ଭାଇରାଲ୍‌ ହେଉଛି ଆଲିଆଙ୍କ ନାଇଟ୍ ସୁଟ୍, ଦାମ୍‌ ଜାଣିଲେ ହୋସ୍‌ ଉଡ଼ିଯିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ଭାଇରାଲ୍‌ ହେଉଛି ଆଲିଆଙ୍କ ନାଇଟ୍ ସୁଟ୍, ଦାମ୍‌ ଜାଣିଲେ ହୋସ୍‌ ଉଡ଼ିଯିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜ ଷ୍ଟାଇଲିଶ୍‌ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତାଙ୍କ ଫ୍ୟାଶନ୍‌ ସେନ୍‌ସ୍‌କୁ ଫ୍ୟାନ୍‌ସ୍‌ ବେଶ୍ ପସନ୍ଦ କରନ୍ତି । ନିକଟରେ ତାଙ୍କର ଏକ ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଏହି ଫଟୋରେ ଆଲିଆଙ୍କୁ ଏୟାର୍‌ପୋର୍ଟରେ ଠାବ କରାଯାଇଛି।

ଏୟାର୍‌ପୋର୍ଟରେ ନିଆରା ଲୁକ୍‌ରେ ଥିବା ଆଲିଆ ଏକ ଫ୍ଲୋରାଲ୍‌ ପ୍ରିଣ୍ଟ ନାଇଟ୍ ସୁଟ୍ ପିନ୍ଧିଥିଲେ। ଏହାସହ ନ୍ୟୁଡ୍ କଲର୍ ହିଲ୍ସ୍ ଓ ବ୍ୟାଗ୍‌ ମଧ୍ୟ ଧରିଥିଲେ। ଫଟୋରେ ଆଲିଆ ଖୁବ୍‌ ସିମ୍ପଲ୍‌ ଓ ସୁନ୍ଦର ବି ଲାଗୁଛନ୍ତି।

ସୂଚନା ଅନୁଯାୟୀ, ଆଲିଆଙ୍କର ପିନ୍ଧିଥିବା ଏହି ନାଇଟ୍‌ ସୁଟ୍‌ଟି Gucci ବ୍ରାଣ୍ଡର। ଏହାର ଦାମ୍‌ ୨ ଲକ୍ଷ ଟଙ୍କା। ସେହିଭଳି ଆଲିଆ ଧରିଥିବା ବ୍ୟାଗ୍‌ର ମୂଲ୍ୟ ୧ ଲକ୍ଷ ଟଙ୍କା। ଆଲିଆଙ୍କ ଏହି ୨ ଲକ୍ଷ ଟଙ୍କିଆ ନାଇଟ୍‌ ସୁଟ୍‌ ଶୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ କିଛି ଲୋକ ଏହାକୁ ପସନ୍ଦ କରୁଥିବାବେଳେ ଆଉ କିଛି ଏହାକୁ ଟ୍ରଲ୍‌ ବି କରିଛନ୍ତି।

ଆଲିଆ ଏବେ ନିଜ ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ରଣବୀର କପୁର୍‌ ବି ଲିଡ୍‌ ରୋଲ୍‌ରେ ଅଛନ୍ତି। ଏଥିରେ ପ୍ରଥମ ଥର ପାଇଁ ଆଲିଆ ଓ ରଣବୀର୍‌ଙ୍କ ଯୋଡ଼ିକୁ ଦେଖିବାକୁ ମିଳିବ। ଆଜିକାଲି ରଣବୀର କପୁରଙ୍କ ସହ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଆଲିଆ ଚର୍ଚ୍ଚାରେ ମଧ୍ୟ ଅଛନ୍ତି।



from Odisha Reporter http://bit.ly/2AprnfS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages