ଆୟେଶାଙ୍କ ସୌନ୍ଦର୍ଯ୍ୟ ଲୁଟି ନେଲା ସର୍ଜରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 23, 2018

ଆୟେଶାଙ୍କ ସୌନ୍ଦର୍ଯ୍ୟ ଲୁଟି ନେଲା ସର୍ଜରୀ

ମୁମ୍ୱାଇ:ସଲମାନ୍‌ ଖାନ୍‌ଙ୍କ ୱାଣ୍ଟେଡ୍‌ ଗାର୍ଲ ଆୟେଶା ଟକିଆ ନିଜର କ୍ୟୁଟ୍‌ ଲୁକ୍‌ରେ ଦିନେ ସମସ୍ତଙ୍କୁ ଆକର୍ଷଣ କରିଥିଲେ। କେବଳ ବଲିଉଡ୍‌ ନୁହେଁ, ସାଉଥ୍‌ରେ ମଧ୍ୟ ତାଙ୍କର ଅନେକ ଫ୍ୟାନ୍‌ ରହିଛନ୍ତି। କିନ୍ତୁ ବିବାହ ପରେ ଆୟେଶା ଅଭିନୟରୁ ସନ୍ନ୍ୟାସ ନେଇ ସାରିଛନ୍ତି। ସେବେଠାରୁ ତାଙ୍କ ପ୍ରଶଂସକ ତାଙ୍କୁ ପରଦାରେ ଦେଖିବାକୁ ପାଉନାହାନ୍ତି।

ନିକଟରେ ଆୟେଶାଙ୍କ ମେକ୍‌ଓଭର୍ ସୋଶାଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହିଥିଲା। କେବେ କ୍ୟାମେରା ସାମ୍ନାକୁ ଆସୁ ନ ଥିବା ଆୟେଶାଙ୍କୁ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସ୍‌ଙ୍କ ବାହାଘର ରିସେପସନ୍‌ରେ ଦେଖିବାକୁ ମିଳିଥିଲା। ଆୟେଶା ସେଠାରେ ପହଞ୍ଚିବା ପରେ ସମସ୍ତ କ୍ୟାମେରା ଆୟେଶାଙ୍କ ଉପରେ ପଡ଼ିଥିଲା। ଯାହାର ଭିଡିଓ  ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
୨୦ ତାରିଖ ଦିନ ମୁମ୍ୱାଇରେ ପ୍ରିୟଙ୍କା-ନିକ୍‌ ରିସେପସନ୍‌ ପାର୍ଟି ରଖିଥିଲେ। ଯେଉଁଥିରେ ଅନ୍ୟ  ସେଲିବ୍ରିଟିଙ୍କ ସହିତ ଆୟେଶା ଟକିଆ ମଧ୍ୟ ତାଙ୍କ ସ୍ୱାମୀ ଫର୍‌ହାନ୍ ଆଜମୀ ସହିତ ଆସି ପହଞ୍ଚିଥିଲେ। ଏହି ପାର୍ଟିରେ ଆୟେଶା କ୍ରୀମ୍‌ କଲର୍‌ର ଏକ ଡ୍ରେସ୍‌ ପିନ୍ଧିଥିଲେ।
ଆୟେଶା ୨୦୦୯ରେ ମହାରାଷ୍ଟ୍ରର ସମାଜବାଦୀ ପାର୍ଟିର ନେତା ଅବୁ ଆଜମୀଙ୍କ ପୁଅ ଫରହାନ୍‌ ଆଜମୀଙ୍କୁ ବିବାହ କରିଥିଲେ।
ବିବାହ ପରେ ୨୦୧୩ରେ ଆୟେଶା ଗୋଟିଏ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ।

୨୦୦୪ରେ ଆୟେଶା ଟାର୍ଜନ୍‌: ‘ଦ ୱଣ୍ଡର୍‌ କାର୍‌’ ଫିଲ୍ମରୁ ବଲିଉଡ୍‌ରେ ନିଜ କ୍ୟାରିୟର୍‌ ଶୁଭାରମ୍ଭ କରିଥିଲେ। ଏହାପରେ ସେ ଡୋର୍‌, ସଲାମ-ଏ-ଇସ୍କ ଓ ୱାଣ୍ଟେଡ୍ ପରି ହିଟ୍‌ ଫିଲ୍ମରେ କାମ କରିଥିଲେ। ବିବାହ ପରେ ଶୁଣିବାକୁ ମିଳିଥିଲା ଯେ, ଆୟେଶା ନିଜ ମୁହଁ ଓ ଓଠର କସ୍‌ମେଟିକ୍ ସର୍ଜରୀ କରାଇଛନ୍ତି। କିନ୍ତୁ ଏହି ସର୍ଜରୀ ଆୟେଶାଙ୍କ ମୁହଁକୁ ସୁଟ୍‌ କରି ନ ଥିଲା। ଯାହା ଯୋଗୁ ସେ ପୂର୍ବପେକ୍ଷା ଅସୁନ୍ଦର ଦେଖାଗଲେ। ଏହାକୁ ନେଇ ଆୟେଶା ସୋଶାଲ ମିଡିଆରେ ଟ୍ରୋଲ୍‌ ମଧ୍ୟ ହୋଇଥିଲେ।


ଖବର ଅନୁସାରେ, ଏଥିପାଇଁ ବଲିଉଡ୍‌ଠାରୁ ଆୟେଶା ଦୂରେଇ ଯାଇଛନ୍ତି। କିନ୍ତୁ ବିବାହ ଓ ଫିଲ୍ମ କ୍ୟାରିୟର୍ ବିଷୟରେ ଆୟେଶା ମୁହଁ ଖୋଲି ଥିଲେ, ‘କହିଥିଲେ ଯେବେ ମୁଁ ୪ ବର୍ଷର ଥିଲି, ସେବେଠାରୁ କ୍ୟାମେରାକୁ  ସାମ୍ନା କରୁଛି। ମୁଁ କମ୍ ବୟସରୁ ଅଭିନୟ କରିବା ଆରମ୍ଭ କରିଥିଲି। ସେହି ସମୟରେ ଗୋଟିଏ ସାଧାରଣ ଝିଅ ଭାବରେ ଜୀବନକୁ ମୁଁ ଦେଖି ନ ଥିଲି। ଏଥିପାଇଁ ‘ୱାଣ୍ଟେଡ୍‌’ ପରେ ମୁଁ ଫିଲ୍ମ ଦୁନିଆରୁ ବାହାରିବା ପାଇଁ ନିଷ୍ପତି ନେଇଥିଲି। ବର୍ତ୍ତମାନ ସମୟ ଆସିଛି ମୁଁ ନିଜକୁ ବୁଝି ସମୟ ଦେବି।’
ଅନ୍ୟପଟେ ଦୀର୍ଘ ଦିନ ପରେ ଆୟେଶାଙ୍କୁ  ପ୍ରିୟଙ୍କା-ନିକ୍‌ଙ୍କ ରିସେପସନ୍ ପାର୍ଟିରେ ଦେଖି ତାଙ୍କ ପ୍ରଶଂସକମାନେ ବେଶ୍‌ ଉତ୍ସାହିତ ଥିବା ଜଣାପଡ଼ିଛି।



from Odisha Reporter http://bit.ly/2CvnR58

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages