ଚତୁର୍ଥୀ ରାତିରେ ପାଖକୁ ଆସିବାକୁ ସ୍ୱାମୀଙ୍କୁ ମନାକଲେ ସ୍ତ୍ରୀ, କାରଣ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 22, 2018

ଚତୁର୍ଥୀ ରାତିରେ ପାଖକୁ ଆସିବାକୁ ସ୍ୱାମୀଙ୍କୁ ମନାକଲେ ସ୍ତ୍ରୀ, କାରଣ…

ଚତୁର୍ଥୀ ରାତି

ପଞ୍ଚମ ଶ୍ରେଣୀ ଛାତ୍ର: ମ୍ୟାଡାମ‌୍‍ ମହିଳାମାନେ କେମିତି ପିଲା ଜନ୍ମ କରନ୍ତି ସେ ସଂପର୍କରେ ମତେ ଟିକେ ବୁଝାନ୍ତୁ।
ପିଲାଟି ଛୋଟ ଥିବାରୁ ମ୍ୟାଡାମ ତାକୁ ଶ୍ରଦ୍ଧାରେ ବୁଝେଇ କହିଲେ- ସେ ସବୁ ତୁ ବଡ଼ ହେଲେ ଜାଣିବୁ।
ପଞ୍ଚମ ଶ୍ରେଣୀ ଛାତ୍ର: ବଡ଼ ହେଲେ କେମିତି ଜାଣିବି ?
ମ୍ୟାଡମ: ତୁ ବଡ଼ ହେଇଗଲେ ତୋର ବାହାଘର ହେବ। ତା ପରେ ରାତିରେ ଗୋଟେ ପରୀ ଆସିବ ଓ ସେ ତୋ ସ୍ତ୍ରୀ କୋଳରେ ଗୋଟେ ସୁନ୍ଦର ଛୁଆ ଶୁଏଇ ଦେଇକି ଫେରିଯିବ।
ମ୍ୟାଡାମଙ୍କ କଥା ଶୁଣି ପିଲାଟି କହିଲା: ଓହୋ, ତାହେଲେ ଆମ ବେଳକୁ ‘ଚତୁର୍ଥୀ ରାତି’ କନସେପ୍ଟ ଆଉ ନଥିବ ?
(ପିଲାଟିର କଥା ଶୁଣି ମ୍ୟାଡାମ ଅଚେତ।)

ଖରାପ କାମ

ଆଜି ଚତୁର୍ଥୀ ରାତି। ସେଥିପାଇଁ ବିନୋଦ ଖୁବ‌୍‍ ଖୁସି ଥିଲା। ଶେଷରେ ସେଇ ସମୟ ଆସିଲା। ସେ ନିଜ ନବବିବାହିତ ପତ୍ନୀଙ୍କ ପାଖକୁ ଗଲା। କିନ୍ତୁ କ’ଣ ହେଲା କେଜାଣି ପତ୍ନୀ ତାଙ୍କଠାରୁ ଘୁଞ୍ଚି ଗଲେ ଓ ତାଙ୍କ ପାଖକୁ ଆସିବାକୁ ବାରଣ କଲେ।
ପତ୍ନୀ କହିଲେ: ତମେ ମୋ ପାଖକୁ ଆସନି ପ୍ଲିଜ‌୍‍।
ବିନୋଦ: (ଆଶ୍ଚର୍ଯ୍ୟ ହୋଇ) କାହିଁକି ? କିଛି ଅସୁବିଧା ଅଛି କି ?
ପତ୍ନୀ: ମୁଁ ବୋଉକୁ କଥା ଦେଇ ଆସିଛି, ବାହାଘର ପରେ ଏ ସବୁ ଖରାପ କାମ ଛାଡ଼ିଦେବି ବୋଲି।
(ପତ୍ନୀଙ୍କ କଥା ଶୁଣି ବିନୋଦ ଚେତାଶୂନ୍ୟ)

ମମତା

(ବେଳେବେଳେ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ାରୁ ବି ମିଳିଥାଏ ସ୍ନେହଶ୍ରଦ୍ଧାର ଆଭାସ। ଏମିତି ଏକ ଜୋକ‌୍‍ ପଢନ୍ତୁ, ଯାହା ଜୋକ‌୍‍ ପରି ଲାଗୁଥିଲେ ବି ବାସ୍ତବରେ ଏଥିରେ ଭରି ରହିଛି ପରସ୍ପର ପ୍ରତି ପ୍ରୀତିଭାବ।)
ସ୍ତ୍ରୀଙ୍କ ସହ ସ୍ୱାମୀଙ୍କର ଝଗଡ଼ା ହୋଇଗଲା। ଚିଡ଼ିକି ସ୍ୱାମୀ ଘରୁ ବାହାରକୁ ଯିବାକୁ ସଜ ହେଲେ। ଏହା ଦେଖି ପତ୍ନୀ ପଚାରିଲେ…
ପତ୍ନୀ- କୁଆଡ଼େ ବାହାରିଲେ କି ବାବୁ?
ପତି- କୁଆଡ଼େ ଆଉ ଯିବି? ଘର ଛାଡ଼ିକି ଯାଉଛି। ଆଉ ଫେରିବିନି, ସୁଇସାଇଡ‌୍‍ କରିଦେବି।
ପତ୍ନୀ- ହଉ ଯାଉଛ ଯଦି ଯାଆ… ସ୍ୱିଟରଟା ପିନ୍ଧି ଦେଇକି ଯାଆ… ବାହାରେ ବହୁତ ଶୀତ ପଡୁଛି…

ପ୍ରେମର ପ୍ରମାଣ

ରାଜୁ ମମତାକୁ ବହୁତ ଭଲ ପାଏ। ସେ ତାକୁ ବାହା ହେବାକୁ ନିଷ୍ପତ୍ତି ନେଲା ଏବଂ ମମତାଙ୍କ ବାପାଙ୍କୁ ଭେଟିବାକୁ ତାଙ୍କ ଘରକୁ ଗଲା।
ରାଜୁ- ମଉସା ! ମୁଁ ଆପଣଙ୍କ ଝିଅ ମମତାକୁ ବହୁତ ଭଲ ପାଏ। ଏବେ ତାକୁ ବାହା ହେବାକୁ ଚାହୁଁଛି।
ମଉସା- ତମେ ମୋ ଝିଅକୁ କେତେଦିନ ହେଲା ଭଲ ପାଇଲଣି ?
ରାଜୁ- ପାଞ୍ଚ ମାସ ହେଲାଣି…
ମଉସା- ଏହାର କି ପ୍ରମାଣ ଅଛି…
ରାଜୁ- ଆପଣ ମମତାକୁ ପଚାରନ୍ତୁ… ସେ ଏବେ ୫ ମାସର ଗର୍ଭବତୀ… ମୁଁ ଜାଣିଥିଲି ଆପଣ ଟିକେ ଷ୍ଟ୍ରେଟ‌୍‍ ଫର‌୍‍ୱାର୍ଡ ଲୋକ… ସବୁଥିରେ ପ୍ରମାଣ ଖୋଜିବେ…



from Odisha Reporter http://bit.ly/2GykuhS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages