ଅବସର ନେବା ପରେ ବିମୁଦ୍ରାକରଣକୁ ଖରାପ କହିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 3, 2018

ଅବସର ନେବା ପରେ ବିମୁଦ୍ରାକରଣକୁ ଖରାପ କହିଲେ

ନୂଆଦିଲ୍ଲୀ: ଦେଶର ମୁଖ୍ୟ ନିର୍ବାଚନ କମିଶନର ଭାବେ କାର୍ଯ୍ୟ କରୁଥିବା ବେଳେ ଓପି ରାୱତ କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ନିଷ୍ପତ୍ତିକୁ ପରୋକ୍ଷରେ ସମର୍ଥନ କରୁଥିଲେ। କିନ୍ତୁ ଅବସର ନେବାର ଗୋଟିଏ ଦିନ ପରେ ସେ ୟୁ-ଟର୍ଣ୍ଣ ନେବା ସହ ବିମୁଦ୍ରାକରଣ ଦ୍ୱାରା ଦେଶକୁ କୌଣସି ଲାଭ ମିଳିନାହିଁ ବୋଲି କହିଛନ୍ତି। ଶ୍ରୀ ରାୱତଙ୍କ ଏଭଳି ବୟାନ ପରେ ପୁଣିଥରେ ବିମୁଦ୍ରାକରଣ ପ୍ରସଙ୍ଗକୁ ନେଇ ବିରୋଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି।

ଶନିବାର ଶ୍ରୀ ରାୱତ ଦେଶର ମୁଖ୍ୟ ନିର୍ବାଚନ କମିଶନର ପଦରୁ ଅବସର ନେଇଥିଲେ। ସୋମବାର ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ ସମସ୍ତେ ଭାବୁଥିଲେ ବିମୁଦ୍ରାକରଣ ଦ୍ୱାରା ନିର୍ବାଚନରେ ବ୍ୟବହୃତ କଳାଟଙ୍କାର ବ୍ୟବହାର ହ୍ରାସ ପାଇବ। କିନ୍ତୁ ସେମିତି କିଛି ହେଲା ନାହିଁ। ବରଂ ବିମୁଦ୍ରାକରଣ ପରେ କଳାଟଙ୍କାର ବ୍ୟବହାର ବୃଦ୍ଧି ପାଇଛି। ନିର୍ବାଚନ ବେଳେ ବିଭିନ୍ନ ରାଜ୍ୟରୁ ଜବତ ହୋଇଥିବା ଟଙ୍କା ବିମୁଦ୍ରାକରଣ ନିଷ୍ଫଳ ହୋଇଥିବା ପ୍ରମାଣିତ କରିଛି। ଗତ ନିର୍ବାଚନ ବେଳେ ଯେତିକି ଟଙ୍କା ଜବତ ହୋଇଥିଲା ବିମୁଦ୍ରାକରଣ ପରେ ହୋଇଥିବା ନିର୍ବାଚନ ବେଳେ ତା’ଠାରୁ ଅଧିକ ଟଙ୍କା ଜବତ ହୋଇଛି।”

କ’ଣ କଳାଧନ ଉପରେ ବିମୁଦ୍ରାକରଣର ପ୍ରଭାବ ପଡ଼ିଛି କି ବୋଲି ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ରାୱତ କହିଛନ୍ତି, “ କଳାଧନ ଉପରେ ଏହାର ପ୍ରଭାବ ଆଦୌ ପଡ଼ିନାହିଁ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ନଭେମ୍ବର ୮ରେ ଦେଶରେ ପ୍ରଚଳିତ ପୁରୁଣା ୫ଶହ ଓ ୧ ହଜାର ଟଙ୍କିଆ ନୋଟ୍‌ ବ୍ୟାନ୍‌ ସମ୍ପର୍କରେ ଘୋଷଣା କରିଥିଲେ। କଳାଧନ ଉପରେ ଏହା ସର୍ଜିକାଲ ଷ୍ଟ୍ରାଇକ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା।



from Odisha Reporter https://ift.tt/2RuCxGJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages