନ୍ୟ ଏକ ଦୃଶ୍ୟ ରହିଛି। ଯାହା ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଛି।
from Odisha Reporter http://bit.ly/2Tg5pmD

No comments:
Post a Comment