୮୨ ବର୍ଷ ତଳର ରେକର୍ଡ ଭାଙ୍ଗିଲେ ଏହି ପାକ୍‌ ବୋଲର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 6, 2018

୮୨ ବର୍ଷ ତଳର ରେକର୍ଡ ଭାଙ୍ଗିଲେ ଏହି ପାକ୍‌ ବୋଲର୍‌

ଦୁବାଇ: ପାକିସ୍ତାନର ରିଷ୍ଟ ସ୍ପିନର ୟାସିର ଶାହ ଗୁରୁବାର କ୍ରିକେଟ୍‌ ଜଗତରେ ଇତିହାସ ସୃଷ୍ଟି କରିଛନ୍ତି। ୟାସିର ବିଶ୍ୱର ପ୍ରଥମ ଖେଳାଳି ଭାବେ ଟେଷ୍ଟ୍‌ କ୍ରିକେଟର ସବୁଠାରୁ କମ ମ୍ୟାଚ୍‌ରେ ୨୦୦ଟି ୱିକେଟ୍‌ ଦଖଲ କରିବାର ରେକର୍ଡ କରିଛନ୍ତି। ଏଭଳି ୨୦୦ ୱିକେଟ୍‌ ନେଇ ସେ ୮୨ ବର୍ଷ ତଳର ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

ବର୍ତ୍ତମାନ ଅବୁଧାବିରେ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟେଷ୍ଟ୍‌ ମ୍ୟାଚ୍‌ ଚାଲିଛି। ଏହି ମ୍ୟାଚ୍‌ର ୪ର୍ଥ ଦିନରେ ୟାସିର ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହି ମ୍ୟାଚ୍‌ରେ ୟାସିର ନ୍ୟୁଜିଲ୍ୟାଣ୍ଡର ୱିଲ ସୋମେରଭିଲ୍ଲେଙ୍କୁ ଏଲ୍‌ବିଡବ୍ଲ୍ୟୁ କରି ନିଜର ୨୦୦ତମ ୱିକେଟ୍‌ ହାସଲ କରିଥିଲେ। ଏହା ୟାସିରଙ୍କ ୩୩ତମ ମ୍ୟାଚ୍‌ ଥିଲା।

୧୯୩୬ ମସିହାରେ ଅଷ୍ଟ୍ରେଲିଆର ଲେଗ୍‌ ସ୍ପିନର କ୍ଲାଏରିଏ ଗ୍ରିମେଟ୍ଟ ୩୬ଟି ଟେଷ୍ଟ୍‌ ମ୍ୟାଚ୍‌ରେ ୨୦୦ଟି ୱିକେଟ୍‌ ନେଇ ରେକର୍ଡ ସୃଷ୍ଟି କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ। ଆଜି ଯାଏ କେହି ବି ତାଙ୍କଠାରୁ କମ୍‌ ଟେଷ୍ଟ ମ୍ୟାଚ୍‌ରେ ୨୦୦ଟି ୱିକେଟ୍‌ ଦଖଲ କରିପାରି ନଥିଲେ। କିନ୍ତୁ ୟାସିର ଏହାକୁ ଆଜି ଭାଙ୍ଗି ଦେଇଛନ୍ତି।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ୟାସିର ୨୨ଟି ୱିକେଟ୍‌ ନେଇଥିଲେ। ଏବେ ତାଙ୍କ ୱିକେଟ୍‌ ସଂଖ୍ୟା ୨୭ରେ ପହଞ୍ଚିଛି। ଅର୍ଥାତ ଏହି ଟେଷ୍ଟ୍‌ରେ ସେ ୫ଟି ୱିକେଟ୍‌ ନେଇଛନ୍ତି।

ଏହାପୂର୍ବରୁ ୟାସିର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‌ର ଗୋଟିଏ ଦିନରେ ୧୦ଟି ୱିକେଟ୍‌ ନେଇ ଭାରତର କିମ୍ବଦନ୍ତୀ ବୋଲର ଅନୀଲ କୁମ୍ବଲେଙ୍କ ରେକର୍ଡ ସମକକ୍ଷ ହୋଇଥିଲେ।



from Odisha Reporter https://ift.tt/2Qwo0gH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages