
ହାଇଦ୍ରାବାଦ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସିଧାସଳଖ ଏଆଇଏମ୍ଆଇଏ ମୁଖ୍ୟ ଅସାଉଦ୍ଦିନ ୱୱେସୀଙ୍କୁ ଟାର୍ଗେଟ କରିଥିବା ବେଳେ ଆଜି ସେ ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି, ନିଜାମ କେବେ ହେଲେ ଦେଶ ଛାଡ଼ି ପଳାଇ ନଥିଲେ।
ଅବଶ୍ୟ ଯୋଗୀ ତେଲେଙ୍ଗାନାରେ ବିଜେପି ଜିତିଲେ ମୁଁ ଏଠାରୁ ପଳାଇବି ବୋଲି କହିଥିଲେ। କିନ୍ତୁ ବାସ୍ତବରେ ଏହି ବୟାନ ପଛରେ ନରେନ୍ଦ୍ର ମୋଦିଙ୍କ ସମ୍ମତି ରହିଛି। ଆଲ୍ଲା ନିଶ୍ଚିତ ଭାବେ ନରେନ୍ଦ୍ର ମୋଦିଙ୍କୁ ହରାଇବେ ବୋଲି ସେ କହିଛନ୍ତି।
ନିଜାମ ଦେଶରୁ ପଳାଇଥିବା କଥା ଉପରେ ସ୍ପଷ୍ଟୀକରଣ ଦେଇ ସେ କହିଛନ୍ତି, “ ନିଜାମ ଦେଶରୁ କେଉଁଆଡ଼େ ଯାଇନାହାନ୍ତି। ତାଙ୍କୁ ରାଜପ୍ରମୁଖ କରାଯାଇଥିଲା। ମୀର ଓସମାନ ଅଲୀ ଖାନ୍ ଏମିତି ଜଣେ ନିଜାମ ଥିଲେ, ଯିଏ ଭାରତ-ଚୀନ୍ ଯୁଦ୍ଧ ସମୟରେ ନିଜର ସୁନା ଗହଣା ବିକ୍ରି କରିଦେଇଥିଲେ। ଯେଉଁ ଦିନ ହାଇଦ୍ରାବାଦ ଦେଶ ସହ ଏକାଠି ହୋଇଯିବ, ସେଦିନ ହିଁ ଖୁସିର ଦିନ ହେବ ବୋଲି ସେ କହିଥିଲେ।”
ସେ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରି କହିଛନ୍ତି, “ ଯୋଗୀ ଇତିହାସରେ ଜିରୋ। ସେ କ’ଣ ଠିକ୍ ଭାବେ ଇତିହାସ ପଢ଼ିଛନ୍ତି? ଯଦି ଇତିହାସ ପଢ଼ିଥାଆନ୍ତେ, ତା’ହେଲେ କେବେ ହେଲେ ନିଜାମ ଦେଶ ଛାଡ଼ି ପଳାଇଛନ୍ତି ବୋଲି କହି ନଥାନ୍ତେ। ଭାରତରେ ଆଦାମ ଆଲାହିଇସଲାମ ପ୍ରଥମେ ପାଦ ରଖିଥିଲେ। ତେଣୁ ଏହା ମୋ ଦେଶ। ଏଠାରୁ ମୋତେ କେହି ବି ବାହାର କରିପାରିବେ ନାହିଁ।”
ଗତକାଲି ଯୋଗୀ କହିଥିଲେ, ତେଲେଙ୍ଗାନାରେ ବିଜେପି ଆସିଲେ ନିଜାମଙ୍କ ଭଳି ଓୱେସୀ ଦେଶ ଛାଡ଼ି ପଳାଇବେ।
from Odisha Reporter https://ift.tt/2rho31m
No comments:
Post a Comment