
ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଭେଟେରାନ୍ ଅଭିନେତା କାଦର ଖାନ୍ ଆଉ ନାହାନ୍ତି। ୮୧ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ସେ। ଦୀର୍ଘ ଦିନର ଅସୁସ୍ଥତ ପରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି। କାନାଡ଼ାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ପରଲୋକ ହୋଇଥିବା ନେଇ ସୂଚନା ଦେଇଛନ୍ତି ପୁଅ ସର୍ଫରାଜ।
“ବାପା ଆଉ ନାହାନ୍ତି। ଡିସେମ୍ବର ୩୧ ସନ୍ଧ୍ୟା ୬ଟା(କାନାଡି୍ରାନ୍ ସମୟାନୁଯାୟୀ) ସେ ଆମକୁ ଛାଡି ସବୁ ଦିନ ପାଇଁ ଚାଲିଯାଇଛନ୍ତି। ଦୀର୍ଘ ୧୭ ସପ୍ତାହ ଧରି ଏହି ଡାକ୍ତରଖାନାରେ ରୋଗସହ ଲଢେଇ କରିବା ପରେ ସେ ହାରି ଯାଇଛନ୍ତି।”- କହିଛନ୍ତି ସର୍ଫରାଜ
ତାଙ୍କ ସୂଚନା ମୁତାବକ କାନାଡ଼ାରେ ହିଁ କାଦରଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ବର୍ତ୍ତମାନ ଏଠାରେ କାଦରଙ୍କ ସପରିବାର ଉପସ୍ଥିତ ଅଛନ୍ତି।
from Odisha Reporter http://bit.ly/2F1re6a
No comments:
Post a Comment