ରାଫେଲ୍ ଡିଲ୍‌କୁ ନେଇ ଥମୁନି ରାଜନୀତି: ଭୁବନେଶ୍ୱରରେ ବର୍ଷିଲେ ଅଭିଷେକ ମନୁ ସଂଘଭି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 22, 2018

ରାଫେଲ୍ ଡିଲ୍‌କୁ ନେଇ ଥମୁନି ରାଜନୀତି: ଭୁବନେଶ୍ୱରରେ ବର୍ଷିଲେ ଅଭିଷେକ ମନୁ ସଂଘଭି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଫେଲ୍ ଡିଲ୍‌କୁ ନେଇ ସୁପ୍ରିମକୋର୍ଟ କ୍ଲିନ୍‌ଚିଟ୍‌ ଦେବା ପରେ ବି ଥମୁନି ରାଜନୀତି। ଆଜି ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସଂଘଭି। ପୁଣିଥରେ ଜେପିସି ତଦନ୍ତ ଦାବି କରି ମୋଦି ସରକାରକୁ ଟାର୍ଗେଟ କରିଥିବା ବେଳେ ବିଜେପି ଏହାର ଜବାବ ରଖିଛି। ରାଫେଲ୍ ଡିଲ୍‌କୁ ନେଇ ସୁପ୍ରିମକୋର୍ଟରେ ଦିଆଯାଇଥିବା ତଥ୍ୟ ଅସମ୍ପୂର୍ଣ୍ଣ ବୋଲି କଂଗ୍ରେସ ଅଭିଯୋଗ ଆଣିଛି।

ରାଫେଲ୍ ଯୁଦ୍ଧ ବିମାନ ମହଙ୍ଗାରେ କିଣା ହେଲା କାହିଁକି ? ହାଲ୍‌କୁ ଡିଲରୁ କାହିଁକି ଅଲଗା କରାଗଲା ? ଆଜି ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି କିଛି ପ୍ରଶ୍ନବାଣରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂଘଭି। ଏପରିକି ସବୋର୍ଚ୍ଚ ନ୍ୟାୟାଳୟକୁ କେନ୍ଦ୍ର ସରକାର ଅନ୍ଧାରରେ ରଖିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । HALକୁ  ଅଣଦେଖା କରି କିପରି ମାତ୍ର ୧୨ ଦିନ ତଳର କମ୍ପାନୀକୁ ଅଫସେଟ ପାର୍ଟନର୍ କରାଗଲା ବୋଲି ଅଭିଷେକ ପ୍ରଶ୍ନ କରିଛନ୍ତି । ତେଣୁ ଯୁଗ୍ମ ସଂସଦୀୟ କମିଟି ବା JPC  ତଦନ୍ତ ଦାବିକୁ ପୁଣି ଦୋହରାଇଛନ୍ତି।

ତେବେ କଂଗ୍ରେସ ସୁପ୍ରିମକୋର୍ଟକୁ ବିଶ୍ୱାସ କରନ୍ତି ନାହିଁ ବୋଲି ତାଙ୍କ କଥାରୁ ପ୍ରତିପାଦିତ ହେଉଥିବା ବିଜେପି କହିଛି। କଂଗ୍ରେସର ଅଭିଯୋଗ ମିଛ ପ୍ରମାଣିତ ହେଲା ପରେ ମଧ୍ୟ କାହିଁକି ଭୁଲ ମାଗୁ ନାହାନ୍ତି ବୋଲି ବିଜେପି ଉପସଭାପତି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି।

ଅପରପକ୍ଷରେ HAL ଅଧ୍ୟକ୍ଷ କହିଛନ୍ତି ଯେ ୩୬ଟି ବିମାନ କିଣାଯାଇଥିବା ଡିଲରେ HAL ନିର୍ମାଣ କରିବା ନେଇ କୌଣସି ବୁଝାମଣା ନଥିଲା। ତେଣୁ HAL ଏହି ଡିଲରେ ନଥିବା ସେ ସଫେଇ ଦେଇଛନ୍ତି । ଗତ ୧୪ ତାରିଖରେ ରାଫେଲ ଡିଲ ନେଇ ତଦନ୍ତର ଆବଶ୍ୟକ ନାହିଁ ଏବଂ ଏଥିରେ କୌଣସି ବ୍ୟବସାୟିକ ଅନୁଗ୍ରହ ପ୍ରଦାନ କରାଯାଇ ନ ଥିବା ସୁପିମକୋର୍ଟ ରାୟ ଦେଇଥିଲେ।



from Odisha Reporter http://bit.ly/2CvBd1r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages