ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 20, 2018

ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ambulance

ବାରିପଦା (ମାଣିକ ଲାଲ୍ ପାଣି): ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସି ଗଲା ୧୦୮ ଆମ୍ବୁଲାନ୍ସ। ବାରିପଦା-ଉଦଳା ରାସ୍ତାର କରତ୍ରିଆ ଛକରେ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

ଆଜି ଭୋର୍ ପ୍ରାୟ ୪ଟା ବେଳେ ବଡ଼ସାହିର ଜଣେ ରୋଗୀଙ୍କୁ ବାରିପଦା ଡାକ୍ତରଖାନାରେ ଛାଡ଼ି ଫେରୁଥିବା ବେଳେ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘନ କୁହୁଡ଼ି ଯୋଗୁ ରାସ୍ତା ଦେଖା ନଯିବାରୁ ଆମ୍ବୁଲାନ୍ସ ରାସ୍ତା ତଳକୁ ଖସି ଗଲା ବୋଲି ଏହାର ଡ୍ରାଇଭର କହିଛନ୍ତି।

ଆମ୍ବୁଲାନ୍ସଟି ରାସ୍ତା ତଳକୁ ଖସିବା ପରେ ବିପଜ୍ଜନକ ସ୍ଥିତିରେ ରହିଥିଲା। ସୌଭାଗ୍ୟବଶତଃ ଏଥିରେ କାହାରି କିଛି କ୍ଷତି ହୋଇନି।

ଏହା ପୂର୍ବରୁ ଗତ ୧୪ ତାରିଖରେ ରୋଗୀ ଆଣିବାକୁ ଯିବା ବେଳେ ଉଦଳା-ବାରିପଦା ରାସ୍ତାର ପଥରା ଛକ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ରାସ୍ତାକଡ଼ରେ ଓଲଟି ପଡ଼ିଥିଲା। ଏଥିରେ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ଆହତ ହୋଇଥିଲେ।



from Odisha Reporter http://bit.ly/2EDCrZF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages