
ନୂଆଦିଲ୍ଲୀ: ଇଣ୍ଟରନେଟ୍ ସମସ୍ତଙ୍କ ହାତ ପାଆନ୍ତାରେ ପହଞ୍ଚିବା ଫଳରେ ନକାରାତ୍ମକ ଖବର ସହଜରେ ବ୍ୟାପି ଯାଉଥିବାରୁ ବିଭିନ୍ନ ସମୟରେ ଏହା ସମାଜର କ୍ଷତି ଘଟାଉଛି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସକାରାତ୍ମକ ଖବର ଭାଇରାଲ ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୮ ମସିହାର ଅନ୍ତିମ ମନ୍ କୀ ବାତ୍ ଅବସରରେ ସେ ଏପରି ପ୍ରସଙ୍ଗ ଉଠାଇଛନ୍ତି।
ସେ ଚେନ୍ନାଇର ‘ଲୋକଙ୍କ ଡାକ୍ତର’ ଡକ୍ଟର ଜୟାଚନ୍ଦ୍ରନ୍ଙ୍କ ପରଲୋକ ବିଷୟରେ ଉଲ୍ଲେଖ କରି କହିଥିଲେ ସେ ଗରିବ ଲୋକଙ୍କୁ ଖୁବ୍ କମ୍ ଖର୍ଚ୍ଚରେ ଚିକିତ୍ସା କରିବା କାହାଣୀ thebetterindia.com ନାମକ ଏକ ୱେବ୍ସାଇଟ୍ରୁ ଜାଣିବାକୁ ପାଇଥିଲେ। ନକାରାତ୍ମକ ଖବର ବହୁଳ ଭାବେ ପଚାରପ୍ରସାର ହେଉଥିବାବେଳେ ଏଭଳି ସକାରାତ୍ମକ ଖବରର ଘୋର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
मैंने अभी https://t.co/jwNJuhGvwj का उल्लेख किया था |
जहाँ मुझे डॉ. जयाचंद्रन के बारे में पढ़ने को मिला और जब मौका मिलता है तो मैं जरुर https://t.co/jwNJuhGvwj website पर जाकर के ऐसी प्रेरित चीजों को जानने का प्रयास करता रहता हूँ: PM
— PMO India (@PMOIndia) December 30, 2018
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସେ ଯେତେବେଳେ ମଧ୍ୟ ସୁଯୋଗ ପାଆନ୍ତି thebetterindia.comରୁ ଏଭଳି ସକାରାତ୍ମକ ଖବର ପଢ଼ିଥାଆନ୍ତି। ଏଭଳି thepositiveindia.com ସମାଜକୁ ଅଧିକ ସମ୍ବେଦନଶୀଳ କରିବାରେ ସାହାଯ୍ୟ କରୁଛି। ସେହିପରି yourstory.com ଯୁବ ଉଦ୍ୟୋଗୀ ଏବଂ ସୃଜନକାରୀଙ୍କ ସଫଳତାର କାହାଣୀ ବଖାଣୁଥିବାବେଳେ samskritabharati.in ସାହାଯ୍ୟରେ ସହଜରେ ସଂସ୍କୃତ ଶିଖି ହେଉଛି।
Thank you @PMOIndia for highlighting our efforts! The Better India remains committed to shine a spotlight on inspirational and unsung heroes and those creating a positive impact in society. @MannKiBaat_PMO #MannKiBaat pic.twitter.com/vATf1B93FC
— The Better India (@thebetterindia) December 30, 2018
ସେ ଏସବୁ ଉଲ୍ଲେଖ କରି କହିଛନ୍ତି,“ଆମେ ଗୋଟିଏ କାମ କରିପାରିବା କି ? ଏଭଳି ୱେବ୍ସାଇଟ୍ଗୁଡ଼ିକ ବିଷୟରେ ପରସ୍ପର ମଧ୍ୟରେ ଶେୟାର କରିବା। ସମସ୍ତେ ମିଶି ସକାରାତ୍ମକ ଭାବନାକୁ ଭାଇରାଲ କରିବା। ଏହାଦ୍ୱାରା ସମାଜରେ ପରିବର୍ତ୍ତନ ଆଣୁଥିବା ଆମ ନାୟକମାନଙ୍କ ସମ୍ପର୍କରେ ଅଧିକରୁ ଅଧିକ ଲୋକ ଜାଣିପାରିବେ।”
ସେ ଆହୁରି ମଧ୍ୟ କହିଥିଲେ, ନକାରାତ୍ମକତାର ପ୍ରଚାର ଭାରି ସହଜ। କିନ୍ତୁ ଆମପାଖରେ ଅନେକ ଭଲକାମ ହେଉଛି ଆଉ ଏସବୁ ୧୩୦ କୋଟି ଭାରତୀୟଙ୍କ ସାମୁହିକ ପ୍ରଚେଷ୍ଟା ଦ୍ୱାରା ସମ୍ଭବ ହେଉଛି।
from Odisha Reporter http://bit.ly/2CGdzzq
No comments:
Post a Comment