୨୦୧୯ ବିରାଟ କୋହଲିଙ୍କ ପାଇଁ ଅଗ୍ନିପରୀକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

୨୦୧୯ ବିରାଟ କୋହଲିଙ୍କ ପାଇଁ ଅଗ୍ନିପରୀକ୍ଷା

kohali

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ୨୦୧୮ ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କ ପାଇଁ ବେଶ ଭଲରେ କଟିଲା। ଏବେ ୨୦୧୯ର ନୂଆ ଚ୍ୟାଲେଞ୍ଜ ତାଙ୍କୁ ଅପେକ୍ଷା କରିଛି। ବର୍ତ୍ତମାନ ସମୟରେ କେବଳ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ ନୁହେଁ ଅଧିନାୟକ ଭାବେ ମଧ୍ୟ ତାଙ୍କୁ ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ।

୨୦୧୯ରେ କୋହଲିଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ରହିବ ଇଂଲଣ୍ଡରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌। ଏହି ବିଶ୍ୱକପ୍‌ କୋହଲିଙ୍କ ଅଧିନାୟକତ୍ୱର ଦଶା ଓ ଦିଶା ନିର୍ଦ୍ଧାରଣ କରିବ। କପିଲ ଦେବ ଓ ମହେନ୍ଦ୍ର ସିଂହ ଧୋନୀଙ୍କ ବିଶ୍ୱ ବିଜୟୀ କ୍ଲବରେ ସାମିଲ ହେବାକୁ ଏହା କୋହଲିଙ୍କ ପାଇଁ ଏକ ସୁଯୋଗ।

୧୯୮୩ରେ କପିଲ ଦେବ ଭାରତକୁ ପ୍ରଥମ ବିଶ୍ୱକପ୍‌ ଜିତାଇଥିଲେ। ଏହାର ୨୮ ବର୍ଷ ପରେ ଧୋନୀ ୨୦୧୧ରେ ଦ୍ୱିତୀୟ ଥର ଭାରତକୁ ବିଶ୍ୱ ବିଜେତା କରାଇଥିଲେ। ଏବେ ୮ ବର୍ଷ ପରେ କୋହଲିଙ୍କ ପାଖରେ ଭାରତକୁ ତୃତୀୟ ଥର ବିଶ୍ୱ ବିଜୟୀ କରାଇବାର ଚ୍ୟାଲେଞ୍ଜ ରହିବ।

ସୂଚନାଯୋଗ୍ୟ, ଇଂଲଣ୍ଡରେ ବିଶ୍ୱକପ୍‌ ହେବା କୋହଲିଙ୍କ ପାଇଁ ଭଲ ଖବର। କାରଣ, ୨୦୧୭ରେ ଏଠାରେ ହୋଇଥିବା ଚାମ୍ପିୟନ୍ସ ଟ୍ରଫିରେ କୋହଲିଙ୍କ ନେତୃତ୍ୱରେ ଭାରତ ଫାଇନାଲ୍‌ ପର୍ଯ୍ୟନ୍ତ ଯାଇଥିଲା। ହେଲେ ଫାଇନାଲ୍‌ରେ ପରାସ୍ତ ହୋଇ ଭାରତ ଉପ ବିଜେତାରେ ସନ୍ତୁଷ୍ଟ ହୋଇଥିଲା। ତେଣୁ ଏଥି ଭାରତ ଟ୍ରଫି ସହ ସ୍ୱଦେଶ ଫେରିବାକୁ ସମସ୍ତେ ଚାହିଁ ବସିବା ସ୍ଵାଭାବିକ।



from Odisha Reporter http://bit.ly/2F0J7l2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages