
ୱାଶିଂଟନ୍:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ମତାନ୍ତର ପରେ ଗୁରୁବାର ଆମେରିକା ପ୍ରତିରକ୍ଷା ସଚିବ ଜିମ୍ ମାଟ୍ଟିସ୍ ଇସ୍ତଫା ଦେଇଥିବା ଜଣାଯାଇଛି। ସିରିଆରୁ ସେନା ପ୍ରତ୍ୟାହାର ପରେ ସେ ଟ୍ରମ୍ପଙ୍କ ବୈଦେଶିକ ନୀତିକୁ ବିରୋଧ କରି ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି।
କେବଳ ମାଟ୍ଟିସ୍ ନୁହେଁ, ସେ ଅନ୍ୟ ପରାମର୍ଶଦାତାମାନଙ୍କୁ ମଧ୍ୟ ନପଚାରି ଏହି ନିଷ୍ପତ୍ତି ନେଇଥିବା ଜଣାଯାଇଛି, ଯାହାକି ଆମେରିକାର ଅନ୍ୟ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ଟ୍ରମ୍ପଙ୍କୁ ଏକ ଚିଠି ଲେଖି ଏହି ପେଣ୍ଟାଗନ୍ ମୁଖ୍ୟ ନିଜର କ୍ଷୋଭ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ ପେଣ୍ଟାଗନ୍ ଏବଂ ଅନ୍ୟ ବିଭାଗ ଦାବି କରିଆସୁଛନ୍ତି ଯେ, ସିରିଆରେ ଆଇଏସ୍ଆଇଏସ୍ ସମ୍ପୂର୍ଣ୍ଣ ନିପାତ ହୋଇନାହାନ୍ତି, କିନ୍ତୁ ଟ୍ରମ୍ପ ଆଇଏସ୍ଆଇଏସ୍ ଉପରେ ବିଜୟ ଘୋଷଣା କରିସାରିଛନ୍ତି।
ମାଟ୍ଟିସ୍ ଲେଖିଛନ୍ତି, “ଆମକୁ ଅନ୍ତର୍ଜାତୀୟ ସୁରକ୍ଷାକୁ ଆଗକୁ ବଢ଼ାଇବା ପାଇଁ ଯଥାସମ୍ଭବ ପ୍ରୟାସ କରିବାର ଆବଶ୍ୟକ ରହିଛି ଯାହାକି ଆମର ସୁରକ୍ଷା, ସମୃଦ୍ଧି ଏବଂ ମୂଲ୍ୟବୋଧ ପାଇଁ ସବୁଠାରୁ ଅଧିକ ଅନୁକୂଳ। ଆମେ ସହଯୋଗିତାର ଏକତାର ପ୍ରୟାସରେ ଏହି ପ୍ରକ୍ରିୟାକୁ ବଜଭୁତ କରିପାରିଛେ।”
from Odisha Reporter http://bit.ly/2QKoXCG
No comments:
Post a Comment