ପିସିସି ଇସ୍ତାହାର କମିଟି: କାହିଁକି ବାଦ୍ ପଡ଼ିଲେ ଶ୍ରୀକାନ୍ତ ଓ ଶରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 6, 2018

ପିସିସି ଇସ୍ତାହାର କମିଟି: କାହିଁକି ବାଦ୍ ପଡ଼ିଲେ ଶ୍ରୀକାନ୍ତ ଓ ଶରତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ସାଢ଼େ ୭ମାସ ଧରି ପିସିସି ଇସ୍ତାହାର କମିଟିର ଅଧ୍ୟକ୍ଷ ଥିବା ଶ୍ରୀକାନ୍ତ ଜେନା ଓ ଆବାହକ ଶରତ ରାଉତଙ୍କୁ ଅଚାନକ ହଟାଇ ଦିଆଯାଇ ଗଣେଶ୍ବର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପୂର୍ଣ୍ଣାଙ୍ଗ ଇସ୍ତାହାର କମିଟି ଗଠନ ହୋଇଛି। ଚଳିତମାସରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଏଆଇସିସି ପକ୍ଷରୁ ଏଭଳି ପରିବର୍ତ୍ତନକୁ ନେଇ ରାଜ୍ୟ କଂଗ୍ରେସରେ ହଟଚମଟ ସୃଷ୍ଟି ହୋଇଛି । ତେବେ ନିର୍ବାଚନର ମାତ୍ର ୪ମାସ ପୂର୍ବରୁ ଇସ୍ତାହାର କମିଟିର ପୁନର୍ଗଠନ କରି ଶ୍ରୀକାନ୍ତ ଓ ଶରତଙ୍କୁ ବାଦ୍ ଦେବା ପଛରେ କ’ଣ କାରଣ ରହିଛି ତାକୁ ନେଇ କଂଗ୍ରେସରେ ବିଭିନ୍ନ ଚର୍ଚ୍ଚା ଜୋର ଧରିଛି।

ରାଜ୍ୟ କଂଗ୍ରେସ ସୂତ୍ରରୁ ମିଳିଥିବା ଅନୁସାରେ ଓଡ଼ିଶାରେ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ତଥା ବିଧାୟକ ଦଳ ମଧ୍ୟରେ ଏକଜୁଟତା ରଖିବା ଉଦ୍ଦେଶ୍ୟରେ ଏଆଇସିସି ଏପରି ପଦକ୍ଷେପ ନେଇଛି। ଇସ୍ତାହାର କମିଟିର ଅଧ୍ୟକ୍ଷ ହେବାପରେ ଶ୍ରୀକାନ୍ତ ଏଆଇସିସିକୁ ଲେଖିଥିବା ଚିଠିରେ ଦଳ କ୍ଷମତାକୁ ଆସିଲେ ନିରଞ୍ଜନଙ୍କ ମୁଖ୍ୟମନ୍ତ୍ରୀ ହେବାର ଆଶା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଥିବାବେଳେ ଏବେ ବିଧାୟକ ପଦରୁ କୃଷ୍ଣଚନ୍ଦ୍ର ଶଗରିଆଙ୍କ ଇସ୍ତଫା ଘଟଣାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଟାର୍ଗେଟ୍ କରିବାକୁ ପଛାଇ ନଥିଲେ। ସଂଗଠନକୁ ଅସ୍ଥିର କରିବା ପାଇଁ ଶ୍ରୀକାନ୍ତ ବିଭିନ୍ନ ସମୟରେ ଦେଉଥିବା ବୟାନବାଜି ବିରୁଦ୍ଧରେ ପିସିସି ନେତୃତ୍ୱ ଏଆଇସିସିର ହସ୍ତକ୍ଷେପ ଲୋଡ଼ିଥିଲେ। ଯାହାର ଫଳସ୍ୱରୂପ ଶ୍ରୀକାନ୍ତଙ୍କୁ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବିଦା ହେବାକୁ ପଡ଼ିଛି।

ଶ୍ରୀକାନ୍ତ ଇସ୍ତାହାର କମିଟିର ଅଧ୍ୟକ୍ଷ ହୋଇଥିଲେ ମଧ୍ୟ ପିସିସି ଓ ଏଆଇସିସି ନେତୃତ୍ୱଙ୍କ ଗ୍ରୀନ୍ ସିଗନାଲ ମିଳୁନଥିବାରୁ ସେ ଏଥିରେ ଅନ୍ୟ ସଦସ୍ୟମାନଙ୍କୁ ସାମିଲ ମଧ୍ୟ କରିପାରିନଥିଲେ। ତେବେ ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ଶ୍ରୀକାନ୍ତ କାହାରି ସହ ବିଚାରବିମର୍ଶ ନକରି ଏଆଇସିସିକୁ ଚିଠି ଲେଖି ‘୨୦୧୯ ଓଡ଼ିଶା ନିର୍ବାଚନ ପାଇଁ କଂଗ୍ରେସ ଇସ୍ତାହାର’ରେ କେତେକ ପ୍ରସଙ୍ଗ ଉଠାଇଥିଲେ।

ପ୍ରଥମଥତଃ ଖଣି ଦୁର୍ନୀତିରେ ସମ୍ପୃକ୍ତ ଥିବା କମ୍ପାନୀଗୁଡ଼ିକର ସମ୍ପତ୍ତିକୁ ବ୍ୟାଜ୍ୟାପ୍ତ କରି ତାକୁ ରାଜ୍ୟ ରାଜକୋଷକୁ ଆଣି ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ପାଇଁ ଖର୍ଚ୍ଚ କରାଯିବ। ଶ୍ରୀକାନ୍ତ ଏହି ଚିଠି ମାଧ୍ୟମରେ ସିଧାସଳଖ ନିରଞ୍ଜନଙ୍କ ପରିବାରର ଖଣି କାରବାର ଉପରକୁ ଅଙ୍ଗୁଳି ଉଠାଇଥିଲେ। ସେହିପରି କଂଗ୍ରେସ କ୍ଷମତାକୁ ଆସିଲେ ଓବିସି ବର୍ଗର ନେତାଙ୍କୁ ମୁଖ୍ୟମନ୍ତ୍ରୀ ଓ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ୨ଜଣ ଉପମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରସ୍ତାବ ଦେଇଥିଲେ।

ଶ୍ରୀକାନ୍ତ ଏଭଳି ଚିଠି ଲେଖି ନିରଞ୍ଜନଙ୍କ ବାଟରେ କଣ୍ଟା ହୋଇଥିଲେ। ସେବେଠୁ ନିରଞ୍ଜନଙ୍କ ସହ ଶ୍ରୀକାନ୍ତଙ୍କ ଶୀତଳ ଯୁଦ୍ଧ ଲାଗି ରହିଥିବାବେଳେ କୃଷ୍ଣ ଶଗରିଆଙ୍କ ବିଧାୟକ ପଦରୁ ଇସ୍ତଫା ପଛରେ ଶ୍ରୀକାନ୍ତଙ୍କ ଭୂମିକା ଥିବା ଦଳର ନେତାମାନେ ଅଭିଯୋଗ କରିଥିଲେ। ଶଗରିଆ ସିଧାସଳଖ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଟାର୍ଗେଟ୍ କରିବା ପଛରେ ଶ୍ରୀକାନ୍ତଙ୍କ ଭୂମିକା ଥିବା ଚର୍ଚ୍ଚା ହୋଇଥିଲା। ବିଧାୟକମାନଙ୍କ ନେତୃତ୍ୱ ନେଉଥିବା ନରସିଂହ ମଧ୍ୟ ଶ୍ରୀକାନ୍ତଙ୍କ ଉପରେ ଖପ୍ପା ହୋଇଥିଲେ।ତେଣୁ ନିର୍ବାଚନ ପୂର୍ବରୁ ଶ୍ରୀକାନ୍ତଙ୍କୁ ଇସ୍ତାହାର କମିଟିରୁ ନହଟାଇଲେ ଦଳ ପାଇଁ ଇସ୍ତାହାର ପ୍ରସ୍ତୁତ କରିବା ସମ୍ଭବପର ହେବନି ବୋଲି ଏଆଇସିସିକୁ ଜଣାଇ ଦିଆଯାଇଥିଲା। ତେଣୁ ସବୁଦିଗକୁ ବିଚାରକୁ ନେଇ ନିରଞ୍ଜନଙ୍କ ଚାପରେ ଏଆଇସିସି ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଏବେ ଇସ୍ତାହାର କମିଟିରେ ସାମିଲ ହୋଇଥିବା ନେତାମାନଙ୍କ ମଧ୍ୟରେ ଅଧିକାଂଶ ନିରଞ୍ଜନ ଓ ନରସିଂହଙ୍କ ସମର୍ଥକ ଭାବେ ଜଣାଶୁଣା।

ସେହିପରି ଶରତ ରାଉତ ଏବେ ଏଆଇସିସି ସମ୍ପାଦକ ଭାବେ ପଶ୍ଚିମବଙ୍ଗ ପ୍ରଭାରୀ ଦାୟିତ୍ୱରେ ଥିବାରୁ ତାଙ୍କୁ ଇସ୍ତାହାର କମିଟିର ଆବାହକ ପଦରୁ ବାଦ୍ ଦିଆଯାଇ ନିରଞ୍ଜନଙ୍କ ଅନୁଗତ ଭାବେ ଜଣାଶୁଣା ବିସ୍ମୟ ମହାପାତ୍ରଙ୍କୁ ଦାୟିତ୍ୱ ମିଳିଛି।



from Odisha Reporter https://ift.tt/2RygNde

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages