
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆଗକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ନୂଆ ସିନେମା ‘ଚାଲ୍ ଟିକେ ଦୁଷ୍ଟ ହେବା’। ଏହି ଫିଲ୍ମର ପ୍ରମୁଖ ଭୂମିକାରେ ଦର୍ଶକ ୩ଜଣ ନୂଆ ଚେହେରାଙ୍କୁ ଦେଖିବାକୁ ପାଇବେ। ଅଭିନେତା ଇଶାନ୍ଙ୍କ ସହ ଅଭିନେତ୍ରୀ ମହିମା ଓ ଶାୟଲ୍ ଏହି ଫିଲ୍ମ ଜରିଆରେ ଓଲିଉଡ୍ରେ ଡେବ୍ୟୁ କରିବେ।
ଫିଲ୍ମର ଲିଡ୍ ରୋଲ୍ରେ ଥିବା ଏହି ଦୁଇ ନବାଗତା ନାୟିକା ପରଦା ଉପରେ ପରସ୍ପର ସହ ଝଗଡ଼ା କରୁଥିବାର ଦେଖିବାକୁ ମିଳିବ। ତେବେ ଏମାନେ ବାସ୍ତବ ଜୀବନରେ ପରସ୍ପରର ଭଲ ବାନ୍ଧବୀ।
କୋରିଓଗ୍ରାଫର୍ ଗିରୀଶଙ୍କ ଡ୍ୟାନ୍ସ ଗ୍ରୁପ୍ରେ ଅଭିନେତ୍ରୀ ମହିମା ଓ ଶାୟଲ୍ କୋ-ଡ୍ୟାନ୍ସର୍ ଭାବେ କାମ କରୁଛନ୍ତି। ଏମାନେ ବିଭିନ୍ନ ଅନ୍ତର୍ଜାତୀୟ ଡ୍ୟାନ୍ସ୍ ପ୍ରତିଯୋଗିତାରେ ଏକାଠି ଡ୍ୟାନ୍ସ କରିଛନ୍ତି। ନିକଟରେ ଇଣ୍ଡିଆ ଗଟ୍ ଟ୍ୟାଲେଣ୍ଟ୍ରେ ଏମାନଙ୍କ ଯୋଡ଼ି କ୍ୱାର୍ଟର୍ ଫାଇନାଲ୍ରେ ପହଞ୍ଚିଛି।
ଉଭୟ ଅଭିନେତ୍ରୀ ନିଜ କ୍ୟାରିଅର୍ର ପ୍ରଥମ ଫିଲ୍ମକୁ ନେଇ ଖୁବ୍ ଆଶାବାଦୀ ଅଛନ୍ତି। ଉଭୟଙ୍କ ଗୁରୁ କୋରିଓଗ୍ରାଫର୍ ଗିରୀଶ୍ ଏହି ଫିଲ୍ମର କୋରିଓଗ୍ରାଫି ମଧ୍ୟ କରୁଛନ୍ତି। ଏହା ସଗ ତରଙ୍ଗ ସିନେ ପ୍ରଡକ୍ସନ୍ସ ପରି ଏକ ବଡ଼ ବ୍ୟାନନରେ ଡେବ୍ୟୁ କରିବାର ସୁଯୋଗ ମିଳିଥିବାରୁ ଉଭୟ ବେଶ୍ ଖୁସି।
ସୂଚନା ଅନୁଯାୟୀ, ଫିଲ୍ମଟି ନୂଆବର୍ଷରେ ରିଲିଜ୍ ହେବାକୁ ଯାଉଛି। ତାପସ ସରଘରିଆ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।
from Odisha Reporter http://bit.ly/2RdDUwC
No comments:
Post a Comment