ପୁଣି ରାଫେଲ ପ୍ରସଙ୍ଗ ଉଠାଇ ଲୋକସଭାରେ କଂଗ୍ରେସର ହଙ୍ଗାମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ପୁଣି ରାଫେଲ ପ୍ରସଙ୍ଗ ଉଠାଇ ଲୋକସଭାରେ କଂଗ୍ରେସର ହଙ୍ଗାମା

ନୂଆଦିଲ୍ଲୀ: ରାଫେଲ୍‌ ଯୁଦ୍ଧ ବିମାନ ଡିଲ୍‌କୁ ସୁପ୍ରିମକୋର୍ଟ କ୍ଲିନ୍‌ଚିଟ୍‌ ଦେଇଥିଲେ ହେଁ କଂଗ୍ରେସ କିନ୍ତୁ ଏଥିରେ ଦୁର୍ନୀତି ହୋଇଥିବା ଦାବି ପୂର୍ବଭଳି କରି ଚାଲିଛି। ଆଜି ଲୋକସଭାରେ ଦଳ ପୁଣିଥରେ ରାଫେଲ୍‌ ଯୁଦ୍ଧ ବିମାନ ଡିଲ୍‌ର ତଦନ୍ତ ଦାବି କରି ମୋଦି ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଛି। ଏଥିପାଇଁ ବାଧ୍ୟ ହୋଇ ବାଚସ୍ପତି ସୁମିତ୍ରା ମହାଜନ ବାରମ୍ବାର ଗୃହକୁ ମୁଲତବୀ ଘୋଷଣା କରିଥିଲେ।

ଡିସେମ୍ବର ୧୧ ତାରିଖରୁ ଆରମ୍ଭ ହୋଇଥିବା ସଂସଦର ଶୀତ ଅଧିବେଶନର ପ୍ରଥମ ଦିନରୁ ହିଁ କଂଗ୍ରେସ ରାଫେଲ ଡିଲ୍‌ ସଂକ୍ରାନ୍ତ ସମସ୍ତ ଫାଇଲ୍‌ ଯୁଗ୍ମ ସଂସଦୀୟ କମିଟି ବା ଜେପିସି ତର୍ଜମା କରୁ ବୋଲି ଦାବି କରିଆସୁଛି।

ଆଜି ଶୂନ୍ୟକାଳରେ କଂଗ୍ରେସ ନେତାମାନେ ନିଜର ସ୍ୱରକୁ ଅଧିକ ଶାଣିତ କରି ଗୃହର ମଧ୍ୟ ଭାଗକୁ ଆସି ହୋହଲ୍ଲା କରିଥିଲେ। ପ୍ରସଙ୍ଗ ଉଠାଇ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ରାଫେଲ ଡିଲ୍‌ରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ। ଏଥିସହ ସରକାର କ’ଣ ପାଇଁ ରାଫେଲ ଯୁଦ୍ଧ ବିମାନର ଦର କହୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହବାଦ୍‌ ସେ ଜେପିସି ତଦନ୍ତ ଦାବି କରିଥିଲେ।

ଖାଡ଼େଗଙ୍କ ଏହି ଦାବି ବେଳେ ବିଜେପି ସଦସ୍ୟମାନେ ବିରୋଧ କରି ନାରାବାଜି କରିଥିଲେ। ଖାଡ଼େଗଙ୍କ ଦାବିର ଜବାବ ଦେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କହିଥିଲେ, “ କଂଗ୍ରେସ ବାରମ୍ବାର ରାଫେଲ ଡିଲ୍‌କୁ ନେଇ ମିଥ୍ୟା ତଥ୍ୟ ଦେଇ ଆସୁଛି। ଏମିତି ମିଥ୍ୟା ଦାବି କେବେ ବି ସତ ପ୍ରମାଣିତ ହେବନାହିଁ। ଏହି ସମୟରେ ଏଆଇଏଡିଏମକେ ଏବଂ ଟିଡିପିର ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗ ନେଇ ହୋହଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ।



from Odisha Reporter http://bit.ly/2SvOdJJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages