ହାରିଗଲେ ମିଜୋରାମ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 10, 2018

ହାରିଗଲେ ମିଜୋରାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମିଜୋରାମରେ କଂଗ୍ରେସକୁ ଜବରଦସ୍ତ ଝଟ୍‌କା ଲାଗିଛି। ମୁଖ୍ୟମନ୍ତ୍ରୀ ଲାଲ୍‌ ଥାନ୍‌ୱାଲା ପରାସ୍ତ ହୋଇଛନ୍ତି। ସେ ଚମ୍ଫାଇ ଆସନରୁ ନିର୍ବାଚନ ଲଢ଼ୁଥିଲେ। କିନ୍ତୁ ଏଠାରେ ତାଙ୍କୁ ଏମ୍‌ଏନ୍‌ଏଫ୍‌ର ଟିଜେ ଲାନୁନ୍ତଲୁଆଙ୍ଗ ପରାସ୍ତ କରିଛନ୍ତି।

ଲାଲ୍‌ ଥାନ୍‌ୱାଲା ସର୍‌ଚିପ୍‌ ଆସନରୁ ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି। ଏଠାରେ ବି ସେ ପଛରେ ରହିଛନ୍ତି।
ଅନ୍ୟପକ୍ଷରେ ମିଜୋରାମ୍‌ରେ ପ୍ରଥମଥର ପାଇଁ ଖାତା ଖୋଲିଲା ବିଜେପି। ଟୁଇ ଚୁଆଙ୍ଗ ଆସନରୁ ବିଜେପିକୁ ଏହି ସଫଳତା ମିଳିଛି।

ବର୍ତ୍ତମାନର ଟ୍ରେଣ୍ଡିଂ ଅନୁଯାୟୀ, ମିଜୋରାମରେ ସରକାର ଗଠନ କରିଥିବା କଂଗ୍ରେସ କ୍ଷମତାଚ୍ୟୁତ ହେବାକୁ ଯାଉଛି। ଏଠାରେ ଏମଏନ୍‌ଏଫ୍‌ ୨୯, କଂଗ୍ରେସ ୬ ଓ ଅନ୍ୟାନ୍ୟ ୩ଟି ଆସନରେ ଆଗରେ ରହିଛନ୍ତି। ତେଣୁ ଏଠାରେ ଏମ୍‌ଏନ୍‌ଏଫ୍‌ ସରକାର ଗଢ଼ିବା ସ୍ପଷ୍ଟ ହୋଇଛି। ଏଠାରେ ସରକାର ଗଠନ କରିବାକୁ ମ୍ୟାଜିକ୍‌ ନମ୍ବର ହେଉଛି ୨୧।



from Odisha Reporter https://ift.tt/2QsRQn7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages