ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 10, 2018

ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଇସ୍ତଫା ଦେଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ସୁରଜିତ୍‌ ଭଲ୍ଲା। ଚଳିତ ମାସ ୧ ତାରିଖରୁ ସେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରୁ ଇସ୍ତଫା ଦେଇ ସାରିଥିବା କଥା ମଙ୍ଗଳବାର ଟୁଇଟ୍‌ କରି ଜଣାଇଛନ୍ତି । ସେ ଲେଖିଛନ୍ତି- “ଗତ ୧ ତାରିଖରୁ ମୁଁ EAC-PM ପଦବୀରୁ ସାମୟିକ ଭାବେ ଇସ୍ତଫା ଦେଇଛି।’’ ତେବେ ଦୀର୍ଘ ୧୦ ଦିନ ପରେ ଏ ବାବଦରେ ସାମାଜିକ ଗଣମାଧ୍ୟମରେ ଖୁଲାସା କରିବାର କାରଣ କ‘ଣ ବୋଲି ଏବେ ଚର୍ଚ୍ଚା ଜୋର୍‌ ଧରିଛି।

ସୂଚନାଯୋଗ୍ୟ, EAC-PM(Economic Advisory Council to the Prime Minister)ର ମୁଖ୍ୟ ଭାବେ ନୀତି ଆୟୋଗ ସଦଦ୍ୟ ବିବେକ ଦେବରାୟ କାର୍ଯ୍ୟ କରୁଛନ୍ତି।   ଅର୍ଥନୀତିଜ୍ଞ ରଥିନ ରାୟ, ଅସୀମ ଗୋୟଲ ଏବଂ ଶମିକାନ୍ତ ରବି ହେଉଛନ୍ତି ଅନ୍ୟାନ୍ୟ ସାମୟିକ ସଦସ୍ୟ।

ନୀତି ସଂକ୍ରାନ୍ତରେ ସରକାରଙ୍କ ସହ ଦୀର୍ଘଦିନ ବ୍ୟାପି ଆଲୋଚନା ପର୍ଯ୍ୟାଲୋଚନା ପରେ ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଉର୍ଜିତ୍‌ ପଟେଲ ହଠାତ୍‌ ଇସ୍ତଫା ଦେବା ପରଦିନ ଭଲ୍ଲା ଇସ୍ତଫା ଦେଇଥିବା କଥା କହିଛନ୍ତି।



from Odisha Reporter https://ift.tt/2L80zoL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages